ଭୁବନେଶ୍ବର: ସାଇବର ଠକଙ୍କ ଜାଲରେ ଯନ୍ତ୍ରୀ । 50 ବର୍ଷୀୟ ଯନ୍ତ୍ରୀଙ୍କୁ ନ୍ୟୁଡ୍ କଲ୍ରେ ଛଦ୍ମବେଶୀ ଯୁବତୀ । ପ୍ରଥମେ ଅଜଣା ହ୍ବାଟସପ (Cyber Fraud through WhatsApp) ନମ୍ବରରେ ଯୁବତୀ ବେଶରେ ଯୋଗାଯୋଗ କରିବା ପରେ ନ୍ୟୁଡ କଲ (Nude Call) ଜରିଆରେ ଯନ୍ତ୍ରୀଙ୍କୁ ଟ୍ରାପ କରିଛନ୍ତି ଠକ । ପରେ ବ୍ଲାକ୍ ମେଲ କରି ପର୍ଯ୍ୟାୟ କ୍ରମେ ନେଇଗଲେ 25 ଲକ୍ଷ ଟଙ୍କା । ସାଇବର ଥାନାରେ ଏଭଳି ଅଭିଯୋଗ କରିଛନ୍ତି ଖୋଦ ଯନ୍ତ୍ରୀ ।
ସାଇବର ଠକମାନେ ପ୍ରଥମେ ହ୍ବାଟସପ୍ ନମ୍ବର ନେଇ ଯୁବତୀଙ୍କ ବେଶରେ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ । ଏହାପରେ ଯନ୍ତ୍ରୀଙ୍କୁ ନ୍ୟୁଡ଼ କଲ୍ କରିଥିଲେ । ଏଭଳି ଯନ୍ତ୍ରୀଙ୍କୁ ଫସାଇବା ପରେ ଚାଟିଂର ସ୍କ୍ରିନସଟ୍ ନେଇଥିଲେ । ଏହାପରେ ଛଦ୍ମବେଶରୁ ଅସଲ ରୂପକୁ ଆସିଥିଲେ ଏହି ସାଇବର ଠକ ଏବଂ ଯନ୍ତ୍ରୀଙ୍କୁ ବ୍ଲାକମେଲ୍ କରିବା ଆରମ୍ଭ କରିଥିଲେ । କେତେବେଳେ CBI ତ ଆଉ କେତେବେଳେ ଗୁଇନ୍ଦା ଅଧିକାରୀର ପରିଚୟ ଦେଇ ଟଙ୍କା ମାଗିଥିଲେ ।
ଟଙ୍କା ନ ଦେଲେ ଟ୍ରାପ ହେବାର ଭୟ ଦେଖାଇ ପ୍ରଥମେ 20 ହଜାର ପରେ ପରେ ପର୍ଯ୍ୟାୟ କ୍ରମେ 25 ଲକ୍ଷ ଟଙ୍କା ଠକି ନେଇଥିବା ସୂଚନା ମିଳିଛି । ଏନେଇ ମୁହଁ ଖୋଲିଛନ୍ତି ଅଭିଯୋଗକାରୀ ଯନ୍ତ୍ରୀ । ତେବେ ଝିଅ ବାହାଘର ପାଇ ସେ ଅର୍ଥ ସଞ୍ଚିଥିଲେ । ଠକେଇ ପରେ ଭୁବନେଶ୍ବର ସାଇବର ଥାନାରେ ଗତ 21 ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଏବେ ପୋଲିସ ସାଇବର ଠକଙ୍କୁ ଖୋଜୁଛି ।
ଇଟିଭି ଭାରତ, ଭୁବନେଶ୍ବର