ETV Bharat / city

PM କିଷାନ ଯୋଜନାରେ ଟଙ୍କା ଫେରସ୍ତ ପ୍ରସଙ୍ଗ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

author img

By

Published : Aug 20, 2022, 11:33 AM IST

କେନ୍ଦ୍ର ଓ ରାଜ୍ୟ ସରକାର ଉଭୟେ ମିଳିତ ଭାବେ ଦେଶର କୃଷକ ମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଛି କଂଗ୍ରେସ । ପିଏମ କିଷାନ ଯୋଜନାରେ ଟଙ୍କା ଫେରସ୍ତକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଅଧିକ ପଢନ୍ତୁ

ପିଏମ କିଷାନ ଯୋଜନାରେ ଟଙ୍କା ଫେରସ୍ତ ନେଇ ରାଜ୍ଯ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ମାରଣାନୀତିକୁ କଂଗ୍ରେସର ବିରୋଧ । କେନ୍ଦ୍ର ଓ ରାଜ୍ୟ ସରକାର ଉଭୟେ ମିଳିତ ଭାବେ ଦେଶର କୃଷକ ମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଛି କଂଗ୍ରେସ । କଂଗ୍ରେସ ଅଭିଯୋଗ କରିଛି ଯେ," ବିଭିନ୍ନ ଯୋଜନାମାନ କୃଷକ ମାନଙ୍କ ପାଇଁ ତିଆରି ହୋଇଥିବା ବେଳେ କୃଷକମାନଙ୍କୁ ତାହା ମିଳିପାରୁନାହିଁ । ସେ କାଳିଆ ଯୋଜନା ହେଉକି ପିଏମ କିଶାନ ଯୋଜନା ହେଉ ସବୁ ହରିଲୁଟ ହେଉଛି । ସବୁ ଯୋଜନାରେ ନିରୀହ କୃଷକ ଭାଇ ଭଉଣୀମାନଙ୍କୁ ମିଛ ପ୍ରତିଶ୍ରୁତି ଓ ପ୍ରତାରଣା କରାଯାଉଛି । ରାଜ୍ୟରେ କୃଷକ ଆତ୍ମହତ୍ୟା ଦିନକୁ ଦିନ ବଢୁଥିବା ବେଳେ ସରକାର କୃଷକମାନଙ୍କୁ ଦେଇଥିବା କାଳିଆ ଓ ପିଏମ କିଷାନ ଯୋଜନାରେ ଦେଇଥିବା ଟଙ୍କା ପୁନଶ୍ଚ ଫେରସ୍ତ କରିବାକୁ କହୁଛନ୍ତି । "

ଏହାକୁ କଂଗ୍ରେସ ବିରୋଧ କରିବା ସହ କଣ ପାଇଁ ଏଭଳି କରାଯାଇଛି ବୋଲି ପ୍ରଶ୍ନ କରିଛି । ଆଗରୁ ସରକାର କଣ ପାଇଁ ସଠିକ ଭାବେ ହିତାଧିକାରୀ ଚିହ୍ନଟ କଲେ ନାହିଁ । ଯାହା ଆଜି ପ୍ରକୃତ ହିତାଧିକାରୀଙ୍କୁ ହରଡଘଣାରେ ପକାଇଛି । ତେଣୁ କୃଷକଙ୍କ ସ୍ବାର୍ଥରେ କଂଗ୍ରେସ ତାର ସ୍ବର ଶାଣିତ କରିବା ସହ ଉଭୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ଡାକରା ଦେଇଛି । ତେଣୁ ଆମେ କୃଷକଙ୍କ ପ୍ରତି ହେଉଥିବା ଏ ଅତ୍ୟାଚାରକୁ ଓ ଅବିଚାରକୁ ବରଦାସ୍ତ କରିବୁ ନାହିଁ ବୋଲି କହିଛନ୍ତି ପିସିସି ସଭାପତି । ଅନ୍ୟପଟେ ଏନେଇ ସର୍ବଭାରତୀୟ କିଷାନ କଂଗ୍ରେସ ଅଧକ୍ଷ୍ୟ ବା ପଞ୍ଜାବ ବିଧାୟକ ଶୁଖପାଲ ସିଂ ଖେରା ମଧ୍ୟ ଏନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.