ETV Bharat / city

IAF Chopper Crash: ବୀରପୁତ୍ରଙ୍କୁ ହରାଇଲା ଓଡିଶା, ବିକଳ ହୋଇ କାନ୍ଦୁଛନ୍ତି ପରିବାର

author img

By

Published : Dec 9, 2021, 9:26 AM IST

Updated : Dec 11, 2021, 5:13 PM IST

ତାମିଲନାଡୁର କୁନ୍ନୁରରେ ବାୟୁ ସେନା ହେଲିକପ୍ଟର Mi-17V5 ଦୁର୍ଘଟଣାରେ ପ୍ରାଣ ହରାଇଥିବା ବୀର ହେଉଛନ୍ତି ରାଣା ପ୍ରତାପ ଦାସ । ଅନୁଗୋଳ ଜିଲ୍ଲା ତାଳଚେର ମାଟିର ପୁଅଙ୍କୁ ନେଇ ସାରା ରାଜ୍ୟ ଗର୍ବ କରେ । ଅଧିକ ପଢନ୍ତୁ

IAF Chopper Crash: ବୀରପୁତ୍ରଙ୍କୁ ହରାଇଲା ଓଡିଶା, ବିକଳ ହୋଇ କାନ୍ଦୁଛନ୍ତି ପରିବାର
IAF Chopper Crash: ବୀରପୁତ୍ରଙ୍କୁ ହରାଇଲା ଓଡିଶା

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ମାଟିର ପୁଅ ରାଣା ପ୍ରତାପ ଦାସ । ବାପା ଶ୍ରୀବତ୍ସ ଦାସଙ୍କ ସବୁ ସ୍ବପ୍ନକୁ ସାକାର କରି ଯୋଗ ଦେଇଥିଲେ ଡିଫେନ୍ସରେ । ହେଲେ ଆକାଶରେ ଉଡୁ ଉଡୁ ହଠାତ ମାତ୍ର ୩୫ ବର୍ଷ ବୟସରେ ତାଙ୍କ ପ୍ରାଣବାୟୁ ଉଡିଯିବ ତାହା କଳ୍ପନା ବାହାରେ ଥିଲା ।

CDS ବିପିନ ରାଓତଙ୍କ ସହିତ ମଝି ଆକାଶରେ ଉଡାଣ ଭରିଥିଲେ ରଣା ପ୍ରତାପ ଦାସ । ବାୟୁସେନାର Mi-17V5 ହେଲିକପ୍ଟର ହଠାତ ତାମିଲନାଡୁର କନ୍ନୁର ଠାରେ ଦୁର୍ଘଟଣାର ଶିକାର ହେଲା । ଚାହୁଁ ଚାହୁଁ ଲିଭିଗଲା ବିପିନ ରାଉତଙ୍କ ସମେତ ୧୩ ଜଣ ଯୋଦ୍ଧାଙ୍କ ଜୀବନ ଦୀପ । ସେହି ରକ୍ତର ଛିଟା ଆସି ପଡିଥିଲା କଣ୍ଢାଳ ପଞ୍ଚାତ କୃଷ୍ନଚନ୍ଦ୍ରପୁର ଗାଁରେ । ଆଉ ସ୍ତବ୍ଧ ହୋଇଯାଇଥିଲା ଅନୁଗୁଳ ସମେତ ସମଗ୍ର ଓଡିଶା । କୃଷ୍ନଚନ୍ଦ୍ରପୁରର ନିରବତାର ପ୍ରତିଧ୍ବନୀ ଦର୍ଶାଉଛି ସତେ ଯେପରି ଗାଁର ପ୍ରାଣ ଥିଲେ ରଣା ପ୍ରତାପ ।

IAF Chopper Crash: ବୀରପୁତ୍ରଙ୍କୁ ହରାଇଲା ଓଡିଶା, ବିକଳ ହୋଇ କାନ୍ଦୁଛନ୍ତି ପରିବାର

ଅବିକଳ ଛୋଟ ପିଲା ପରି ଗୁମୁରୀ ଗୁମୁରୀ ବାହୁନୀ ହେଉଛନ୍ତି ରଣାଙ୍କ ପତ୍ନି ଶିବାଙ୍ଗୀ । ସତେ ଯେପରି ତାଙ୍କ ଶ୍ବାସ ରୁଦ୍ଧ ହୋଇଗଲା । ଜୀବନର ଜଟିଳ ଅଙ୍କ ସବୁ ଯାହାଙ୍କ ହୃଦୟର ବ୍ଲାକବୋର୍ଡରେ ସମାଧାନ କରୁଥିଲେ ସେହି ବ୍ଲାକବୋର୍ଡ ସତେ ଯେପରି ଭାଙ୍ଗିଗଲା । ବାକି ଜୀବନର ସମୀକରଣ ସେ କାହାସହ ସମାଧାନ କରିବେ । ଦୁଇ ଦେହ ଗୋଟିଏ ଆତ୍ମା ଭିତରୁ ଗୋଟିଏ ଶରୀର ଛାଡି ଚାଲିଗଲା । ହେଲେ ସନ୍ତକ ଭାବେ ଛାଡିଗଲେ ଏକ ସନ୍ତାନ । ଏବେ ସୁଖଦୁଖ...ଭଲ ମନ୍ଦ କହିଲେ ଦେଢ ବର୍ଷର ପୁଅ ।

ଶିବାଙ୍ଗୀ ଜଣେ ବିହାରୀ ଝିଅ । ସେ ମଧ୍ୟ ଏୟାରଫୋର୍ସରେ ଡେଣ୍ଟିଷ୍ଟ ଭାବେ ବିହାରରେ ପୋଷ୍ଟିଂ ପାଇଥିଲେ । ୧୨ ବର୍ଷ ତଳେ ବାୟୁସେନାରେ ଯୋଗ ଦେଇଥିବା ରଣା ପ୍ରତାପଙ୍କୁ ଜୀବନ ସାଥି ଭାବେ ଗ୍ରହଣ କରିନେଇଥିଲେ ଶିବାଙ୍ଗୀ । ରଣା ପ୍ରତାପ ଦାସଙ୍କ ବାପା ଜଣେ ଅବସରପ୍ରାପ୍ତ କଲେଜ କିରାଣୀ ହୋଇଥିବା ବେଳେ ମା’ ସୁଷମା ଜଣେ ମାନସିକ ରେଗୀ ।

ଏପରି ସ୍ଥିତିରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଅନ୍ୟପଟେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଆଜି ସେହି ଗୁରୁ ମଧ୍ୟ ମ୍ରିୟମାଣ ଯିଏ, ରଣା ପ୍ରତାପଙ୍କୁ ବାଲ୍ୟ ଶିକ୍ଷା ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Dec 11, 2021, 5:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.