ETV Bharat / city

ଓଡିଆ ସାଂସଦ ହେଲେ ବୈଦେଶିକ ମନ୍ତ୍ରଣାଳୟ ପରାମର୍ଶଦାତା କମିଟି ସଦସ୍ୟ - ଓଡିଆ ସାଂସଦ ସୁଜିତ କୁମାର

ବୈଦେଶିକ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ଓଡିଆ ସାଂସଦ ସୁଜିତ କୁମାର । ସେ ରାଜ୍ୟସଭାରେ ବିଜେଡି ସାଂସଦ ଅଛନ୍ତି । ଅଧିକ ପଢନ୍ତୁ...

ଓଡିଆ ସାଂସଦ ହେଲେ ବୈଦେଶିକ ମନ୍ତ୍ରଣାଳୟ ପରାମର୍ଶଦାତା କମିଟି ସଦସ୍ୟ

author img

By

Published : Sep 16, 2020, 5:19 PM IST

ଭୁବନେଶ୍ବର: ଭାରତର ବୈଦେଶିକ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ଓଡିଆ ସାଂସଦ ସୁଜିତ କୁମାର । ଏନେଇ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ସୁଜିତ ।

ସାଂସଦ ସୁଜିତ କୁମାର ଟ୍ବିଟ କରି ଲେଖିଛନ୍ତି ଯେ ମୋତେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟ ଭାବରେ ମନୋନୀତ କରାଯାଇଛି । ନମ୍ରତାର ସହିତ ଏହି ଦାୟିତ୍ବ ଗ୍ରହଣ କରୁଛି ବୋଲି ଲେଖିଛନ୍ତି ସୁଜିତ ।

ଓଡିଆ ସାଂସଦ ହେଲେ ବୈଦେଶିକ ମନ୍ତ୍ରଣାଳୟ ପରାମର୍ଶଦାତା କମିଟି ସଦସ୍ୟ
ଓଡିଆ ସାଂସଦ ହେଲେ ବୈଦେଶିକ ମନ୍ତ୍ରଣାଳୟ ପରାମର୍ଶଦାତା କମିଟି ସଦସ୍ୟ

ସୁଜିତ କୁମାର ରାଜ୍ୟସଭାରେ ବିଜେଡି ସାଂସଦ ଅଛନ୍ତି । ଏହା ପୂର୍ବରୁ ସେ ଅଭିଭକ୍ତ କଳାହାଣ୍ଡି ଜିଲ୍ଲାରେ ବିଜୁ ଜନତା ଦଳର ସଂଗଠନିକ ଦାୟିତ୍ବ ତୁଲାଉଥିଲେ । ସୁଜିତ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ମାର୍ଚ୍ଚ ୨୬ରେ ହୋଇଥିବା ରାଜ୍ୟସଭା ନିର୍ବାଚନ ପାଇଁ ସୁଜିତଙ୍କ ନାଁ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.