ଭୁବନେଶ୍ବର: ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ ଓଡିଶା ବିଧାନସଭା ଟିଭି ଚ୍ୟାନେଲ(Odisha Assembly TV Channel) । ଘରେ ପହଞ୍ଚିବ ବିଧାନସଭା । ଏହି ଚ୍ୟାନେଲରେ ବିଧାନସଭା ସମ୍ପର୍କିତ ସମସ୍ତ ଖବର ପ୍ରସାରଣ ହେବ । ଏନେଇ ଆଜି(ବୁଧବାର) ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ଏବେ ଓଡିଶା ବିଧାନସଭା ସମାଚାର ୟୁଟ୍ୟୁବ ଚ୍ୟାନେଲ ଅଛି । ବିଜୁ ଜୟନ୍ତୀରୁ ୟୁଟ୍ୟୁବ ଚ୍ୟାନେଲର ଶୁଭାରମ୍ଭ ହୋଇଥିଲା । ବିଧାନସଭା ଟିଭି ପାଇଁ ବିଧାନସଭା ପରିସରରେ ଷ୍ଟଡିଓ ତିଆରି ହେଉଛି l ଏହି ଟିଭିରେ ବିଧାନସଭା ସଂପର୍କିତ ଖବର ପ୍ରସାରଣ କରାଯିବ । ସେହିପରି ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ପ୍ରକାଶ କରାଯିବ ବୋଲି ବାଚସ୍ପତି କହିଛନ୍ତି । ଆସନ୍ତା ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭାର ବଜେଟ ଅଧିବେଶନ ଚାଲିବ । ଏଥିପାଇଁ ଆଜିଠାରୁ(ବୁଧବାର) ବିଧାନସଭା ପରିସରରେ ଆରମ୍ଭ ହୋଇଛି କୋଭିଡ଼ ଟେଷ୍ଟିଂ । ଯେଉଁମାନଙ୍କ ରିପୋର୍ଟ୍ ନେଗେଟିଭ ଆସିବ ସେମାନଙ୍କୁ ଗୃହରେ ପ୍ରବେଶ ଅନୁମତି ଦିଆଯିବ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ