ETV Bharat / city

ଚାଷୀଙ୍କ ପାଇଁ ବଡ ବୁଝାମଣା, ଗଞ୍ଜାମରେ ହେବ 300କୋଟିର ବିହନ ଉତ୍ପାଦନ ପ୍ଲାଣ୍ଟ - agriculture deaprtment

ଚାଷ ଓ ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଅଦମ୍ୟ ପ୍ରଚେଷ୍ଟା । କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଉପସ୍ଥିତରେ ବିଭାଗ ପକ୍ଷରୁ ବିଭିନ୍ନ ଘରୋଇ କମ୍ପାନୀଙ୍କ ସହ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି । ଏହା ଦ୍ବାରା ରାଜ୍ୟରେ ଶିଳ୍ପ ସହ କୃଷିର ବୃଦ୍ଧି ହେବ ବୋଲି କୁହାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 3, 2019, 8:56 PM IST

ଭୁବନେଶ୍ବର: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ତତ୍ପରତା ଦେଖାଇଛନ୍ତି ସରକାର । ବିଭିନ୍ନ ପ୍ଲାନିଂ ଓ ପୋଗ୍ରାମ ମାଧ୍ୟମରେ ଆରମ୍ଭ କରିଛନ୍ତି ମାରଥାନ ପ୍ରଚେଷ୍ଟା । ଏହି ଧାରାରେ ଶନିବାର କୃଷି ବିଭାଗ ପକ୍ଷରୁ ବିଭିନ୍ନ ଘରୋଇ କମ୍ପାନୀଙ୍କ ସହ ଚୁକ୍ତି ସ୍ବାକ୍ଷରିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରର ସ୍ଥିତ କୃଷକ ଭବନରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଉପସ୍ଥିତରେ ୭ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ସେଥିମଧ୍ୟୁରୁ 3ଟି କେନ୍ଦ୍ର ସରକାରଙ୍କ ସହ ଆଉ 4ଟି ରାଜ୍ୟ ସରକାରଙ୍କ କର୍ପୋରେସନଙ୍କ ସହ । (dvara)‘ଦ୍ବାରା’ ଟ୍ରଷ୍ଟ ସହ ରାଜ୍ୟ ସରକାରଙ୍କ ଏକ ପାଇଲଟ ପ୍ରୋଜେକ୍ଟ ନେଇ ଚୁକ୍ତି ସ୍ବାକ୍ଷରିତ ହୋଇଛି । କୃଷି ଓ କୃଷକର ଜୀବନ ଜୀବିକାର ଉନ୍ନତି ନେଇ ଏହି ଟ୍ରଷ୍ଟ କାମ କରିବ ।

ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ) ଓ ରାଜ୍ୟ କୃଷି ବିଭାଗ ମଧ୍ୟରେ ୩ ବର୍ଷ ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଚାଷୀଙ୍କୁ ଉନ୍ନତ ମାନର ବିହନ ଯୋଗାଇବାରେ ନାଫେଡ ସାହାଯ୍ୟ କରିବ । ସେପଟେ ହିନ୍ଦୁସ୍ତାନ ଇଂନସେକଟିସାଇଡ ଲି.(ଏଚଆଇଏଲ)ସହ ରାଜ୍ୟ ସରକାର ରାଜିନାମା ପତ୍ର ସ୍ବାକ୍ଷରିତ କରିଛନ୍ତି । ଏହା ଗଞ୍ଜାମ ଜିଲ୍ଲାର ହୁମାଠାରେ ୩ଶହ କୋଟି ଟଙ୍କା ବ୍ୟୟରେ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ।

ଅନ୍ୟପଟେ ରାଜ୍ୟ ବିହନ ନିଗମର ତ୍ରିପାକ୍ଷିକ ଦୀର୍ଘ ମିଆଦି ବୁଝାମଣା ପତ୍ର ସ୍ବାକ୍ଷରିତ । ଆପିକଲ ସହ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମଧ୍ୟରେ ସ୍ବାକ୍ଷରିତ ହୋଇଛି ବୁଝାମଣା ପତ୍ର । ସେହିପରି ରାଜ୍ୟ ସରକାର ଓ ଓଡିଶା କୃଷି କାଜୁ ଉନ୍ନୟନ ନିଗମ ଲି. ମଧ୍ୟରେ ଆର୍ଥିକ ବର୍ଷ ୨୦୧୯-୨୦ ନିମନ୍ତେ ସ୍ମାରକ ପତ୍ର ସ୍ବାକ୍ଷରିତ କରାଯାଇଛି । ଶେଷରେ ରାଜ୍ୟ ସରକାର ଓ ଓଡିଶା କୃଷି ଶିଳ୍ପ ନିଗମ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କୃଷି ବିଭାଗର ବିଭିନ୍ନ ନିଗମ ସହ ବୁଝାମଣା ହୋଇଛି ।

ଟ୍ରଷ୍ଟ, ହିନ୍ଦୁସ୍ତାନ ପେଷ୍ଟିସାଇଡ ଲି , ନାଫେଡ ଏବଂ ରାଜ୍ୟରେ ଥିବା ବିଭିନ୍ନ ନିଗମ ସହ କୃଷି ଓ କୃଷକର ଉନ୍ନତି ନିମନ୍ତେ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଆଗାମୀ ଦିନରେ ଚାଷୀକୁ ଉନ୍ନତ ମାନର ବିହନ, ସାର , ଔଷଧ ଯୋଗାଇ ଦିଆଯିବ । ଚୁକ୍ତି ସ୍ୱାକ୍ଷରିତ କରିବାରେ ମୁଖ୍ୟ ଉଦ୍ଦେଶ୍ୟ, ରାଜ୍ୟରେ ଯେପରି ଅଧିକ ଗୁଣାତ୍ମକ ମାନର ଉତ୍ପାଦନ ହୋଇପାରିବ । ଯେପରିକି କୃଷିଯାତ ଦ୍ରବ୍ୟ ନିମନ୍ତେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ସେଥିଲାଗି ଏ ଚେଷ୍ଟା ଜାରି ରହିଛି ବୋଲି କୃଷିମନ୍ତ୍ରୀ କହିଛନ୍ତି।

ଓଡ଼ିଶାରେ ବିଶେଷକରି ଭୂମିହୀନ ଚାଷୀଙ୍କ ପାଇଁ ସମସ୍ତ ତଥ୍ୟ ସଂଗ୍ରହ କରିବ ବିଭାଗୀୟ ଟ୍ରଷ୍ଟ। ପ୍ରଥମଥର ପାଇଁ ପାଇଲଟ ପ୍ରୋଜେକ୍ଟ ଭାବେ କାମ ଆରମ୍ଭ କରିଛୁ । ଏହା ଦ୍ବାରା କୃଷି ଆଉ କୃଷକର ଉନ୍ନତି ପାଇଁ କାମ କରାଯିବ । ଆଗାମୀ ଦିନରେ କ୍ଷୁଦ୍ର ଚାଷୀ ଓ ଚାଷର ଉନ୍ନତି ପାଇଁ ଫୋକସ କରାଯିବ ବୋଲି ଟ୍ରଷ୍ଟର ସଭାପତି ସମୀର ସାହା କହିଛନ୍ତି ।

ନାଫେଡ ଅଧିକାରୀ ମିନା କୁମାରୀଙ୍କ ସୂଚନା ଅନୁସାରେ ୩ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତି ସ୍ବାକ୍ଷରିତ ହୋଇଛି । ସର୍ବଭାରତୀୟ ସ୍ତରରେ ନାଫେଡ ଉନ୍ନତ ଓ ଗୁଣାତ୍ମକ ମାନର ବିହନ ଯୋଗାଇଥାଏ ।

ସେପଟେ ଗଂଜାମ ଜିଲ୍ଲାର ହୁମା ଠାରେ ୩୦୦ କୋଟି ଟଙ୍କା ବ୍ୟୟରେ ଏକ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏଠାରେ ଉନ୍ନତ ମାନର ବିହନ ଉତ୍ପାଦନ କରାଯିବ । ୨୦୨୪ ସୁଦ୍ଧା ରାଜ୍ୟରେ ୧ ହଜାର କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଗୁଣାତ୍ମକ ବିହନ , ଉନ୍ନତ ମାନର ଔଷଧ ଓ ସାର ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ହିନ୍ଦୁସ୍ତାନ ଇନସେକଟିସାଇଡ ଲି. ର ଅଧ୍ୟକ୍ଷ ଏସ ପି ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.