ETV Bharat / city

ଧାନକିଣା ପ୍ରସଙ୍ଗ: ବିଜେଡି-ବିଜେପି ମିଶିଥିବା କହିଲା କଂଗ୍ରେସ, ଜବାବ ରଖିଲା ବିଜେପି

author img

By

Published : Feb 20, 2021, 12:07 PM IST

Updated : Feb 20, 2021, 1:58 PM IST

ଧାନକିଣା ପ୍ରସଙ୍ଗରେ ବିରୋଧୀଙ୍କ ଭିତରେ ଫାଟ । ବିଜେଡି-ବିଜେପି ମିଶିଥିବା କହିଲା କଂଗ୍ରେସ, ଜବାବ ରଖିଲା ବିଜେପି । ଅଧିକ ପଢନ୍ତୁ...

ଧାନକିଣା ପ୍ରସଙ୍ଗ
ଧାନକିଣା ପ୍ରସଙ୍ଗ

ଭୁବନେଶ୍ବର: ବିଧାନସଭାର ତୃତୀୟ ଦିନରେ ବି ଚାଲିପାରୁନି ଗୃହ । ଧାନକିଣା ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କ ହୋହଲ୍ଲା ଜାରି । ଗୃହକୁ ପ୍ରଥମେ ଦିନ 11.30 ଓ ପରେ 4ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି । ସେପଟେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦୁଇ ଫାଳ ହୋଇଥିବା ଦେଖିବାକୁ ମିଳିଛି ।

ଧାନକିଣା ପ୍ରସଙ୍ଗ

ଚାଷୀ ପ୍ରସଙ୍ଗରେ ବିଜେଡି-ବିଜେପି ମିଶିଥିବା କଂଗ୍ରେସ ବିଧାୟକ ତାରା ବାହିନୀପତି କହୁଥିବାବେଳେ ବିଜେପି ଏହା ଅସତ୍ୟ ବୋଲି କହିଛନ୍ତି । ଯେପର୍ଯ୍ୟନ୍ତ ସରକାର ଆଲୋଚନାକୁ ନ ଓହ୍ଲାଇବେ ଓ ଚାଷୀଙ୍କ ସମସ୍ୟାର ସମାଧାନ ନ କରିବେ ସେ ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ତାରା ବାହିନୀପତି କହିଛନ୍ତି ।

ସେହିପରି ଚାଷୀ ପ୍ରସଙ୍ଗରେ ବିଜେଡି-ବିଜେପି ମିଶିଯାଇଛନ୍ତି । ଗୃହ ଭିତରେ ଡ୍ରାମା କରୁଛି ବିଜେପି । ବାଚସ୍ପତି ଯୋଗାଣ ମନ୍ତ୍ରୀଙ୍କ ବିବୃତି ଦେବା ସମ୍ପର୍କରେ ରୁଲିଂ ଦେବା ପରେ ଏହା ସ୍ପଷ୍ଟ ହୋଇଛି ବୋଲି ତାରା କହିଛନ୍ତି । କଂଗ୍ରେସର ଦାବି ଚାଷୀଙ୍କ ଧାନ ତୁରନ୍ତ ଉଠାନ୍ତୁ । ଚାଷୀଙ୍କ ସମସ୍ୟାର ସମାଧାନ କରନ୍ତୁ ବୋଲି ସେ କହିଛନ୍ତି । ଏହା ସହ ଯେ ପର୍ଯ୍ୟନ୍ତ ଆଲୋଚନା ନହୋଇଛି ସେପର୍ଯ୍ୟନ୍ତ ଗୃହ ଚଳାଇ ନଦେବାକୁ ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ସେପଟେ କଂଗ୍ରେସ ଯେଉଁ ଅଭିଯୋଗ ଆଣିଛି ତାହା ଅସତ୍ୟ । ଆମେ ଚାଷୀଙ୍କ ସମସ୍ୟ ନେଇ ସ୍ବତନ୍ତ୍ର ମୋସନ ଜରିଆରେ ଆଲୋଚନା ପାଇଁ ଦାବି କରୁଛୁ । ବାଚସ୍ପତିଙ୍କ ରୁଲିଂକୁ ଗ୍ରହଣ କରିନି ବିଜେପି । ଯେଉଁ ପର୍ଯ୍ୟନ୍ତ ଚାଷୀଙ୍କ ସମସ୍ୟା ସମାଧାନ ହୋଇନାହିଁ ସେ ପର୍ଯ୍ୟନ୍ତ ବିରୋଧ ଜାରି ରଖିବୁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Feb 20, 2021, 1:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.