ETV Bharat / city

ମୁଖ୍ୟମନ୍ତ୍ରୀ ମମତାଙ୍କ ଆରୋଗ୍ୟ କାମନା କଲେ ସିଏମ ନବୀନ

author img

By

Published : Mar 11, 2021, 4:56 PM IST

ହସ୍ପିଟାଲରେ ଚିକିତ୍ସାଧିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସିଏମ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ ମମତାଙ୍କ ଆରୋଗ୍ୟ କାମନା କଲେ ସିଏମ ନବୀନ
ମୁଖ୍ୟମନ୍ତ୍ରୀ ମମତାଙ୍କ ଆରୋଗ୍ୟ କାମନା କଲେ ସିଏମ ନବୀନ

ଭୁବନେଶ୍ବର: ନନ୍ଦୀଗ୍ରାମରେ ପ୍ରଚାର ସମୟରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସିଏମ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବା ବିଷୟରେ ଜାଣି ମୁଁ ଚିନ୍ତିତ । ତାଙ୍କର ଶୀଘ୍ର ଆରୋଗ୍ୟ କାମନା ଏବଂ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା ।

ହଳଦିଆରେ ପ୍ରାର୍ଥୀପତ୍ର ଦାଖଲ ପରେ ନନ୍ଦୀଗ୍ରାମରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ନିର୍ବାଚନୀ ପ୍ରଚାର ପରେ ନିଜ କାରରେ ବସିବାକୁ ଯାଉଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲେ ଦିଦି । ଦୁର୍ଘଟଣାରେ ଆହତ ହେବା ସହିତ ମମତାଙ୍କ ହାତ, ଗୋଡ ଓ ଛାତିରେ ଲାଗିଛି ଆଘାତ । ତାଙ୍କୁ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କୋଲକାତାର ଏସଏସକେଏମ ହସ୍ପିଟାଲ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ହେଲ୍‌ଥ ବୁଲେଟିନ ଜାରି କରାଯାଇଥିଲା । ଏହି ବୁଲେଟିନ ଅନୁଯାୟୀ, ମମତା ବାନାର୍ଜୀଙ୍କ ବାମ ଗୋଡର ହାଡ ଭାଙ୍ଗିବା ଯୋଗୁଁ ଆଘାତ ଲାଗିଛି । ଏହାପରେ ମମତାଙ୍କ ଏମଆରଆଇ ସ୍କାନିଂ ମଧ୍ୟ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.