ETV Bharat / city

Odisha assembly: ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ବାଚସ୍ପତିଙ୍କ ସମେତ 25 ବିଧାୟକ

author img

By

Published : Jul 30, 2022, 8:54 PM IST

ଆସନ୍ତା ଅଗଷ୍ଟ 2 ତାରିଖରେ ଦିଲ୍ଲୀ ଗସ୍ତ କରିବେ ଓଡିଶାର 25 ଜଣିଆ ବିଧାୟକ ଦଳ । ଓଡିଶା ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି 25 ଜଣିଆ ବିଧାୟକ ଦଳ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଦିଲ୍ଲୀ ଗସ୍ତ କରିବେ । ଅଧିକ ପଢନ୍ତୁ

ଓଡିଶା ବିଧାନସଭା
ଓଡିଶା ବିଧାନସଭା

ଭୁବନେଶ୍ବର: ଆସନ୍ତା ଅଗଷ୍ଟ 2 ତାରିଖରେ ଦିଲ୍ଲୀ ଗସ୍ତ କରିବେ ଓଡିଶାର 25 ଜଣିଆ ବିଧାୟକ ଦଳ । ଓଡିଶା ବିଧାନସଭା (Odisha Assembly) ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି 25 ଜଣିଆ ବିଧାୟକ ଦଳ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଦିଲ୍ଲୀ ଗସ୍ତ କରିବେ । 3 ତାରିଖରେ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବେ ।

ଦିଲ୍ଲୀ ଯିବେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ 25 ଜଣ ବିଧାୟକ । ବିଜେଡିର 15, ବିଜେପିର 6 ଓ କଂଗ୍ରେସର 3 ଜଣ ବିଧାୟକ ଦିଲ୍ଲୀ ଗସ୍ତ କରିବେ । 2 ତାରିଖରେ ଦିଲ୍ଲୀ ଗସ୍ତ କରି 3 ତାରିଖରେ ରାଇସିନା ହିଲରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ଓଡ଼ିଶାର ସର୍ବଦଳୀୟ ବିଧାୟକ ଦଳ ।

ଗତ 25 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ଲାଗି ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା । ବିଧାନସଭାରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା ସଂକଳ୍ପ ପ୍ରସ୍ତାବ । ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ଲାଗି ପ୍ରସ୍ତାବକୁ ଆଗତ କରିଥିଲେ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାୟକ ମାନଙ୍କର ଏକ ଟିମ ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରସ୍ତାବ ରଖିଥିଲେ । ଏନେଇ ବିଚାର କରାଯାଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.