ETV Bharat / city

ରାଜ୍ୟ କଂଗ୍ରେସର ଖଳନାୟକ କିଏ ?

author img

By

Published : Sep 7, 2019, 3:07 PM IST

ପଦାରେ ପଡିଲା କଂଗ୍ରେସର ଦଳୀୟ କନ୍ଦଳ । ନାମ ନ କହି ନେତାଙ୍କୁ ଭିଲିୟାନ କହିଲେ କଂଗ୍ରେସର ପୂର୍ବତନ ସାଂସଦ ଅମର ପ୍ରଧାନ । ଆଉ ଭିଲିୟାନଙ୍କ ନାମ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଆଗରେ କହିବେ ବୋଲି କହିଛନ୍ତି ।

ଡିଜାଇନ ଫଟୋ

ଭୁବନେଶ୍ବର: ପୁଣି କଂଗ୍ରେସର ବାହାରିଲା ପୁରୁଣା ରୋଗ । ପଦାରେ ପଡିଲା ଦଳୀୟ କନ୍ଦଳ । ‘ଦଳରେ ଅଛନ୍ତି ଭିଲିୟାନ । ଯିଏ ସରକାରୀ ଦଳ ସହ ହାତ ମିଳାଇଛନ୍ତି । କଂଗ୍ରେସ ନେତାଙ୍କୁ ଗିରଫ ମଧ୍ୟ କରିଛନ୍ତି ।’ଏଭଳି କିଛି ବିସ୍ଫୋରକ ବୟାନ ଦେଇ ନେତାଙ୍କ ବିରୋଧରେ ବିଷ ଓଗାଳିଛନ୍ତି ଦଳର ପୂର୍ବତନ ସାଂସଦ ଅମର ପ୍ରଧାନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ସେ, ଦଳରେ ଜଣେ ବଡ ଭିଲିଆନ ଅଛନ୍ତି । ଯିଏ କଂଗ୍ରେସ ଭିତରେ ଥାଇ ସରକାରୀ ଦଳ ସହ ହାତ ମିଳାଇଛନ୍ତି । କଂଗ୍ରେସ ନେତାଙ୍କୁ ମଧ୍ୟ ଗିରଫ କରାଉଛନ୍ତି । ସୋନିଆଙ୍କ ଆଗରେ ମୁଁ ଭିଲିୟାନଙ୍କ ଖୁଲାସା କରିବି । ଏ ନେଇ ସୋନିଆଙ୍କୁ ସମୟ ମାଗିବି । ସେ ସମୟ ଦେଲେ ମୁଁ ତାଙ୍କ ଆଗରେ ଖୁଲାସା କରିବି । ଅମରଙ୍କ ଏହି ବୟାନ ପରେ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଦଳ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ସାମ୍ନାକୁ ଆସିଛି । ତେବେ କଂଗ୍ରେସ ଦଳରେ କନ୍ଦଳ ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଘଟଣାା ସାମ୍ନାକୁ ଆସିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.