ETV Bharat / city

BR Ambedkar Death Anniversary: ପୂଣ୍ୟତିଥିରେ ବିଜେପିର ଶ୍ରଦ୍ଧାଞ୍ଜଳି - ସମ୍ବିଧାନର ପ୍ରଣେତା ବାବା ସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକର

ସମ୍ବିଧାନର ପ୍ରଣେତା ବାବା ସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଆଜି 65ତମ ଶ୍ରାଦ୍ଧ ଦିବସ (BR Ambedkar Death Anniversary) । ବିଜେପି ପକ୍ଷରୁ ଏନେଇ ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅଧିକ ପଢନ୍ତୁ

ବାବା ସାହେବ୍ ଡ.ବିଆର ଆମ୍ବେଦକରଙ୍କ 65 ତମ ଶ୍ରାଦ୍ଧବାର୍ଷିକୀ, ବିଜେପି ପକ୍ଷରୁ ଶ୍ରଦ୍ଧାଞ୍ଜଳି

author img

By

Published : Dec 6, 2021, 12:26 PM IST

ଭୁବନେଶ୍ବର: ସମ୍ବିଧାନର ପ୍ରଣେତା ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ଆଜି 65ତମ ଶ୍ରାଦ୍ଧ ଦିବସ(BR Ambedkar Death Anniversary) । ବିଜେପି ପକ୍ଷରୁ ଏନେଇ ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ବିଜେପି ସଭାପତି ସମୀର ମହାନ୍ତିଙ୍କ ସହ ବହୁ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଆମ୍ବେଦକରଙ୍କ ସ୍ମୃତି ଚାରଣ କରିଛନ୍ତି।

ବାବା ସାହେବ୍ ଡ.ବିଆର ଆମ୍ବେଦକରଙ୍କ 65 ତମ ଶ୍ରାଦ୍ଧବାର୍ଷିକୀ, ବିଜେପି ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଦଳିତ ଏବଂ ଉପେକ୍ଷିତ ବର୍ଗର ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଆମ୍ବେଦକରଙ୍କ ଭୂମିକା ଚିରସ୍ମରଣୀୟ ବୋଲି କହିଛି ବିଜେପି । ସେହିପରି ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଆମ୍ବେଦକରଙ୍କ ନୀତି ଆଦର୍ଶକୁ ପାଥେୟ କରି ମୋଦି ସରକାର ‘ସବକା ସାଥ, ସବକା ବିକାଶ’ ନୀତିରେ କାର୍ଯ୍ୟ କରୁଛନ୍ତି ।

1891 ଏପ୍ରିଲ ୧୪ରେ ଜନ୍ମଗ୍ରହଣ କରିଥିଲେ ଆମ୍ବେଦକର । ଜଣେ ଆଇନଜୀବୀ, ଅର୍ଥନୀତିଜ୍ଞ, ରାଜନେତା ତଥା ସାମାଜିକ ସଂସ୍କାରକ ଥିଲେ ସେ । ଆମ୍ବେଦକରଙ୍କୁ ବାବା ସାହେବ ଭାବେ ସମସ୍ତେ ଜାଣନ୍ତି । ତାଙ୍କୁ ସମ୍ବିଧାନ ନିର୍ମାତା ଏବଂ ସାମାଜିକ ନ୍ୟାୟର ପ୍ରଣେତା ବୋଲି ମଧ୍ୟ କୁହାଯାଏ । ୧୯୫୬ ମସିହା ଆଜିର ଦିନରେ ମହାନ ବ୍ୟକ୍ତିତ୍ବଙ୍କୁ ହରାଇଥିଲା ଦେଶ । ଆଜି ଜନନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ସାରା ଦେଶ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ସଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.