ETV Bharat / city

ଆଜି ଓଡିଆ ସାମ୍ବାଦିକତା ଦିବସ, ସ୍ପଷ୍ଟବାଦିତା ଓ ସାହସର ଅନ୍ୟନାମ ‘ସାମ୍ବାଦିକ’

author img

By

Published : Aug 4, 2021, 12:20 PM IST

Updated : Aug 4, 2021, 12:51 PM IST

ସ୍ପଷ୍ଟବାଦିତା ଓ ସାହସିକତା ଯାହାର ପରିଚୟ, ତା' ନାମ ସାମ୍ବାଦିକ । ଉପରକୁ ଦେଖାଯାଏ ଯାହାର ଜୀବନ ସରଳ, ହେଲେ ଯିଏ ଜିଏଁ ଜୀବନ ଜଟିଳ ତା' ନାମ ସାମ୍ବାଦିକ । କି ଖରା, କି ବର୍ଷା, କି ଶୀତ, ସୁନାମୀ, ବନ୍ୟା, ବାତ୍ୟା, ମରୁଡିରେ ଯିଏ ଏରୁଣ୍ଡି ଡେଇଁ ପଦାକୁ ଚାଲିଆସେ ସେ ସାମ୍ବାଦିକ । ଆଜି ଏହି ସାମ୍ବାଦିକଙ୍କ ଦିବସ ଅର୍ଥାତ୍ 'ଓଡିଆ ସାମ୍ବାଦିକତା ଦିବସ' । ଅଧିକ ପଢନ୍ତୁ...

ଆଜି ଓଡିଆ ସାମ୍ବାଦିକତା ଦିବସ, ସ୍ପଷ୍ଟବାଦିତା ଓ ସାହସର ଅନ୍ୟନାମ ‘ସାମ୍ବାଦିକ’
ଆଜି ଓଡିଆ ସାମ୍ବାଦିକତା ଦିବସ, ସ୍ପଷ୍ଟବାଦିତା ଓ ସାହସର ଅନ୍ୟନାମ ‘ସାମ୍ବାଦିକ’

ଭୁବନେଶ୍ବର: ସ୍ପଷ୍ଟବାଦିତା ଓ ସାହସିକତା ଯାହାର ପରିଚୟ, ତା' ନାମ ସାମ୍ବାଦିକ । ଉପରକୁ ଦେଖାଯାଏ ଯାହାର ଜୀବନ ସରଳ, ହେଲେ ଯିଏ ଜିଏଁ ଜୀବନ ଜଟିଳ ତା' ନାମ ସାମ୍ବାଦିକ । ଆଜ୍ଞା ହଁ କି ଖରା, କି ବର୍ଷା, କି ଶୀତ, ସୁନାମୀ, ବନ୍ୟା, ବାତ୍ୟା, ମରୁଡିରେ ଯିଏ ଏରୁଣ୍ଡି ଡେଇଁ ପଦାକୁ ଚାଲିଆସେ ସେ ସାମ୍ବାଦିକ । ଯିଏ ଘରୁ ବାହାରି ଆସି ଅନ୍ୟକୁ କହେ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ସେ ସାମ୍ବାଦିକ । ଯିଏ ଜାଣେନି ସରକାରୀ ଛୁଟି କ'ଣ ? ଜାନି, ଯାତ, ପୂଜା-ପର୍ବ, ମହୋତ୍ସବରେ ଯିଏ ଏକୁଟିଆ ଖବର ସଂଗ୍ରହ କରୁଥିବା ସମୟରେ ପଚାରେ ପରିବାର ସହ ଆପଣ ବାଲିଯାତ୍ରା, କାଳୀପୂଜା, ଲକ୍ଷ୍ମୀପୂଜାରେ ବୁଲି ଏଥର କେତେ ମଜା ନେଉଛନ୍ତି ସେ ସାମ୍ବାଦିକ । ପୁଣି କେବେ କେବେ ଜନ ଅସନ୍ତୋଷର ଶିକାର ହୁଏ, ମହାମାରୀ, ଆତଙ୍କବାଦୀଙ୍କ କବଜାରେ ପଡେ, ମାଟି ପାଇଁ ସେବା କରୁ କରୁ ମାଟିରେ ମିଶିଯାଏ, ନାମ ତା'ର ସାମ୍ବାଦିକ । ଆଜି ଏହି ସାମ୍ବାଦିକଙ୍କ ଦିବସ ଅର୍ଥାତ୍ 'ଓଡିଆ ସାମ୍ବାଦିକତା ଦିବସ ।'

କେଉଁ ତିଥି, ବାର, ନକ୍ଷେତ୍ରରେ ସୃଷ୍ଟି ହୋଇଥିଲା ଏ ଓଡିଆ ଭାଷା ଆଉ କେଉଁଠୁ ଉତ୍ପନ୍ନ ଏ ଓଡିଆ ସାମ୍ବାଦିକତା ତାହା ଆଜିଯାଏଁ ସ୍ପଷ୍ଟ ହୋଇପାରିନାହିଁ । ତଥାପି 1866 ମସିହା ଆଜିର ଦିନରେ ଅର୍ଥାତ ଅଗଷ୍ଟ 4 ତାରିଖରେ ଓଡିଆ ଭାଷାର ପ୍ରଥମ ସମ୍ବାଦ ପତ୍ର 'ଉତ୍କଳ ଦୀପିକା' ପ୍ରକାଶ ପାଇଥିଲା । ଏହି ଦୃଷ୍ଟିରୁ ଆଜିର ଦିନକୁ ସେବେଠାରୁ ଓଡିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି । ଗୌରୀଶଙ୍କର ରାୟଙ୍କ ଉଦ୍ୟମ କ୍ରମେ ବହୁ ବାଧା, ପ୍ରତିବନ୍ଧକ ମଧ୍ୟରେ ପ୍ରକାଶ ପାଇଥିଲା ଉତ୍କଳ ଦୀପିକା ।

ସେତେବେଳେ ରାଜ୍ୟରେ ଦୁର୍ଭିକ୍ଷ ପରିସ୍ଥିତି ଲାଗି ରହିଥିଲା । ପ୍ରକୋପରେ ପୋଛି ହୋଇ ଯାଇଥିଲା ରାଜ୍ୟର ଏକ ତୃତୀୟାଂଶ ଜନସଂଖ୍ୟା । ଓଡିଆ ଭାଷା ଏହି ସମୟରେ ଏକ ପ୍ରକାର ଦୁର୍ଦ୍ଦିନ ଦେଇ ଗତି କରୁଥିଲା । ଯାହାକୁ ମୁଖ୍ୟସ୍ରୋତରେ ପୁଣି ସାମିଲ କରିବା ପାଇଁ ଏକ ପ୍ରଭାବଶାଳୀ ନେତୃତ୍ବର ଆବଶ୍ୟକତା ରହିଥିଲା । ଏପରି ଏକ ଘଡିସନ୍ଧୀ ମୂହୁର୍ତ୍ତରେ ଜାତୀୟ ଆନ୍ଦୋଳନ ଚାଲିଥିବା ସମୟରେ ହିଁ ଜନ୍ମ ନେଇଥିଲା ଉତ୍କଳ ଦୀପିକା ।

ପ୍ରଥମେ ସାପ୍ତାହିକ ଆକାରରେ ପ୍ରକାଶ ପାଇଥିଲେ ମଧ୍ୟ ପରେ ଏହା ଦୈନିକ ଖବର କାଗଜରେ ପରିଣତ ହୋଇଥିଲା । ସମ୍ପାଦକ ଗୌରୀଶଙ୍କର ରାୟ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ କଟକରେ ପ୍ରତିଷ୍ଠିତ ହେଲା କଟକ ପ୍ରିଣ୍ଟିଂ କମ୍ପାନୀ । ଏହି କମ୍ପାନୀରୁ ହିଁ ଉତ୍କଳ ଦୀପିକା ପ୍ରକାଶିତ ହେଉଥିଲା । ଓଡିଆମାନଙ୍କ ସ୍ବାର୍ଥରକ୍ଷା ପାଇଁ ସରକାରଙ୍କ ନିକଟରେ ଦୃଢ ଦାବି ଉପସ୍ଥାପିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା ଉତ୍କଳ ଦୀପିକା । ଏହା ସାଙ୍ଗକୁ ନ ଅଙ୍କ ଦୁର୍ଭୀକ୍ଷର ନଗ୍ନ ଚିତ୍ର ଦେଖାଇ ଇଂରେଜ ଶାସନର କଳା ଚିତ୍ରକୁ ଲୋକ ଲୋଚନକୁ ଆଣିଥିଲା । ଧିରେ ଧିରେ ବାଲ୍ୟ ବିବାହ ପରି ଘୃଣ୍ୟ ପ୍ରଥା ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ସମ୍ବାଦ ପ୍ରକାଶନର ମୂଳଦୁଆ ପକାଇଥିଲା ।

ଇଂରେଜଙ୍କୁ ଦେଶରୁ ବିତାଡିତ କରିବା ହେଉ, କି ଭାରତ ମାଟିରୁ କୁପ୍ରଥାର ମୂଳୋତ୍ପାଟନ ହେଉ ଏଥିରେ ଖବର କାଗଜର ଭୂମିକା ସର୍ବାଗ୍ରେ ରହିଥିଲା । ଏହାପରେ ଶସ୍ତ୍ରର ଶକ୍ତି ଠୁ କଲମର ଶକ୍ତି ତୀକ୍ଷ୍ଣ ବୋଲି ମାନିନେଇଥିଲା ସମାଜ । ପରେ ପରେ ସାମ୍ବାଦିକତା କ୍ଷେତ୍ର ପ୍ରସାରିତ ହେବାକୁ ଲାଗିଲା । କାହା କାହର ନିଶା, ଆଉ କାହାର ପେଶାରେ ପରିଣତ ହେଲା ସାମ୍ବାଦିକତା । ମାତ୍ର ସର୍ବ ଶେଷରେ ସାମ୍ବାଦିକତା ହିଁ ସେବା, ସ୍ପଷ୍ଟତା, ସତ୍ୟବାଦୀତାର ମୂଳଦୁଆ ବୋଲି ସଭିଙ୍କ ଭାବନା ହେଉ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 4, 2021, 12:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.