ଭୁବନେଶ୍ବର: ଘରେ ପହଞ୍ଚିବ ବିଧାନସଭା । ଆରମ୍ଭ ହେଲା ବିଧାନସଭା ସମାଚାର ୟୁଟ୍ୟୁବ ଚ୍ୟାନେଲ । ଗତକାଲି(ଶନିବାର) ଚ୍ୟାନେଲ ଆରମ୍ଭ ହୋଇଛି । ଏଥିରେ ବିଧାନସଭା ସମ୍ପର୍କିତ ସମସ୍ତ ଖବର ପ୍ରସାରଣ ହେବ । ଏହାସହ ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ମଧ୍ୟ ଆସିବ । ପରବର୍ତ୍ତୀ ମୁହୂର୍ତ୍ତରେ ବିଧାନସଭା ଟିଭି ଆରମ୍ଭ ହେବ । ଯାହାଫଳରେ ଘରେ ବସି ବିଧାନସଭା ସଂକ୍ରାନ୍ତୀୟ ଟିକିନିକ୍ ଖବର ଦେଖିପାରିବେ ଲୋକେ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଆଜି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି । ଏଥିସହ ମାର୍ଚ୍ଚ ୩୧ ପୂର୍ବରୁ ବିଧାନସଭା ବଜେଟ୍ ଅଧିବେଶନ ବସିବ ବୋଲି ମଧ୍ୟ ସେ ଜଣାଇଛନ୍ତି । ରାଜ୍ୟପାଳଙ୍କ ଅନୁମୋଦନ ଆସିବା ପରେ ବଜେଟ୍ ଅଧିବେଶନର ବିଧିବଦ୍ଧ ତାରିଖ ଘୋଷଣା ହେବ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ