ଭୁବନେଶ୍ବର: ବିଧାୟକମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ ବିଧାୟକ କଲୋନୀ ପାଇଁ କେତେ ପୁରୁଣା ଘର ଭଙ୍ଗା ଯାଇଛି ? ଭଙ୍ଗା ଯାଇଥିବା ପୁରୁଣା ଘରର ସାମଗ୍ରୀ କଣ ହେବ ? ନୂଆ କଲୋନୀ ନିର୍ମାଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ? ଆଜି ଶୂନ୍ୟକାଳରେ ଏହି ପ୍ରଶ୍ନ କରି ଉତ୍ତର ଜାଣିବା ପାଇଁ ଚାହିଁଥିଲେ ବିଧାୟକ ଗଣେଶ ରାମ ଖୁଣ୍ଟିଆ ।
ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ କହିଛନ୍ତି ବର୍ତ୍ତମାନ ସୁଦ୍ଧା ନୂଆ ବିଧାୟକ କଲୋନୀ ନିର୍ମାଣ ପାଇଁ 82ଟି ଘର ଭଙ୍ଗା ଯାଇଛି । ସେହି ସ୍ଥାନରେ 300 ଶହଟି ନୂଆ ଘର(କ୍ବାଟର୍ସ) ହେବ ।
ଭଙ୍ଗାଯାଇଥିବା ଘରରୁ ବାହାରିଥିବା ଆଜବେଷ୍ଟ କବାଟ ଝରକା ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ପାଇଁ 22 ଲକ୍ଷ 24 ହଜାର ଟଙ୍କାର ନିଲାମ ଡକାଯାଇଛି । ନୂଆ କଲୋନୀ ନିର୍ମାଣ ପାଇଁ ମୋଟ 549.42 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ପୁର୍ତ୍ତ ମନ୍ତ୍ରୀ ।
ଇଟିଭି ଭାରତ, ଭୁବନେଶ୍ବର