ETV Bharat / city

ଓଡ଼ିଶା ହାଇସ୍କୁଲରୁ ପାଠ ଛାଡୁଛନ୍ତି ୧୬% ଛାତ୍ରଛାତ୍ରୀ, ପୁଅଙ୍କ ସଂଖ୍ୟା ଅଧିକ - ଝିଅ ଅପେକ୍ଷା ଅଧିକ ପୁଅ ଅଧାରୁ ପାଠ ବନ୍ଦ ଓଡିଶା ହାଇ ସ୍କୁଲରୁ

ଓଡ଼ିଶାରେ ହାଇସ୍କୁଲରୁ ପାଠ ଛାଡୁଛନ୍ତି ୧୬% ଛାତ୍ରଛାତ୍ରୀ, ପୁଅଙ୍କ ସଂଖ୍ୟା ଅଧିକ।ଆଶ୍ଚର୍ଯ୍ୟର କଥା ଝିଅଙ୍କ ତୁଳନାରେ ଅଧିକ ସଂଖ୍ୟକ ପୁଅ ପାଠପଢ଼ା ଛାଡୁଛନ୍ତି । ରାଜ୍ୟରେ ମାଧ୍ୟମିକ ଶିକ୍ଷାରେ ୧୬.୭% ପୁଅ ଓ ୧୫.୪% ଝିଅ ପାଠପଢ଼ା ଛାଡୁଛନ୍ତି । ଅଧିକ ପଢନ୍ତୁ

ଓଡ଼ିଶାରେ ହାଇସ୍କୁଲରୁ ପାଠ ଛାଡୁ ଛନ୍ତି ୧୬% ଛାତ୍ରଛାତ୍ରୀ, ପୁଅଙ୍କ ସଂଖ୍ୟା ଅଧିକ।

author img

By

Published : Mar 14, 2022, 7:53 PM IST

ଭୁବନେଶ୍ବର: ରାଜ୍ୟରେ ଭିତ୍ତିଭୂମିର ଅଭାବ ଶିକ୍ଷାର ବିକାଶରେ ଏକ ପ୍ରମୁଖ ସମସ୍ୟା ରୂପେ ଉଭାହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ଥିବା ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାନୀୟଜଳ, ପରିମଳ ବ୍ୟବସ୍ଥା, ବିଜୁଳି ଆଲୋକ, ସ୍ୱାସ୍ଥ୍ୟ ପରିବେଶ ଭଳି ଆବଶ୍ୟକତାକୁ ପୂରଣ କରାଯାଇପାରିନାହିଁ। ଆଶ୍ଚର୍ଯ୍ୟର କଥା ହେଲା ଝିଅଙ୍କ ତୁଳନାରେ ଅଧିକ ସଂଖ୍ୟକ ପୁଅ ଅଧାରୁ ପାଠପଢ଼ା ଛାଡୁଛନ୍ତି । ରାଜ୍ୟରେ ମାଧ୍ୟମିକ ଶିକ୍ଷାରୁ ୧୬.୭% ପୁଅ ଓ ୧୫.୪% ଝିଅ ପାଠପଢ଼ା ଛାଡୁଛନ୍ତି। ୟୁଡିଆଇଏସଇ ପ୍ଲସ ୨୦୨୦-୨୧ ରିପୋର୍ଟରେ ଏଭଳି ଉଦ୍‌ବେଗଜନକ ତଥ୍ୟ ପ୍ରକାଶ ପାଇଛି ।

ଓଡ଼ିଶାରେ ହାଇସ୍କୁଲରୁ ପାଠ ଛାଡୁ ଛନ୍ତି ୧୬% ଛାତ୍ରଛାତ୍ରୀ, ପୁଅଙ୍କ ସଂଖ୍ୟା ଅଧିକ।

ତେବେ ଏତେ ସରକାରୀ ଯୋଜନା ସତ୍ତ୍ବେ ରାଜ୍ୟରେ ୨୨୭୩ ସ୍କୁଲରେ ମିଳୁନି ପିଇବା ପାଣି। ରାଜ୍ୟରେ ମୋଟ୍ ୬୧,୯୧୨ ସ୍କୁଲରେ ପିଇବା ପାଣି ସୁବିଧା ଥିବା ଦର୍ଶାଯାଇଛି ସେଥି ମଧ୍ୟରେ ସରକାରୀ ସ୍କୁଲ ସଂଖ୍ୟା ୪୮,୮୮୩ , ସରକାରୀ ଅନୁଦାନ ପ୍ରାପ୍ତ ୫,୫୫୯ , ଘରୋଲ ଅନୁଦାନ ପ୍ରାପ୍ତ ୬୦୧୮ ଓ ଅନ୍ୟାନ୍ୟ ୧,୪୫୨ ସ୍କୁଲରେ ପିଇବା ପାଣି ସୁବିଧା ମିଳୁଛି । ହେଲେ ୨,୨୭୩ ସ୍କୁଲରେ ପିଇବା ପାଣି ମିଳୁନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଅନ୍ୟପଟେ ଅଧିକାଂଶ ସ୍କୁଲରେ ଛାତ୍ରୀଙ୍କ ପାଇଁ ନାହିଁ ଶୌଚାଳୟ। ଯାହା ୟୁଡିଆଇଏସଇ ପ୍ଲସ ୨୦୨୦-୨୧ ରିପୋର୍ଟରେ ପ୍ରକାଶ ପାଇଛି। ଓଡ଼ିଶାରେ ମୋଟ ୬୪ ହଜାର ୧୦୯ ସ୍କୁଲ ରହିଛି। ସେଥିମଧ୍ୟରୁ ୫୦ ହଜାର ୨୦୧ ସରକାରୀ ସ୍କୁଲ ହୋଇଥିବା ବେଳେ ୫,୮୩୫ ଟି ଅନୁଦାନପ୍ରାପ୍ତ ଓ ୬୩୮୬ ଘରୋଇ ଅନୁଦାନପ୍ରାପ୍ତ ସ୍କୁଲ। ସେଥିରୁ ୬୨ ହଜାର ୫୯୬ ସ୍କୁଲରେ ଶୌଚାଳୟ ଥିବାବେଳେ ୫୭ ହଜାର ୪୮୮ ସ୍କୁଲରେ ଶୌଚାଳୟ ଠିକ ଭାବେ କାମ କରୁଥିବା ରିପୋର୍ଟରେ ଦର୍ଶାଇଛି। ୬ ହଜାର ୬୨୧ଟି ସ୍କୁଲରେ ଶୌଚାଳୟ ଠିକ ଭାବେ କାମ କରୁନଥିବା କୁହାଯାଇଛି।

ରାଜ୍ୟରେ ମାତ୍ର ୪୫ ହଜାର ୧୯୨ଟି ସ୍କୁଲରେ ବିଦ୍ୟୁତ ସଂଯୋଗ ଥିବାବେଳେ ୧୮ ହଜାରରୁ ଅଧିକ ସ୍କୁଲରେ ବିଦ୍ୟୁତ ସଂଯୋଗ ନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାଜ୍ୟରେ ମୋଟ୍ ୬୧,୦୧୫ ସ୍କୁଲରେ ହାତଧୋଇବା ସୁବିଧା ଅଛି । ସେଥିରେ ୪୮,୩୫୩ ସରକାରୀ ସ୍କୁଲ, ୫,୩୧୩ ସରକାରୀ ଅନୁଦାନପ୍ରାପ୍ତ, ୫,୯୦୬ ଘରୋଇ ଅନୁଦାନ ପ୍ରାପ୍ତ ଓ ଅନ୍ୟାନ୍ୟ ୧,୪୪୩ ସ୍କୁଲ ରହିଛି । କିନ୍ତୁ ସାରା ରାଜ୍ୟରେ ଥିବା ୩.୭୯ ପ୍ରତିଶତ ସ୍କୁଲରେ ହାତ ଧୋଇବା ସୁବିଧା ନାହିଁ ବୋଲି ରିପୋର୍ଟରେ ଦର୍ଶାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.