ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ହାର କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ଆଜି ପୁଣି 15 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ଆଜକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 1104ରେ ପହଞ୍ଚିଛି ।
ଭୁବନେଶ୍ବରରେ 65 ବର୍ଷର ପୁରୁଷ, 60 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ଭଦ୍ରକରେ 56 ବର୍ଷ ପୁରୁଷଙ୍କର ମୃତ୍ୟୁ ଘଟିଛି। ସେହିପରି ବରଗଡରେ 63 ବର୍ଷର ପୁରୁଷ, କଟକରେ 47 ବର୍ଷ ଓ 30 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି।
ଏହାସହ ଜଗତସିଂହପୁରରେ 60 ବର୍ଷର ପୁରୁଷ, ଝାରସୁଗୁଡାରେ 62 ବର୍ଷର ପୁରୁଷ, କେନ୍ଦ୍ରାପଡାରେ 18 ବର୍ଷର ପୁରୁଷ, ନବରଙ୍ଗପୁରରେ 70 ବର୍ଷ ଓ 46 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବାବେଳେ ପୁରୀରେ 74 ବର୍ଷର ପୁରୁଷ, ସମ୍ବଲପୁରରେ 60 ବର୍ଷର ଦୁଇ ଜଣ ପୁରୁଷ, ରାଉରକେଲାରେ 45 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ