ETV Bharat / city

ନିର୍ବାଚନ ପଛ ଜୀବନ ଆଗ, ଟ୍ବିଟରରେ ଟ୍ରେଣ୍ଡ କରୁଛି #StatesmanNaveen - Naveen trending on Twitter

ଟିକା ଦାନକୁ ନେଇ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ 4ଟି ପ୍ରସ୍ତାବ ଦେଇଥିଲେ। ଉକ୍ତ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିବା ସହ କାର୍ଯ୍ୟକାରୀ କରିଛନ୍ତି। ଯାହାକୁ ନେଇ ଟ୍ବିଟରରେ ଟ୍ରେଣ୍ଡ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଅଧିକ ପଢନ୍ତୁ...

ନିର୍ବାଚନ ପଛ ଜୀବନ ଆଗ, ଟ୍ବିଟରେ ଟ୍ରେଣ୍ଡ କରୁଛି # statesman naveen

author img

By

Published : Apr 20, 2021, 10:55 AM IST

ହାଇଦ୍ରାବାଦ: ଚର୍ଚ୍ଚାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଚକ୍ଷଣ ବୁଦ୍ଧି, ସୁଦକ୍ଷ ରାଜନୀତିଜ୍ଞ ଭାବେ ସେ ପୁଣି ଥରେ ପ୍ରଶଂସା ସାଉଁଟିଛନ୍ତି। ବିଭିନ୍ନ ରାଜ୍ୟର ମୁଖିଆଙ୍କୁ ପଛରେ ଛାଡି ପୁଣି ଥରେ ରେସରେ ଆଗୁଆ ରହିଛନ୍ତି ନବୀନ ପଟ୍ଟନାୟକ। ଖାସ୍ ସେତିକି ପାଇଁ ଟ୍ବିଟରରେ ଟ୍ରେଣ୍ଡ କରୁଛି ରାଷ୍ଟ୍ରନାୟକ ନବୀନ ପଟ୍ଟନାୟକ। କୋଭିଡ ସମୟରେ କିପରି ଗୋଟିଏ ଗୋଟିଏ ଜୀବନ ମୂଲ୍ୟବାନ ସେଥିପ୍ରତି ଗୁରୁତ୍ବାରୋପ କରି ନବୀନ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ବର୍ତ୍ତମାନ ମହାମାରୀର ମରଣଯନ୍ତା ସମସ୍ତଙ୍କୁ ଘେରି ରହିଥିବା ବେଳେ ରାଷ୍ଟ୍ରନାୟକ ନବୀନ ପ୍ରଶଂସା ଗୋଟାଇବାର ଦୁଇଟି ବଡ ଉଦାହରଣ ରହିଛି। ଯାହାକୁ ସାରାଦେଶବାସୀ ସାବାସୀ ଦେଇଛନ୍ତି। ଆଉ କହୁଛନ୍ତି ମୁଖ୍ୟମନ୍ତ୍ରୀ ହେବ ତ ଏମିତି।

ତେବେ ଟିକା ଦାନକୁ ନେଇ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ 4ଟି ପ୍ରସ୍ତାବ ଦେଇଥିଲେ। ସେଥିରେ ମୁଖ୍ୟ ଥିଲା ରାଜ୍ୟରେ ଟିକାକରଣକୁ କିପରି ବିକେନ୍ଦ୍ରୀକରଣ କରାଯିବ। ଏହାସହ ଟିକା ଉତ୍ପାଦନକାରୀ ସଂସ୍ଥା 50 ପ୍ରତିଶତ ଟିକା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଯୋଗାଇବା ସହ ବଳକା 50 ପ୍ରତିଶତ ନିଜ ପାଖରେ ରଖନ୍ତୁ। ଯାହାକୁ ଖୋଲା ବଜାରରେ ସାଧାରଣ ଲୋକଙ୍କୁ ଯୋଗାଇ ଦିଆଯାଇ ପାରିବ। ଏନେଇ ଦୁଇ ଦିନ ତଳେ କେନ୍ଦ୍ରକୁ ନବୀନ ପ୍ରସ୍ତାବ ଦେଇଥିବା ବେଳେ ଏଥିରେ ମୋହର ମାରିଛନ୍ତି ମୋଦି ସରକାର।

ଏହି ପ୍ରକ୍ରିୟାରେ ସାଧାରଣ ଲୋକ ଖୋଲାବଜାରରୁ ଟିକା କିଣିପାରିବେ। କେନ୍ଦ୍ରର ଏହି ନିଷ୍ପତ୍ତିରେ ସାଧାରଣ ଲୋକ ଉପକୃତ ହେବା ସହ ଟ୍ବିଟରେ ଟ୍ରେଣ୍ଡ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ସେହିପରି ଅନ୍ୟଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ମଧ୍ୟ ସମସ୍ତେ ପ୍ରଶଂସା କରିଛନ୍ତି। ତାହା ହେଉଛି ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପିପିଲି ଉପନିର୍ବାଚନ ପାଇଁ ହେବାକୁ ଥିବା ସମସ୍ତ ରାଲି ଓ ସମାବେଶକୁ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ପ୍ରଥମେ ଜୀବନ ତାହା ପରେ ଆଉ ସବୁକିଛି କହି ଏତେ ପଦକ୍ଷେପ ନେବାରେ ଟ୍ବିଟରରେ ଟ୍ରେଣ୍ଡ କରୁଛି #StatesmanNaveen ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.