ଭୁବନେଶ୍ବର: ପୁଅର ରାଜନୀତିରେ ଯୋଗଦାନ ନେଇ ମୁହଁ ଖୋଲିଲେ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର । ସମୟ ଆସିଲେ ସେ ନିର୍ବାଚନ ଲଢିବ, ଯଦି ସେ ଭଲ ପ୍ରଦର୍ଶନ କରିବ ତେବେ ତାକୁ ସୁଯୋଗ ମିଳିବ ବୋଲି କହିଛନ୍ତି ବାଚସ୍ପତି ।
ଏଥିସହ ବାଚସ୍ପତି କହିଛନ୍ତି ଯେ, ‘ରାଜନୀତିରେ କାହାକୁ ବାଟ ଛଡାଯାଏ ନାହିଁ, ଛଡାଇ ନିଆଯାଏ । ଯଦି ମୋ ଠାରୁ ମୋ ପୁଅ ଭଲ ପ୍ରଦର୍ଶନ କରିବ, ତେବେ ତାକୁ ସୁଯୋଗ ମିଳିବ । ନିର୍ବାଚନକୁ ଆସିପାରିବ ବୋଲି କହିଛନ୍ତି । ସେହିପରି ୨୦୨୪ ନିର୍ବାଚନରେ ସେ ସକ୍ରିୟ ରାଜନୀତିରେ ରହିବେ କି ନାହିଁର ଜବାବ ଦେଇ କହିଛନ୍ତି, ମୁଁ ବର୍ତ୍ତମାନ ନିର୍ଦଳୀୟ । ୨୦୨୪ କଥା କିଛି କହି ହେବନାହିଁ । ଯଦି ଟିକେଟ ମିଳିବ, ମୁଖ୍ୟମନ୍ତ୍ରୀ ଚାହିଁବେ ତେବେ ଲଢିବି’ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ