ETV Bharat / city

ପୁଣି ଫେରିଲା ମହାନଦୀ ବିବାଦ, ତେଜିଲା ରାଜନୀତି - ମହାନଦୀ ବିବାଦ

ରାଜ୍ୟକୁ ପୁଣି ଫେରିଲା ମହାନଦୀ ରାଜନୀତି । ଦୁଇ ରାଜ୍ୟ ଆଲୋଚନା ମାଧ୍ୟମରେ ଜଳବିବାଦର ସମାଧାନ ପାଇଁ ସମସ୍ତ ଚେଷ୍ଟା ବିଫଳ ହେବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ଅଧିକ ପଢନ୍ତୁ..

ପୁଣି ଫେରିଲା ମହାନଦୀ ବିବାଦ, ଏମିତି କହିଲେ ଜଳସମ୍ପଦ ମନ୍ତ୍ରୀ

author img

By

Published : Jul 11, 2020, 8:10 PM IST

Updated : Jul 12, 2020, 8:54 AM IST

ଭୁବନେଶ୍ବର: ପୁଣି ଫେରିଲା ମହାନଦୀ ରାଜନୀତି। ଦୁଇ ରାଜ୍ୟ ଆଲୋଚନା ମାଧ୍ୟମରେ ଜଳବିବାଦର ସମାଧାନ ପାଇଁ ସମସ୍ତ ଚେଷ୍ଟା ବିଫଳ ହେବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ଏ ପ୍ରସଙ୍ଗରେ ଓଡିଶା ସରକାରଙ୍କ କିଛି ଆଭିମୁଖ୍ୟ ନଥିବା କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ଛତିଶଗଡ଼ ଯେତେବେଳେ ଆଡ଼ିବନ୍ଧ ବାନ୍ଧୁଥିଲା ସରକାର କଣ କରୁଥିଲେ ବୋଲି ସେ ପ୍ରଶ୍ନ ଉଠିଛନ୍ତି । ଓଡ଼ିଶାର ଯେଉଁ କ୍ଷତି ହୋଇଛି ତାହା ଉପରେ କିଛି ଆଲୋଚନା କରି ନାହଁନ୍ତି । ଯଦି ରାଜ୍ୟ ସରକାର ତଳମୁଣ୍ଡରେ 11ଟି ଆଡ଼ି ବନ୍ଧ କରିବେ ତେବେ ଓଡିଶାବାସୀ ପାଣି ପାଇବେ ବୋଲି ଦଳ କହିଛି । ସେପଟେ ଜଳବିବାଦ ପ୍ରସଙ୍ଗ ଲମ୍ବା ସମୟ ଧରି ସୁପ୍ରିମକୋର୍ଟରେ ରହିଲା । ଭାରତ ସରକାର ଉଦ୍ୟମ କରୁଥିବା ଥିବା ବେଳେ ସେବେ ରାଜ୍ୟର ସରକାର ଚାହିଁଲେ ନାହିଁ । ଆପୋଷ ବୁଝାମଣା ପାଇଁ କେନ୍ଦ୍ର ଚେଷ୍ଟାକୁ ନମାନି ରାଜ୍ୟ ସରକାର ରାଜନୀତି କଲେ ଯାହାର ଫଳ ଓଡ଼ିଶାର ଚାଷୀ ଓ ଲୋକମାନେ ଭୋଗୁଛନ୍ତି । ରାଜ୍ୟ ସରକାରଙ୍କୁ ଅନୁରୋଧ ରାଜନୀତି ନକରି ଓଡ଼ିଶାର ସ୍ଵାର୍ଥରକ୍ଷା ପାଇଁ ଚେଷ୍ଟା କରନ୍ତୁ ବୋଲି କହିଛି ବିଜେପି ।

ମହାନଦୀ ଛତିଶଗଡ଼ରୁ ବାହାରିଥିଲେ ମଧ୍ୟ ଅଧିକାଂଶ ଭାଗ ଓଡ଼ିଶାରେ ପ୍ରବାହିତ । ତେଣୁ ଆମକୁ ଆମ ନ୍ୟାର୍ଯ୍ୟ ଦାବି ମୁତାବକ ଜଳ ମିଳିବା ଦରକାର । ମୌସୁମୀ ସମୟରେ ଅସୁବିଧା ନାହିଁ କିନ୍ତୁ ଅଣମୌସୁମୀ ସମୟରେ ଆମେ ଯେତିକି ଜଳ ପାଇବା କଥା ପାଉନୁ ବୋଲି ଜଳସମ୍ପଦ ମନ୍ତ୍ରୀ କହିଛନ୍ତି । କିନ୍ତୁ ଛତିଶଗଡ଼ ତାଙ୍କ ଦାବିରେ ଅଟଳ । ଟ୍ରିବ୍ୟୁନାଲ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ କହିଥିଲେ । କିନ୍ତୁ ଜଣାପଡୁଛି ଆଲୋଚନା ବିଫଳ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ଏବେ ଟ୍ରିବ୍ୟୁନାଲ କଣ ନିଷ୍ପତ୍ତି ନେଉଛନ୍ତି ତାହାକୁ ଅପେକ୍ଷା ଓ ସରକାରଙ୍କ ପକ୍ଷରୁ ଯେଉଁ ଯୁକ୍ତି ରହିଛି ଆଶା କରୁଛୁ ଟ୍ରିବ୍ୟୁନାଲ ଆମ ସପକ୍ଷରେ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି ।

ପୁଣି ଫେରିଲା ମହାନଦୀ ବିବାଦ, ଏମିତି କହିଲେ ଜଳସମ୍ପଦ ମନ୍ତ୍ରୀ

ଏଥିସହିତ ମହାନଦୀର ତଳ ମୁଣ୍ଡରେ ବ୍ୟାରେଜ୍ ଓ ଜଳଭଣ୍ଡାର ପାଇଁ ଆମେ କେନ୍ଦ୍ର ଜଳ ଆୟୋଗକୁ ମଧ୍ୟ ଅନୁମତି ମାଗିଛୁ । ଅନୁମତି ମିଳିବା ପରେ ତଳ ମୁଣ୍ଡରେ ମଧ୍ୟ ମହାନଦୀ ଜଳ ସଂରକ୍ଷଣ ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ମହାନଦୀ ଜଳ ବିବାଦ ମାମଲାରେ ଆଜି (ଶନିବାର) ଟ୍ରିବ୍ୟୁନାଲରେ ଭିଡିଓ କନଫରେନ୍ସିଂରେ ଶୁଣାଣି ହୋଇଛି । ମହାନଦୀ ସହିତ ଜଡିତ ମୁଖ୍ୟ ପ୍ରସଙ୍ଗ ଗୁଡିକୁ ଚୂଡାନ୍ତ କରିଥିଲେ ଟ୍ରିବ୍ୟୁନାଲ । ୪୦ରୁ ଅଧିକ ପ୍ରସଙ୍ଗ ଚୂଡାନ୍ତ ହୋଇଥିବା ଆଡଭୋକେଟ ଜେନେରାଲ ଅଶୋକ ପରିଜା ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ପୂର୍ବରୁ ଓଡ଼ିଶା ପକ୍ଷରୁ ୨୮ ଟି ପ୍ରସଙ୍ଗରେ ବିଚାର କରିବାକୁ ଦାବି କରାଯାଇଥିଲା । ସେହିପରି ଛତିଶଗଡ଼ ପକ୍ଷରୁ ୨୧ଟି ପ୍ରସଙ୍ଗରେ ଶୁଣାଣି ପାଇଁ ଦାବି କରାଯାଇଥିଲା। ମାମଲାର ପରବର୍ତ୍ତି ଶୁଣାଣି ଅଗଷ୍ଟ ୮ରେ ହେବ। ଉଭୟ ପକ୍ଷଙ୍କୁ ଆଲୋଚନା ମାଧ୍ୟମରେ ପ୍ରସଙ୍ଗ ଚୂଡାନ୍ତ କରିବାକୁ ଟ୍ରିବୁନାଲ୍ ପରାମର୍ଶ ଦେଇଥିଲେ। ବାରମ୍ବାର ଆଲୋଚନା ବିଫଳ ହେବାରୁ ପ୍ରସଙ୍ଗ ଚୂଡାନ୍ତ କରିଛନ୍ତି ଟ୍ରିବ୍ୟୁନାଲ। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ନଥିପତ୍ର ଆଦାନ ପ୍ରଦାନର ଯାଞ୍ଚ କରିବା ପରେ ପରବର୍ତ୍ତୀ ଶୁଣାଣିରେ ଉଭୟ ପକ୍ଷ ନିଜର ମତ ରଖିବେ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jul 12, 2020, 8:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.