ଭୁବନେଶ୍ବର: ବିଧାନସଭାରେ ବିଧାୟକମାନଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି । କୌଣସି ବିଲ ଆଲୋଚନା ପୂର୍ବରୁ ବିଧାୟକମାନଙ୍କୁ ସେଇ ବିଲର ତଥ୍ୟ ଦିଆଯାଉ ନାହିଁ । ସରକାରଙ୍କ ଘରୋଇ ବିଶ୍ଵବିଦ୍ୟାଳୟ ପାଇଁ କଣ ଗାଇଡଲାଇନ ରହିଛି ତାହା ବିଧାୟକ ମାନେ ଜାଣିବାର ଅଧିକାର ରହିଛି । ସରକାର ତରବରିଆ ଭାବେ କାହିଁକି ବିଲକୁ ପାରିତ କରାଇ ନେଲେ? ନରସିଂହ ଅଭିଯୋଗ କରିଛନ୍ତି ବୁକ ସର୍କୁଲାର ୪୭ ଖୋଲା ଉଲଂଘନ ହେଉଛି ।
ନରସିଂହଙ୍କ ଏହି ଅଭିଯୋଗର ଜବାବ ଦେଇଛନ୍ତି ଯୋଜନା ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ମନ୍ତ୍ରୀ କହିଛନ୍ତି ନରସିଂହ ମିଶ୍ର ଯେଉଁ ଅଭିଯୋଗ କରିଛନ୍ତି ସେସବୁ ଆମ ଦୃଷ୍ଟି କୁ ଆସିନି । ଯଦି କେବେ କେହି ଏ ବିଷୟ ଆମ ସାମନାକୁ ଆଣିଲେ ଦେଖାଯିବ।
ମନ୍ତ୍ରୀ ଯୁକ୍ତି ବାଢି କହିଛନ୍ତି ତଥ୍ୟ ସଂଗ୍ରହ କରିବା ପାଇଁ ସମୟ ଦରକାର ହୋଇଥାଏ । ପ୍ରଶ୍ନ ଅଲଗା ହେଉଛି ଓ ବିଧାୟକ ମାନେ ଅଲଗା ଉତ୍ତର ମାଗୁଛନ୍ତି। ସେହିପରି ସବୁ ଥତ୍ୟ ଏକା ସମୟରେ ଦେବା ସମ୍ଭବ ନୁହେଁ। ସେଥିପାଇଁ ସମୟ ଲଗୁଛି ବୋଲି ମନ୍ତ୍ରୀ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର