ETV Bharat / city

ଫୋକସରେ କ୍ରୀଡା ଭିତ୍ତିଭୂମି; ନିର୍ମାଣ ହେବ ୮୯ ଇନଡୋର ଷ୍ଟାଡିୟମ, ଖର୍ଚ୍ଚ ହେବ 693 କୋଟି - କ୍ୟାବିନେଟ

ରାଜ୍ୟରେ ହେବାକୁ ଯାଉଛି ୮୯ଟି ଇନଡୋର ଷ୍ଟାଡିୟମ । ଆଜି (ସୋମବାର) ଏହି ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ମଞ୍ଜୁରି । ଅଧିକ ପଢନ୍ତୁ...

ଫୋକସରେ କ୍ରୀଡା ଭିତ୍ତିଭୂମି, ୮୯ ଇନଡୋର ଷ୍ଟାଡିୟମକୁ କ୍ୟାବିନେଟର ଗ୍ରୀନ ସିଗ୍ନାଲ

author img

By

Published : Aug 9, 2021, 6:39 PM IST

Updated : Aug 9, 2021, 7:09 PM IST

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ କ୍ରୀଡା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି । ରାଜ୍ୟରେ ୮୯ଟି ଇନଡୋର ଷ୍ଟାଡ଼ିୟମ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛି କ୍ୟାବିନେଟ । ଏଥିପାଇଁ ୬୯୩.୩୫ କୋଟି ବ୍ୟୟ ବରାଦ କରାଯାଇଛି । ଯାହା ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବ ।

ଫୋକସରେ କ୍ରୀଡା ଭିତ୍ତିଭୂମି, ୮୯ ଇନଡୋର ଷ୍ଟାଡିୟମକୁ କ୍ୟାବିନେଟର ଗ୍ରୀନ ସିଗନାଲ

ରାଜ୍ୟ କ୍ୟାବିନେଟ ଦ୍ଵାରା ୮୯ ଗୋଟି ବହୁମୁଖୀ କ୍ରୀଡ଼ା, ବିପର୍ଯ୍ୟୟ ଆଶ୍ରୟସ୍ଥଳ ଏବଂ ଚିକିତ୍ସାଳୟ ଉପଯୋଗୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ ନିମନ୍ତେ ଅନୁମୋଦନ ହୋଇଛି । ରାଜ୍ୟ କ୍ୟାବିନେଟ ଆଜି ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ ଯୋଜନାରେ ୮୯ ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ ନିମନ୍ତେ ମଞ୍ଜୁରି ପ୍ରଦାନ କରିଛନ୍ତି । ଏଥିପାଇଁ ୬୯୩.୩୫ କୋଟି ବ୍ୟୟ ବରାଦ କରାଯାଇଛି । ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବ ବୋଲି କୁହାଯାଇଛି ।

ରାଜ୍ୟରେ କ୍ରୀଡ଼ା ବିକାଶ କ୍ଷେତ୍ରରେ ଏହା ଏକ ବଳିଷ୍ଠ ପଦକ୍ଷେପ । ରାଜ୍ୟ ସରକାର ଓଡ଼ିଶାରେ କ୍ରୀଡ଼ାର ବିକାଶ ନିମନ୍ତେ ନିରନ୍ତର ଧ୍ୟାନ କେନ୍ଦ୍ରୀତ କରିଆସୁଛନ୍ତି । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟ କ୍ରୀଡ଼ାର ବିକାଶ ଏବଂ କ୍ରୀଡ଼ା ଆୟୋଜନର ଏକ ପ୍ରମୁଖ ସ୍ଥାନର ମାନ୍ୟତା ପାଇଛି । 5T କାର୍ଯ୍ୟସୂତ୍ରୀ ଅନୁଯାୟୀ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ରୁପାନ୍ତରଣକୁ ସୁନିଶ୍ଚିତ କରିବା ପାଇଁ ଏହି ପ୍ରକଳ୍ପ ପରିକଳ୍ପନା କରାଯାଇଅଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜନପ୍ରତିନିଧ ଓ କ୍ରୀଡ଼ାବିତମାନଙ୍କୁ ନେଇ ହୋଇଥିବା ପରାମର୍ଶ ଆଧାରରେ ଏହି କ୍ରୀଡ଼ା ଭିତ୍ତିଭୂମିର ଆବଶ୍ୟକୀୟ ନକ୍ସା ପ୍ରସ୍ତୁତ ହୋଇଅଛି ।

  • #Odisha Cabinet headed by CM @Naveen_Odisha has approved lease of 18.23 acre land for establishment of permanent campus of IIM, Sambalpur & 20 acres each for Bagchi-Sri Shankara Cancer Centre & Research Institute, and Bagchi-Karunashraya Palliative Care Centre, Bhubaneswar. pic.twitter.com/i6R31f47oZ

    — CMO Odisha (@CMO_Odisha) August 9, 2021 " class="align-text-top noRightClick twitterSection" data=" ">

ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ବିକାଶ ନିମନ୍ତେ ଉଦ୍ଦିଷ୍ଟ । ଏହି ଇନ୍‌ଡୋର ଷ୍ଟାଡ଼ିୟମଗୁଡ଼ିକ ବହୁମୁଖୀ ଉପଯୋଗ ନିମନ୍ତେ ବ୍ୟବହୃତ ହେବ । ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଭାରୋତ୍ତଳନ ଆଦି କ୍ରୀଡ଼ା ସହ ଯୋଗ ଓ ବ୍ୟାୟାମଶାଳାର ବ୍ୟବସ୍ଥା ମଧ୍ୟ ଉକ୍ତ ଷ୍ଟାଡ଼ିୟମରେ ରହିବ । ଏହି ଆନ୍ତଃଗୃହ ଗୁଡ଼ିକ ଉକ୍ତ ଅଞ୍ଚଳର ଅନ୍ୟାନ୍ୟ ଲୋକପ୍ରିୟ ଇନଡୋର ଖେଳ ନିମନ୍ତେ ମଧ୍ୟ ବ୍ୟବହୃତ କରାଯାଇପାରିବ । ଇନ୍‌ଡୋର ଷ୍ଟାଡ଼ିୟମଗୁଡ଼ିକ ଘଣ୍ଟାପ୍ରତି ୨୦୦ କି.ମି. ପବନର ବେଗକୁ ସହ୍ୟ କରିପାରୁଥିବା ଭଳି ନିର୍ମାଣ କରାଯିବ । ଯାହା ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟ ମହାବାତ୍ୟା ଏବଂ ବନ୍ୟା ଆଦି ସମୟରେ ଏଗୁଡ଼ିକ ଆଶ୍ରୟ କେନ୍ଦ୍ର ରୂପେ ବ୍ୟବହୃତ ହୋଇପାରିବ ।

ମହାମାରୀ ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଷ୍ଟାଡ଼ିୟମଗୁଡ଼ିକ ୫୦ ଟି ଶଯ୍ୟା ବିଶିଷ୍ଟ ଏବଂ ପୌରାଞ୍ଚଳରେ ୧୦୦ ଗୋଟି ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରୂପେ ବ୍ୟବହାର କରାଯାଇପାରିବ । ଏହା ବାଦ୍ ତାଲିମ୍ ପ୍ରଦାନ , ସଭା ପରିଚାଳନା , ପରୀକ୍ଷା କେନ୍ଦ୍ର ଇତ୍ୟାଦି କାର୍ଯ୍ୟ ପାଇଁ ମଧ୍ୟ ଉକ୍ତ ଷ୍ଟାଡ଼ିୟମ ଅତ୍ୟନ୍ତ ଉପଯୋଗୀ ହୋଇପାରିବ । ଏହି ପ୍ରକଳ୍ପ ଦ୍ବାରା ଓଡ଼ିଶାରେ କ୍ରୀଡ଼ା ବିକାଶର ଧାରା ଆହୁରି ଦୃଢ଼ୀଭୁତ ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Aug 9, 2021, 7:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.