ଭୁବନେଶ୍ବର: ଆଉ କିଛି ସମୟ ପରେ ଆରମ୍ଭ ହେବ ବିଜେପି ରାଜ୍ୟ ସଭାପତି ଓ 21 ରାଷ୍ଟ୍ରୀୟ ପରିଷଦ ସଭ୍ୟ ନିର୍ବାଚନ ପ୍ରକ୍ରିୟା । ରାଜ୍ୟ କାର୍ଯ୍ୟାଳୟରେ ଥିବା କେଶୁ ଭାଇ ଠାକରେ ହଲରେ ହେବ ନିର୍ବାଚନ ।
ନିର୍ବାଚିତ 34 ସାଙ୍ଗଠନିକ ଜିଲ୍ଲା ସଭାପତି ଓ 177 ରାଜ୍ୟ ପରିଷଦ ସଭ୍ୟ ଏଥିପାଇଁ ଭୋଟ ଦେବେ । ଅପରାହ୍ନରେ ଆରମ୍ଭ ହେବ ଆନୁଷ୍ଠାନିକ ନାମାଙ୍କନ । ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନ କରନ୍ତି ତେବେ ଆସନ୍ତାକାଲି ପୂର୍ବାହ୍ନରେ ଭୋଟ ହେବ । ଯଦି କେହି ବି ନାମାଙ୍କନ ଦାଖଲ ନକରନ୍ତି, ତେବେ ଆଜି ସରିବ ଭୋଟ ପ୍ରକ୍ରିୟା ।
ଏହି ଅବସରରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଏଥିସହ ସାଂସଦ ରାଜୀବ ପ୍ରତାପ ରୁଢୀ,ଓଡ଼ିଶା ଦାୟିତ୍ବରେ ଥିବା ସୌଦାନ ସିଂହ, ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ରାଜ୍ୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହିବେ ।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ