ଭୁବନେଶ୍ବର: ରାଜସ୍ଥାନ ଜୟପୁରରେ ଅନୁଷ୍ଠିତ ମିସ ଇଣ୍ଡିଆ ଟୁରିଜିମ ୨୦୧୧ ପ୍ରତିଯୋଗିତାରେ ବିଜୟର ମୁକୁଟ ପିନ୍ଧିଛନ୍ତି ଓଡ଼ିଆ ଝିଅ ସ୍ମୃତିରେଖା ଖୁଣ୍ଟିଆ । ସେ ପୁରୀ ନିମାପଡ଼ା ଅଞ୍ଚଳର ଝିଅ ହୋଇଥିବା ବେଳେ ଓଡ଼ିଶା ପାଇଁ ଆଣିଛନ୍ତି ଗର୍ବ । ଭାରତର ବିଭିନ୍ନ ଜୋନର ପ୍ରାୟ ୨୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ମୃତିରେଖା ଏହି ମୁକୁଟ ପିନ୍ଧିଛନ୍ତି ।
ମିସ ଇଣ୍ଡିଆ ଚାର୍ମିଙ୍ଗ ଫେସ ୨୦୨୧ ପ୍ରତିଯୋଗିତାରେ ଓଡି଼ଶାରୁ ୨ ଜଣ ବିଜୟ ମୁକୁଟ ପିନ୍ଧିଥିବା ବେଳେ ୨ ଜଣ ରର୍ନସ-ଅପ ହୋଇଛନ୍ତି। ମିସ କାଟାଗୋରୀରେ ନିମାପଡ଼ାର ସ୍ମୃତିରେଖା 'ମିସ ଇଣ୍ଡିଆ ଟୁରିଜିମ ୨୦୨୧' ହାତେଇଥିବା ବେଳେ ମିସେସ କାଟାଗୋରୀରେ ପୁରୀର ଲକ୍ଷ୍ମୀପ୍ରିୟା ତ୍ରିପାଠୀ 'ମିସେସ ଇଣ୍ଡିଆ ଆର୍ଥ'ରେ ବିଜୟୀ ହୋଇଛନ୍ତି । ରାଜସ୍ଥାନ ଜୟପୁରରେ ଅନୁଷ୍ଠିତ ଏହି ପ୍ରତିଯୋଗିତରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିବା ବେଳେ ଭର୍ଚ୍ଚୁଆଲ ମୋଡ଼ରେ ଅଡିସନ ହୋଇଥିଲା ।
ଏଥିରେ ଭାରତର ବିଭିନ୍ନ ଜୋନର ୨୦ ଜଣ ପ୍ରତିଯୋଗୀ ମନୋନୀତ ହୋଇଥିଲେ । ତେବେ ସ୍ମୃତିରେଖା ଢେଙ୍କାନାଳସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନ ବା IIMCରୁ ସାମ୍ବାଦିକତା କରିବା ପରେ ୨୦୧୭ରୁ ମଡେଲିଂରେ ଯୋଗ ଦେଇଥିଲେ । ସେବେଠାରୁ ମଡେଲିଂ ଓ ଅଭିନୟ କ୍ଷେତ୍ରରେ ତାଙ୍କର ଯାତ୍ରା ଜାରି ରହିଥିବା ବେଳେ ସ୍ମୃତିରେଖା ଏହି ବିଜୟ ମୁକୁଟ ହାତେଇବାରେ ସକ୍ଷମ ହୋଇଛନ୍ତି । ଆଗକୁ ସେ ମଡେଲିଂ ସହ ଅଭିନୟ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି । ତେବେ ଏହି ପ୍ରତିଯୋଗିତାରେ ସେ ବିଜୟିନୀ ହେବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ