ETV Bharat / city

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା, PCC ପବିବର୍ତ୍ତନ ନେଇ ହେବ ବୈଠକ

author img

By

Published : May 3, 2022, 1:03 PM IST

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଆସନ୍ତା ମଇ 5 ତାରିଖରେ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିବେ କଂଗ୍ରେସର ସମସ୍ତ ବିଧାୟକ । ଅଧିକ ପଢନ୍ତୁ

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା
କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ପିସିସି ପରିବର୍ତ୍ତନ ନେଇ ନାମ ସ୍ପଷ୍ଟ ହୋଇପାରୁନାହିଁ । ଦଳର ନେତାଙ୍କ ସହ ପ୍ରଭାରୀଙ୍କ ସହ ଆଲୋଚନା ପରେ ମଧ୍ୟ ସଭାପତି ଚୟନ ହୋଇପାରିନାହିଁ । ତେବେ ବୁଡି ଯାଉଥିବା କଂଗ୍ରେସ ଡଙ୍ଗାକୁ କିଏ କୂଳରେ ଲଗେଇବ କିଏ ପରବର୍ତ୍ତୀ ପିସିସି ସଭାପତି ହେବ ତାକୁ ନେଇ ଲାଗି ରହିଛି ଟଣାଓଟରା । ଏହାରି ଭିତରେ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଆସନ୍ତା ମଇ 5 ତାରିଖରେ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିବେ କଂଗ୍ରେସର ସମସ୍ତ ବିଧାୟକ।

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା

ପିସିସି ସଭାପତି ପରିବର୍ତ୍ତନ ନେଇ ଦିଲ୍ଲୀରେ କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଭେଟିବେ । ରାଜ୍ୟର ବିଭିନ୍ନ ସମସ୍ୟାଠୁ ନେଇ ପିସିସି ସଭାପତି ଅମୁଳ ଚୂଳ ନେଇ ଆଲୋଚନା ହୋଇପାରେ । ବୈଠକରେ ସଭାପତି ଚୟନ ନେଇ ବାଟ ଫିଟିବା ଏକ ପ୍ରକାର ନିଶ୍ଚିତ ଅନୁମାନ ହେଉଛି । କିଛି ଦିନ ତଳେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓଡ଼ିଶା ଆସି କଂଗ୍ରେସ ବିଧାୟକ ତଥା ନେତାମାନଙ୍କ ସହ ବୈଠକ କରିଥିଲେ । ତେବେ ସେଥିରୁ କିଛି ନିଷ୍କର୍ସ ବାହାରି ପାରିନଥିଲା ଓ ନିଷ୍ପତ୍ତି ମୁଖିଆଙ୍କ ଉପରେ ଛଡା ଯାଇଥିଲା ।

ସେପଟେ ଦିଲ୍ଲୀ ଡାକରା ନେଇ ବିଧାୟକ ସୁରେଶ ରାଉତରାୟ ପ୍ରତ୍ରିକ୍ରିୟାରେ କହିଛନ୍ତି, ରାହୁଲ ଓ ସୋନିଆ ଦଳର ମୁଖିଆ । ସେମାନେ ଯାହା ନିଷ୍ପତ୍ତି ନେବା ତାକୁ ମାନିବୁ । ଦଳ ବାହାରୁ ଯଦି PCC ସଭାପତି ହେବେ ତାକୁ ଆମେ ସ୍ବାଗତ କରିବୁ। ତା ସହିତ ଅନ୍ୟ ବିଷୟ ଉପରେ ମଧ୍ୟ ଆଲୋଚନା ହେବ । ରାଜ୍ୟ କଂଗ୍ରେସରେ ଦଳ କନ୍ଦଳ ଥିବାରୁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଯାହାକୁ ପିସିସି ସଭାପତି ଚୟନ କରିବେ ତାକୁ ଆମେ ଗ୍ରହଣ କରିବୁ ବୋଲି କହିଛନ୍ତି ସୁର ରାଉତରାୟ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.