ଭୁବନେଶ୍ବର: ବିରୋଧୀ ଦଳ ନେତାଙ୍କୁ ନେଇ ବିଧାନସଭାରେ ହଟ୍ଟଗୋଳ । ପ୍ରଦୀପ୍ତ ନାୟକ ବିରୋଧୀ ଦଳ ନେତା ବୋଲି ଯଦିଓ ବିଜେପି ଘୋଷଣା କରିଥିଲା କିନ୍ତୁ ଗୃହରେ ବାଚସ୍ପତି ଘୋଷଣା ନକରି କାହିଁକି ସମ୍ବୋଧିତ କଲେ ଓ କହିବା ପାଇଁ ସୁଯୋଗ ଦେଲେ ବୋଲି ଆପତ୍ତି ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଯାହାକୁ ନେଇ କଂଗ୍ରେସ ସଭ୍ୟ ହୋ ହାଲ୍ଲା କରିବା ସହିତ କକ୍ଷତ୍ୟାଗ କରିଥିଲେ।
ଏନେଇ ବାଚସ୍ପତି କହିଛନ୍ତି, ବିରୋଧୀ ଦଳ ନେତାଙ୍କ ନାମ ବିଧାନସଭାରେ ଘୋଷଣା କରିବାର ସେପରି କୌଣସି ପରମ୍ପରା ନାହିଁ । ସେଥିପାଇଁ ତାଙ୍କ ନାମ ଘୋଷଣା ହୋଇ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ସକାଳେ ଏନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ପରେ ଆବଶ୍ୟକ କାଗଜପତ୍ର ଦିଆଯାଇଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ