ETV Bharat / city

କାହିଁକି ରାଜ୍ୟ ସରକାର MSP ରୁ କମ ମୂଲ୍ୟରେ ଧାନ କିଣୁଛନ୍ତି ?

author img

By

Published : Dec 24, 2021, 11:03 PM IST

ଓଡିଶାର ଚାଷୀଙ୍କ ସହ ବିଜେଡି ସରକାର ପ୍ରତାରଣା କରୁଛନ୍ତି । ଗତ 22 ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ବିନୀ ବୈଷ୍ଣବଙ୍କ ନେତୃତ୍ବରେ ବିଜେପି ସାଂସଦ ମାନେ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଭେଟିଥିଲେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 1940 ଟଙ୍କା କେନ୍ଦ୍ର ସରକାର ସ୍ଥିର କରିଥିବା ବେଳେ ସେଥିରୁ କମ ଦରରେ ରାଜ୍ୟର ମିଲରସ ଧାନ କିଣୁଛନ୍ତି । ଅଧିକ ପଢନ୍ତୁ

ବିଜେପି କୃଷକ ମୋର୍ଚ୍ଚା ସଭାପତି
ବିଜେପି କୃଷକ ମୋର୍ଚ୍ଚା ସଭାପତି

ଭୁବନେଶ୍ବର: ଓଡିଶାର ଚାଷୀଙ୍କ ସହ ବିଜେଡି ସରକାର ପ୍ରତାରଣା କରୁଛନ୍ତି । ଗତ 22 ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ବିନୀ ବୈଷ୍ଣବଙ୍କ ନେତୃତ୍ବରେ ବିଜେପି ସାଂସଦ ମାନେ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଭେଟିଥିଲେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 1940 ଟଙ୍କା କେନ୍ଦ୍ର ସରକାର ସ୍ଥିର କରିଥିବା ବେଳେ ସେଥିରୁ କମ ଦରରେ ରାଜ୍ୟର ମିଲରସ ଧାନ କିଣୁଛନ୍ତି । ମିଲରସ ମାନଙ୍କ ସହ ମିଶି ଧାନ କିଣା ବିକାରେ ରାଜ୍ୟ ସରକାର 500 କୋଟି ଟଙ୍କା ଲୁଟ କରିବା ପାଇଁ ଭିତ୍ତିଭୂମି ତିଆରି କରିଛନ୍ତି । କେନ୍ଦ୍ର ସରକାର 64 ଲକ୍ଷ ମେଟ୍ରିକ ଟନ ଧାନ କିଣିବା ପାଇଁ 20 ହଜାର କୋଟି ଟଙ୍କା ଦେଇଛନ୍ତି । ରାଜ୍ୟ ସରକାର ଓଡିଶାରେ ମାତ୍ର 1800 ମଣ୍ଡି ଖୋଲିଛନ୍ତି । 11ଟି ଜିଲ୍ଲାରେ ମଣ୍ଡି ଖୋଲି ନାହାନ୍ତି । ଆଜି ଏଭଳି ସାଂଘାତିକ ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ।

କାହିଁକି ରାଜ୍ୟ ସରକାର MSP ରୁ କମ ମୁଲ୍ୟରେ ଧାନ କିଣୁଛନ୍ତି: ବିଜେପି କୃଷକ ମୋର୍ଚ୍ଚା ସଭାପତି

ପ୍ରଦୀପ ଅଭିଯୋଗ କରିଛନ୍ତି ଅନ୍ୟ ଜିଲ୍ଲା ଗୁଡିକରେ ପୂର୍ଣ୍ଣାଙ୍ଗ ଭାବେ ମଣ୍ଡି ଖୋଲା ଯାଇନାହିଁ । ଗତ ଥର 5 ହଜାର 900 ଟି ମଣ୍ଡି ଥିଲା । ଟୋକନ ଅବ୍ୟବସ୍ଥା କାରଣରୁ ମିଲରସ, ଆରଏମସି ଏବଂ ପାକ୍ସ ଅଧିକାରୀ ମାନେ ମଧୁ ଚନ୍ଦ୍ରିକା କରୁଛନ୍ତି । ଯେଉଁ ଚାଷୀ ଅମଳ କରିଛି ତାକୁ ଟୋକନ ଦେଇଛନ୍ତି ହେଲେ ଯେଉଁ ଚାଷୀର ଧାନ ନାହିଁ ତାକୁ ଟୋକେନ ଦେଇନାହାନ୍ତି । ଜଣେ ଚାଷୀ ଟୋକନ ଅବ୍ୟବସ୍ଥା କାରଣରୁ ଆତ୍ମହତ୍ୟା କରିଛନ୍ତି । ମିଲର ମାନେ 8 କେଜିରୁ 10 କେଜି କଟନୀ ଛଟନୀ କରୁଛନ୍ତି । ଯଦି ରାଜ୍ୟ ସରକାରଙ୍କର ଶତ ସାହସ ଅଛି ତେବେ ମିଲରସ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଚାଷୀ ମାନେ କେନ୍ଦ୍ର ଦେଉଥିବା ଅର୍ଥ ପାଉନାହାନ୍ତି । କେନ୍ଦ୍ର ସରକାର 21 ମାର୍ଚ୍ଚ ରୁ 25 ମାର୍ଚ୍ଚ ଯାଏଁ ଓଡିଶାକୁ ମଣ୍ଡି ବ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ମାଝି କମିଶନ ପଠାଇଥିଲେ ।

କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ 151 ଦିନ ମଣ୍ଡି ଖୋଲା ଯାଉନାହିଁ । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ମାଝି କମିଶନର ରିପୋର୍ଟ ଉପରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏଥର ବମ୍ଫର କ୍ରପ ନାହିଁ । ମରୁଡି ସ୍ଥିତି ଅଛି । ପୂର୍ବରୁ ସମବାୟ ମନ୍ତ୍ରୀ କହିଥିଲେ, ଯେଉଁ ମିଲରସ MSP ରୁ କମ ମୂଲ୍ୟରେ ଧାନ କିଣୁଛନ୍ତି ତାଙ୍କୁ ଗିରଫ କରାଯିବ । ମିଲର ମାନଙ୍କ ଜରିଆରେ 500 କୋଟି ଟଙ୍କା ଲୁଟ କରିବା ପାଇଁ ଓଡିଶା ସରକାର ଭିତ୍ତିଭୂମି ପ୍ରସ୍ତୁତ କରିଛନ୍ତି । ମିଲରସ ସଙ୍ଗଠନ କହିଛି, ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିକୁ 500 କୋଟି ଟଙ୍କାରୁ ଅଧିକ ଚାନ୍ଦା ଦେବେ । ଗୋଟିଏ ବସ୍ତା ପିଛା 10 ଟଙ୍କା ପାଉନାହାନ୍ତି ଓଡିଶାର ଚାଷୀ ।

ସେହିପରି ବସ୍ତା ଟଙ୍କା ମଧ୍ୟ ମିଲରସ ମାନେ ଲୁଟ କରୁଛନ୍ତି । ଓଡିଶା ସରକାର ଚାଷୀଙ୍କ ସହ ନାହିଁ । ମିଲରସ ମାନଙ୍କ ସହ ଅଛନ୍ତି । ରାଜ୍ୟରେ ଟୋକନ ବିକ୍ରି ହେଉଛି । ଓଡିଶାରେ ବ୍ୟାପକ ମାତ୍ରାରେ ମଣ୍ଡି ଅବ୍ୟବସ୍ଥା ଲାଗି ରହିଛି । ଯଦି ଓଡିଶା ସରକାର ଚାଷୀଙ୍କ ସହ ଅଛନ୍ତି ତେବେ ଯେମିତି 1940 ଟଙ୍କା ଚାଷୀ ପାଇବେ ତାହା ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ । ବସ୍ତା, ସୁତୁଲି ଓ ଧାନ ପରିବହନ ପଇସା ଚାଷୀଙ୍କୁ ରାଜ୍ୟ ସରକାର ଯଦି ଦେବେ ନାହିଁ ତାହେଲେ ପୁଣି ଥରେ ବିଜେପି ମଣ୍ଡି ଚାଲ ଅଭିଯାନ ଆରମ୍ଭ କରିବ ବୋଲି ପ୍ରଦୀପ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.