ଭୁବନେଶ୍ବର: ଉତ୍ତରାଖଣ୍ଡ ବିଧାନସଭା ଆନୁକୂଲ୍ୟରେ ଡେରାଡୁନ ଠାରେ ଆୟୋଜିତ ୭୯ତମ ବିଧାନସଭା ବାଚସ୍ପତି ସମ୍ମିଳନୀରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଯୋଗଦେଇଛନ୍ତି । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀ ବୁଧବାର ଓ ଗୁରୁବାର ଦୁଇଦିନ ଧରି ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ରାଜ୍ୟ ବିଧାନସଭାର ବାଚସ୍ପତିମାନେ ବିଧାନସଭା ପରିଚାଳନା ସଂପର୍କିତ ସେମାନଙ୍କର ପ୍ରତ୍ୟକ୍ଷ ଅନୁଭୂତି ବର୍ଣ୍ଣନା କରିଛନ୍ତି । ଆଲୋଚନାର ବିଷୟ ବସ୍ତୁଥିଲା ‘ସଂସଦୀୟ ଗଣତନ୍ତ୍ରର ସଶକ୍ତିକରଣ ଓ ଶୂନ୍ୟକାଳ ପରି ଗୃହର ବ୍ୟବସ୍ଥା ଦ୍ବାରା କ୍ଷମତା ବୃଦ୍ଧି’ ଏହି ଶୀର୍ଷକ ଉପରେ ବିସ୍ତୃତ ଆଲୋଚନା ହେବା ସହ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି ରଜନୀକାନ୍ତ ସିଂହ ମଧ୍ୟ ଯୋଗଦେଇଛନ୍ତି । ମଙ୍ଗଳବାର ଏହିଠାରେ ଆୟୋଜିତ ୫୭ତମ ବିଧାନସଭା ସଚିବ ମାନଙ୍କ ସମ୍ମିଳନୀରେ ବିଧାନସଭାର ସଚିବ
ଦାଶରଥୀ ଶତପଥୀ ଯୋଗଦେଇଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ