ଭୁବନେଶ୍ବର: ବିଧାନସଭାରେ ଚାଲିଥିବା ହଟ୍ଟଗୋଳ ଏବଂ ବିଶୃଙ୍ଖଳିତ ପରିସ୍ଥିତିକୁ ନେଇ ଅସହାୟତା ପ୍ରକାଶ କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଯଦି ଗୃହର ସମସ୍ତ ସଦସ୍ୟ ଗୃହ ଚଳାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ବାଚସ୍ପତି କଣ କରିବେ ? ଏମିତି ପ୍ରତିକ୍ରିୟା ରଖିଲେ ବାଚସ୍ପତି ।
ଯେଉଁ ଉଦ୍ଦେଶ୍ୟ ନେଇ ବିଧାନସଭାରେ ଗୃହ ପରିଚାଳନା କରାଯାଉଛି, ଯଦି ଉଭୟ ବିରୋଧୀ ଓ ଶାସକ ତାହା ମାନିବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ବାଚସ୍ପତି କଣ କରିବେ ? ଯଦି ସମସ୍ତ ସଦସ୍ୟ ଗୃହ ଚାଳିବାରେ ବିଶୃଙ୍ଖଳା କରନ୍ତି ତେବେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହି ବାଚସ୍ପତି ନିଜର ଅସହାୟତା ପ୍ରକାଶ କରିଛନ୍ତି । 4 ଟା ବେଳେ ଗୃହ ଆରମ୍ଭ ହେଲେ ଗୃହକୁ କିଭଳି ସ୍ବାଭାବିକ କରାଯାଇ ପାରିବ, ସେ ନେଇ ବିଚାର କରାଯିବ ବୋଲି ବାଚସ୍ପତି କହିଛନ୍ତି ।
ଆଜି ପ୍ରଶ୍ନକାଳ ଆରମ୍ଭରୁ ଉଭୟ ବିଜେପି ଓ କଂଗ୍ରେସ ଘଣ୍ଟ ଘଣ୍ଟି ବାଡେଇ ପ୍ରତିବାଦ କରିଥିଲେ । ଶାସକ ବିଜେଡି ପକ୍ଷରୁ ମଧ୍ୟ ଅନୁରୂପ ଭାବେ ପ୍ରତିବାଦ କରାଯାଇଥିଲା ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ