ETV Bharat / city

ରାଜ୍ୟ ବଜେଟ: ଏକ୍ରାମ ପ୍ଲାନ ପାଇଁ ୭୦୦ କୋଟି ବ୍ୟୟବରାଦ - ରାଜ୍ୟ ବଜେଟ

ଚଳିତ ରାଜ୍ୟ ବଜେଟରେ ମୁଖ୍ୟମନ୍ତ୍ରୀଙ୍କ ଏକାମ୍ର ପ୍ଲାନ ପାଇଁ ୭୦୦ କୋଟି ଟଙ୍କାର ବ୍ୟୟବରାଦ । ୧୫୦ କୋଟିରେ ଲିଙ୍ଗରାଜ ମନ୍ଦିର ଓ ଅନ୍ୟ ଐତିହ୍ୟ ସ୍ଥଳର ବିକାଶ । ସେହିପରି ‘ଅବଢା’ ଯୋଜନାରେ ୩ ହଜାର ୨୦୮ କୋଟି ବ୍ୟୟବରାଦ ।

ଏକ୍ରାମ ପ୍ଲାନ ପାଇଁ ୭୦୦ କୋଟି ବ୍ୟୟବରାଦ
ଏକ୍ରାମ ପ୍ଲାନ ପାଇଁ ୭୦୦ କୋଟି ବ୍ୟୟବରାଦ
author img

By

Published : Feb 18, 2020, 9:11 PM IST

ଭୁବନେଶ୍ବର: ଚଳିତ ରାଜ୍ୟ ବଜେଟରେ ରହିଛି ଏକ୍ରାମ ପ୍ଲାନ । ଏଥିପାଇଁ 700 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହା ସହ ଲିଙ୍ଗରାଜ ମନ୍ଦିର ଓ ଅନ୍ୟ ଐତିହ୍ୟସ୍ଥଳର ବିକାଶ କରାଯିବ । ତେବେ ଏନେଇ ଚଳିତ ବର୍ଷ 150 କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ପୁରୀକୁ ଐତିହ୍ୟ ନଗରୀରେ ପରିଣତ କରିବାକୁ ମଧ୍ୟ ସରକାର ବୃହତ୍ତ ଯୋଜନା ମଞ୍ଜୁର କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଯେଉଁଥି ପାଇଁ ‘ଅବଢା’ ଯୋଜନାରେ ଖର୍ଚ୍ଚ ହେବ 3 ହଜାର 2 ଶହ କୋଟି । ଏଥିରେ ଶ୍ରୀ ସେତୁ, ଜଗନ୍ନାଥ ବଲ୍ଲଭ, ତୀର୍ଥଯାତ୍ରୀ କେନ୍ଦ୍ର, ବହୁତଳ ବିଶିଷ୍ଟ କାର ରହିବା ସ୍ଥାନ, ନଗରପାଳିକା କରାଯିବ। ସେଥିପାଇଁ ଚଳିତ ବର୍ଷ ଖର୍ଚ୍ଚ ହେବ 6 ଶହ 95 କୋଟି ଟଙ୍କା ବ୍ୟୟ ବରାଦର ବ୍ୟବସ୍ଥା କରାଯାଇଛି ।

ସେହିପରି, କଟକ ସହର ପାଇଁ ଏକ ପ୍ଲାନ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ପ୍ରଶସ୍ତ ରାସ୍ତା ନିର୍ମାଣ, ସାଧାପଣସ୍ଥଳୀ ଓ ଆନୁସଙ୍ଗିକ ସୁବିଧା, ପାର୍କ, ଆଧୁନିକ ନଗରାଞ୍ଚଳ, ଭିତ୍ତିଭୂମି, ଗାଡି ରହଣି ସ୍ଥଳ, ସବୁଜ ବଳୟ ସୃଷ୍ଟି ଇତ୍ୟାଦି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଅନ୍ୟପଟେ, ପର୍ଯ୍ୟଟନକୁ ଆଖିରେ ଆଗରେ ରଖି ସମଲେଶ୍ବରୀ ମନ୍ଦିର, ହୀରାକୁଦ ଡ୍ୟାମ, ଭିତର କନିକାର ତାଳସରି ଐତିହ୍ୟସ୍ଥାନର ବିକାଶ କରାଯିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.