ଭୁବନେଶ୍ବର: ଗୃହ ମୁଲତବୀର ଘଣ୍ଟାଏ ପରେ ପୁଣି ଆରମ୍ଭ ହୋଇଥିଲା ବିଧାନସଭା(Odisha Assembly Winter Session) । ଆରମ୍ଭ ହେଉ ହେଉ ବିରୋଧୀଙ୍କ ହୋ-ହଲ୍ଲା କାରଣରୁ 30 ମିନିଟ ଗୃହ ମୁଲତବୀ ରଖିବା ସହ ସର୍ବଦଳୀୟ ବୈଠକ(All Party Meeting) ଡାକିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ମାତ୍ର ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ଫେଲ୍ ମାରିଛି । ବିରୋଧୀ ଜିଦରେ ଅଟଳ ଥିବାବେଳେ ପୁଣି ଅପରାହ୍ନ 4 ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି କରିଛନ୍ତି । ପ୍ରକାଶ ଥାଉକି 7 ଦିନ ହେବ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ ଗୋଟିଏ ଦିନ ମଧ୍ୟ ଚାଲିପାରିନି ଗୃହ । ମନ୍ତ୍ରୀ ଦିବ୍ଯ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଅଡି ବସିଛନ୍ତି ବିରୋଧୀ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ