ETV Bharat / city

ଥରହର ଅପରାଧୀ: 14ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଉଦଘାଟିତ - ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଉଦଘାଟନ ଖବର ଓଡିଶା

ଉଦଘାଟନ ହେଲା ରାଜ୍ୟରେ 14 ସାଇବର ଓ ଅର୍ଥନୈତିକ ଅପରାଧ ଥାନା (14th Cyber And Economic Offence police Station Inaugurated) । ଅଧିକ ପଢନ୍ତୁ

ଥରହର ଅପରାଧୀ: 14 ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଉଦଘାଟିତ

author img

By

Published : Dec 29, 2021, 8:12 PM IST

Updated : Dec 29, 2021, 9:32 PM IST

ଭୁବନେଶ୍ବର: ଉଦଘାଟନ ହେଲା ରାଜ୍ୟରେ 14 ସାଇବର ଓ ଅର୍ଥନୈତିକ ଅପରାଧ ଥାନା (14th Cyber And Economic Offence police Station Inaugurated In Odisha) । ଏହା ସହ ଅନ୍ୟ 3ଟି upgraded ଥାନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ନୂଆ ଥାନାର ଉଦଘାଟନ କରିଛନ୍ତି ।

14ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଉଦଘାଟିତ

ଜନସାଧାରଣଙ୍କୁ ସାଇବର ଅପରାଧରୁ ସୁରକ୍ଷା ଦେବା ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, 'ଦିନକୁ ଦିନ ସାଇବର ଅପରାଧ ବଢ଼ିବା ସହ ସମାଜରେ ପ୍ରମୁଖ ଅପରାଧ ପାଲଟିଛି । ଏହା ଉପରେ ରୋକ ଲଗାଇବା ସହ ଲୋକଙ୍କ ଜୀବନ, ସ୍ୱାଧୀନତା ଓ ସମ୍ପତ୍ତିକୁ ସାଇବର ଅପରାଧୀଙ୍କ ଠାରୁ ରକ୍ଷା କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଅତ୍ୟାଧୁନିକ ପୋଲିସ ବ୍ୟବସ୍ଥା ସହ ପ୍ରଶିକ୍ଷିତ ପୋଲିସ ଅଧିକାରୀଙ୍କୁ ପ୍ରସ୍ତୁତ କରାଯାଉଛି । ସାଇବର ଅପରାଧ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ହେଉ ଥିବାବେଳେ, ଏହା କୌଣସି ନିର୍ଦ୍ଦିଷ୍ଟ ସୀମା ରେଖା ନାହିଁ । ସାଇବର ଅପରାଧୀ ବିଦେଶରେ ବସି ଲୁଟ୍ ବେଳେ ବାରମ୍ବାର ସର୍ଭରରେ ସ୍ଥାନ ବଦଳାଉଛନ୍ତି । ତାଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରିବା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆର୍ଥିକ ଅପରାଧ ଏବେ ବ୍ଲୁ କଲର କ୍ରାଇମ ପାଲଟିଛି । ଯାହାକି ଖାଲି ବ୍ୟକ୍ତିକୁ ଆଘାତ ଦିଏନି ବରଂ ଦେଶର ଆର୍ଥିକ ସ୍ୱାସ୍ଥ୍ୟକୁ ଖରାପ କରି ଦିଏ ।'

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଉଦଘାଟିତ ପୋଲିସ ଥାନାରେ ତାମିଲପ୍ରାପ୍ତ ପୋଲିସ କର୍ମଚାରୀଙ୍କ ସହ ଟେକ୍ନିକାଲ ସାଇବର ଏକ୍ସପର୍ଟ ରହିବେ । ଆର୍ଥିକ ଓ ସାଇବର ଅପରାଧର ତଦନ୍ତ ପାଇଁ ସେମାନଙ୍କୁ ଉନ୍ନତମାନର ହାର୍ଡୱେୟାର ଏବଂ ସଫ୍ଟୱେୟାର ଯୋଗାଇ ଦିଆଯିବ । ଏହା ସହ ମୁଖ୍ୟମନ୍ତ୍ରୀ 3 ଟି ସାଧାରଣ ଥାନାର ଉଦଘାଟନ କରିଛନ୍ତି ।

ଇନଫୋ ଭ୍ୟାଲି ସ୍ପେଶାଲ୍ ଇକୋନୋମିକ ଜୋନ୍, କଟକ ବୟାଳିଶି ମୌଜା, ଭୁବନେଶ୍ୱର ପାହାଳ ଫାଣ୍ଡିକୁ ଥାନାରେ ରୂପାନ୍ତରୀକରଣ କରାଯାଇଛି । ଏସବୁ ଫାଣ୍ଡିକୁ ଥାନାରେ ପରିଣତ କରିବା ପାଇଁ ସ୍ଥାନୀୟ ଲୋକ ଦୀର୍ଘ ଦିନ ହେଲା ଦାବି କରି ଆସୁଥିଲେ । ୩ ଥାନା ରୂପାନ୍ତରୀକରଣ ଦ୍ୱାରା ଦୈତ୍ୟ ନଗରୀରେ ପୋଲିସର ଶକ୍ତି ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ନୂଆ ପୋଲିସ ଥାନା ସାଇବର ଓ ଆର୍ଥିକ ଅପରାଧୀଙ୍କୁ ଧରିବାରେ ସକ୍ଷମ ହେବ । ପୋଲିସ ଡିଜି ଅଭୟ ସ୍ୱାଗତ ଭାଷଣ ଦେଇ ଥିବାବେଳେ IG ଅପରେସନ୍ ଧନ୍ୟବାଦ ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭି.କେ ପଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ତାପସ ପରିଡା, ଇଟିଭି ଭାରତ

Last Updated : Dec 29, 2021, 9:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.