ETV Bharat / city

Padma Awards 2022: ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀଙ୍କ ଅଭିନନ୍ଦନ

author img

By

Published : Jan 25, 2022, 11:00 PM IST

ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ରାଜ୍ୟର ୭ଜଣଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟପାଳ ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଅଧିକ ପଢ଼ନ୍ତୁ

ରାଜ୍ୟର ୭ ଜଣଙ୍କୁ ପଦ୍ମ ପୁରସ୍କାର: ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ରାଜ୍ୟର ୭ଜଣଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ । ଯେଉଁଥିରେ ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟଙ୍କ ସହ ପାରାଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ଭଳି ବ୍ୟକ୍ତିତ୍ବ ସାମିଲ ରହିଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟପାଳ ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ, "ପଦ୍ମ ପୁରସ୍କାର ପାଇଥିବା ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ପ୍ରତିଭା ରାୟ, ଶ୍ରୀମଦ ବାବା ବଳିଆ, ପ୍ରମୋଦ ଭଗତ, ଆଦିତ୍ୟ ପ୍ରସାଦ ଦାଶ, ଶ୍ୟାମାମଣି ଦେବୀ, ନରସିଂହ ପ୍ରସାଦ ଗୁରୁ, ସ୍ବର୍ଗତଃ ଗୁରୁପ୍ରସାଦ ମହାପାତ୍ର ପଦ୍ମ ପୁରସ୍କାର ପାଇଁ ତାଲିକାରେ ସ୍ଥାନ ପାଇଛନ୍ତି । ଆମେ ଏହି ବ୍ୟକ୍ତି ବିଶେଷଙ୍କୁ ନେଇ ଗର୍ବ କରୁଛୁ ।"

  • Congratulations to #Odisha’s illustrious personalities: Ms. Pratibha Ray, Srimad Baba Balia, Shri Pramod Bhagat, Shri Aditya Prasad Dash, Ms Shyamamani Devi, Shri Narasingha Prasad Guru & Late Guruprasad Mohapatra on being among #PadmaAward winners. We are proud of you. pic.twitter.com/A1RLlDNsUI

    — Naveen Patnaik (@Naveen_Odisha) January 25, 2022 " class="align-text-top noRightClick twitterSection" data=" ">

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମଧ୍ୟ ରାଜ୍ୟରେ ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତି ବିଶେଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ରାଜ୍ୟର ଯେଉଁମାନେ ସମ୍ମାନସ୍ପଦ ପଦ୍ମ ପୁରସ୍କାର ପାଇଛନ୍ତି ସେମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଭୁମିକା ପାଇଁ ସେମାନେ ଏହି ଉପଲବ୍ଧି ହାସଲ କରିଛନ୍ତି । ସେମାନଙ୍କ ଉପଲବ୍ଧି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ।"

  • Hon'ble Governor congratulates all the illustrious people who have been selected to receive prestigious #PadmaAwards from #Odisha for their invaluable contributions in their respective fields. "Their exceptional work will inspire millions,' expressed the Governor. pic.twitter.com/eNfVO9EfNw

    — Governor Odisha (@GovernorOdisha) January 25, 2022 " class="align-text-top noRightClick twitterSection" data="

Hon'ble Governor congratulates all the illustrious people who have been selected to receive prestigious #PadmaAwards from #Odisha for their invaluable contributions in their respective fields. "Their exceptional work will inspire millions,' expressed the Governor. pic.twitter.com/eNfVO9EfNw

— Governor Odisha (@GovernorOdisha) January 25, 2022 ">

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟର ପଦ୍ମ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇନ୍ତି । ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ଓଡ଼ିଶାର ପ୍ରଥିତଯଶା ଔପନ୍ୟାସିକା ପଦ୍ମଶ୍ରୀ ପ୍ରତିଭା ରାୟ ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପାଇଁ ସମ୍ମାନଜନକ 'ପଦ୍ମଭୂଷଣ ପୁରସ୍କାର' ପାଇଁ ମନୋନୀତ ହୋଇଥିବାରୁ ତାଙ୍କୁ ଆନ୍ତରିକ ଅଭିନନ୍ଦନ । ଯାଜ୍ଞସେନୀ, ପୃଥିବୀ, ଅପରିଚିତା ଭଳି ଉପନ୍ୟାସ ରଚନା କରି ସେ ଓଡ଼ିଆ ସାହିତ୍ୟକୁ ନୂଆ ଦିଗଦର୍ଶନ ଦେଇଛନ୍ତି ।"

  • ଓଡ଼ିଶାର ପ୍ରଥିତଯଶା ଔପନ୍ୟାସିକା ପଦ୍ମଶ୍ରୀ ପ୍ରତିଭା ରାୟ ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପାଇଁ ସମ୍ମାନଜନକ 'ପଦ୍ମଭୂଷଣ ପୁରସ୍କାର' ପାଇଁ ମନୋନୀତ ହୋଇଥିବାରୁ ତାଙ୍କୁ ଆନ୍ତରିକ ଅଭିନନ୍ଦନ । ଯାଜ୍ଞସେନୀ, ପୃଥିବୀ, ଅପରିଚିତା ଭଳି ଉପନ୍ୟାସ ରଚନା କରି ସେ ଓଡ଼ିଆ ସାହିତ୍ୟକୁ ନୂଆ ଦିଗଦର୍ଶନ ଦେଇଛନ୍ତି । #PeoplesPadma pic.twitter.com/CdazJiNI2w

    — Dharmendra Pradhan (@dpradhanbjp) January 25, 2022 " class="align-text-top noRightClick twitterSection" data=" ">
  • କଳା ପାଇଁ ଶ୍ୟାମାମଣି ଦେବୀଙ୍କୁ ପଦ୍ମଶ୍ରୀ
  • ସାହିତ୍ୟ ଓ ଶିକ୍ଷା ପାଇଁ ନରସିଂହ ପ୍ରସାଦ ଗୁରୁଙ୍କୁ ମିଳିବ ପଦ୍ମଶ୍ରୀ
  • ସମାଜ ସେବା ପାଇଁ ବାବା ବଳିଆଙ୍କୁ ପଦ୍ମଶ୍ରୀ
  • ବିଜ୍ଞାନ ଓ ଇଞ୍ଜିନିୟରିଂ ପାଇଁ ଆଦିତ୍ୟ ପ୍ରସାଦଙ୍କୁ ପଦ୍ମଶ୍ରୀ ସମ୍ମାନ
  • ସାହିତ୍ୟ ପାଇଁ ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ସମ୍ମାନ
  • ଓଡିଆ ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ପୁରସ୍କାର
  • ଗୁରୁ ପ୍ରସାଦ ମହାପାତ୍ର (ସିଭିଲ ସର୍ଭିସ-ଦିଲ୍ଲୀରୁ ମନୋନୀତ)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ରାଜ୍ୟର ୭ଜଣଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ । ଯେଉଁଥିରେ ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟଙ୍କ ସହ ପାରାଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ଭଳି ବ୍ୟକ୍ତିତ୍ବ ସାମିଲ ରହିଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟପାଳ ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ, "ପଦ୍ମ ପୁରସ୍କାର ପାଇଥିବା ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ପ୍ରତିଭା ରାୟ, ଶ୍ରୀମଦ ବାବା ବଳିଆ, ପ୍ରମୋଦ ଭଗତ, ଆଦିତ୍ୟ ପ୍ରସାଦ ଦାଶ, ଶ୍ୟାମାମଣି ଦେବୀ, ନରସିଂହ ପ୍ରସାଦ ଗୁରୁ, ସ୍ବର୍ଗତଃ ଗୁରୁପ୍ରସାଦ ମହାପାତ୍ର ପଦ୍ମ ପୁରସ୍କାର ପାଇଁ ତାଲିକାରେ ସ୍ଥାନ ପାଇଛନ୍ତି । ଆମେ ଏହି ବ୍ୟକ୍ତି ବିଶେଷଙ୍କୁ ନେଇ ଗର୍ବ କରୁଛୁ ।"

  • Congratulations to #Odisha’s illustrious personalities: Ms. Pratibha Ray, Srimad Baba Balia, Shri Pramod Bhagat, Shri Aditya Prasad Dash, Ms Shyamamani Devi, Shri Narasingha Prasad Guru & Late Guruprasad Mohapatra on being among #PadmaAward winners. We are proud of you. pic.twitter.com/A1RLlDNsUI

    — Naveen Patnaik (@Naveen_Odisha) January 25, 2022 " class="align-text-top noRightClick twitterSection" data=" ">

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମଧ୍ୟ ରାଜ୍ୟରେ ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତି ବିଶେଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ରାଜ୍ୟର ଯେଉଁମାନେ ସମ୍ମାନସ୍ପଦ ପଦ୍ମ ପୁରସ୍କାର ପାଇଛନ୍ତି ସେମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଭୁମିକା ପାଇଁ ସେମାନେ ଏହି ଉପଲବ୍ଧି ହାସଲ କରିଛନ୍ତି । ସେମାନଙ୍କ ଉପଲବ୍ଧି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ।"

  • Hon'ble Governor congratulates all the illustrious people who have been selected to receive prestigious #PadmaAwards from #Odisha for their invaluable contributions in their respective fields. "Their exceptional work will inspire millions,' expressed the Governor. pic.twitter.com/eNfVO9EfNw

    — Governor Odisha (@GovernorOdisha) January 25, 2022 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟର ପଦ୍ମ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇନ୍ତି । ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ଓଡ଼ିଶାର ପ୍ରଥିତଯଶା ଔପନ୍ୟାସିକା ପଦ୍ମଶ୍ରୀ ପ୍ରତିଭା ରାୟ ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପାଇଁ ସମ୍ମାନଜନକ 'ପଦ୍ମଭୂଷଣ ପୁରସ୍କାର' ପାଇଁ ମନୋନୀତ ହୋଇଥିବାରୁ ତାଙ୍କୁ ଆନ୍ତରିକ ଅଭିନନ୍ଦନ । ଯାଜ୍ଞସେନୀ, ପୃଥିବୀ, ଅପରିଚିତା ଭଳି ଉପନ୍ୟାସ ରଚନା କରି ସେ ଓଡ଼ିଆ ସାହିତ୍ୟକୁ ନୂଆ ଦିଗଦର୍ଶନ ଦେଇଛନ୍ତି ।"

  • ଓଡ଼ିଶାର ପ୍ରଥିତଯଶା ଔପନ୍ୟାସିକା ପଦ୍ମଶ୍ରୀ ପ୍ରତିଭା ରାୟ ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପାଇଁ ସମ୍ମାନଜନକ 'ପଦ୍ମଭୂଷଣ ପୁରସ୍କାର' ପାଇଁ ମନୋନୀତ ହୋଇଥିବାରୁ ତାଙ୍କୁ ଆନ୍ତରିକ ଅଭିନନ୍ଦନ । ଯାଜ୍ଞସେନୀ, ପୃଥିବୀ, ଅପରିଚିତା ଭଳି ଉପନ୍ୟାସ ରଚନା କରି ସେ ଓଡ଼ିଆ ସାହିତ୍ୟକୁ ନୂଆ ଦିଗଦର୍ଶନ ଦେଇଛନ୍ତି । #PeoplesPadma pic.twitter.com/CdazJiNI2w

    — Dharmendra Pradhan (@dpradhanbjp) January 25, 2022 " class="align-text-top noRightClick twitterSection" data=" ">
  • କଳା ପାଇଁ ଶ୍ୟାମାମଣି ଦେବୀଙ୍କୁ ପଦ୍ମଶ୍ରୀ
  • ସାହିତ୍ୟ ଓ ଶିକ୍ଷା ପାଇଁ ନରସିଂହ ପ୍ରସାଦ ଗୁରୁଙ୍କୁ ମିଳିବ ପଦ୍ମଶ୍ରୀ
  • ସମାଜ ସେବା ପାଇଁ ବାବା ବଳିଆଙ୍କୁ ପଦ୍ମଶ୍ରୀ
  • ବିଜ୍ଞାନ ଓ ଇଞ୍ଜିନିୟରିଂ ପାଇଁ ଆଦିତ୍ୟ ପ୍ରସାଦଙ୍କୁ ପଦ୍ମଶ୍ରୀ ସମ୍ମାନ
  • ସାହିତ୍ୟ ପାଇଁ ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ସମ୍ମାନ
  • ଓଡିଆ ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ପୁରସ୍କାର
  • ଗୁରୁ ପ୍ରସାଦ ମହାପାତ୍ର (ସିଭିଲ ସର୍ଭିସ-ଦିଲ୍ଲୀରୁ ମନୋନୀତ)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.