ETV Bharat / city

ବିଧାୟକ-ଅଧିକାରୀଙ୍କ ହେବ କୋଭିଡ ଟେଷ୍ଟ; ନୋ ଟିକା, ନୋ ବିଧାନସଭା - ମୌସୁମୀ ଅଧିବେଶନ ପାଇଁ କୋଭିଡ ଟେଷ୍ଟ

ସେପ୍ଟେମ୍ବର ୧ ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ଏନେଇ ସମସ୍ତ ବିଧାୟକ ଓ ଅଧିକାରୀଙ୍କ ହେବ କୋଭିଡ ଟେଷ୍ଟ । କୋଭିଡ ନେଗେଟିଭ ଥିବା ବ୍ୟକ୍ତିବିଶେଷଙ୍କୁ ହିଁ ବିଧାନସଭା ମଧ୍ୟରେ ପ୍ରବେଶ କରିବା ପାଇଁ ଅନୁମତି ମିଳିବ । ଅଧିକ ପଢନ୍ତୁ...

ବିଧାୟକ-ଅଧିକାରୀଙ୍କ ହେବ କୋଭିଡ ଟେଷ୍ଟ; ନୋ ଟିକା, ନୋ ବିଧାନସଭା

author img

By

Published : Aug 19, 2021, 4:19 PM IST

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ଆଗାମୀ ମୌସୁମୀକାଳୀନ ଅଧିବେଶନ ସେପ୍ଟେମ୍ବର ୧ ରୁ ଆରମ୍ଭ ହେଉଛି । ଏହି ଦୃଷ୍ଟିରୁ ସମସ୍ତ କୋଭିଡ ପ୍ରତିଷେଧକ ନିୟମ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗୁରୁବାର ଏନେଇ ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସମସ୍ତ ବିଧାୟକ ଓ ଅଧିକାରୀଙ୍କର RT-PCR ଟେଷ୍ଟ ପାଇଁ ନିଷ୍ପତ୍ତି ନିଆଯାଇଛି । କେବଳ କୋଭିଡ ନେଗେଟିଭ ସଦସ୍ୟଙ୍କୁ ହିଁ ମିଳିବ ବିଧାନସଭାରେ ପ୍ରବେଶ ଅନୁମତି ।

ବିଧାନସଭା ପରିସରରେ ଆଗାମୀ ୨୯ , ୩୦ ଏବଂ ୩୧ ତାରିଖ, ତିନି ଦିନ ଧରି RT-PCR ଟେଷ୍ଟ ହେବ । ପୂର୍ବାହ୍ନ ୮.୩୦ ରୁ ଅପରାହ୍ନ ୧.୩୦ ଏବଂ ଅପରାହ୍ନ ୩ରୁ ୫ଟା ପର୍ଯ୍ୟନ୍ତ ବିଧାନସଭାର ସମସ୍ତ ସଦସ୍ୟଙ୍କର ଟେଷ୍ଟ କରାଯିବ । ଏହାସହ ସେମାନଙ୍କର ଡ୍ରାଇଭର ଏବଂ ବ୍ୟକ୍ତିଗତ କର୍ମଚାରୀଙ୍କର RT-PCR ଟେଷ୍ଟ ମଧ୍ୟ କରାଯିବ । ଏଥିସହ ବିଧାନସଭାରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ମଧ୍ୟ RT-PCR ଟେଷ୍ଟ ହେବ ।

ବିଧାନସଭା ସଭ୍ୟମାନଙ୍କୁ ପ୍ରତ୍ୟହ ଅଧିବେଶନ ଦିବସରେ ମାସ୍କ, ସାନିଟାଇଜର ଓ ଗ୍ଲୋବସ ପ୍ରଦାନ କରାଯିବ । କୋଭିଡ୍ ନେଗେଟିଭ ଥିବା ବିଧାୟକ ଓ ଅଧିକାରୀମାନଙ୍କୁ ହିଁ ବିଧାନସଭା ମଧ୍ୟରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ । ସମସ୍ତ ବିଧାନସଭା ସଭ୍ୟ, ସେମାନଙ୍କର ବ୍ୟକ୍ତିଗତ କର୍ମଚାରୀ, ସଚ୍ଚିବାଳୟର ଅଧକାରୀ ଓ କର୍ମଚାରୀ ଯେଉଁମାନେ ଥରେ ହେଲେ କୋଭିଡ ଟିକା ନେଇନାହାଁନ୍ତି ସେମାନଙ୍କୁ ବିଧାନସଭା ଭିତରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ ନାହିଁ । ସମଗ୍ର ବିଧାନସଭାକୁ ସାନିଟାଇଜ କରିବା ପାଇଁ ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନକୁ ଦାୟିତ୍ବ ଦିଆଯାଇଛି ।

ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନର ଅତିରିକ୍ତ କମିଶନର ଏଲ କେ ସେଠୀ, ନିର୍ଦ୍ଦେଶକ ଆର.ଏମ.ଆର.ସି ଡଃ ସଂଘମିତ୍ରା ପତି, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡ. ଲକ୍ଷ୍ମୀଧର ସାହୁ, ଓଡ଼ିଶା ବିଧାନସଭା ସଚିବ ଦାଶରଥୀ ଶତପଥୀ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଏସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.