ଭୁବନେଶ୍ବର: ୨୨ ଅକ୍ଟାେବରରେ ପରଦାକୁ ଆସିବ ଓଡ଼ିଆ ସିନେମା ‘ଚାଲ ଟିକେ ପ୍ରେମ କରିବା’। ଏନେଇ ଚଳଚ୍ଚିତ୍ରଟିର ଆଜି ଭୁବନେଶ୍ବରରେ ଅଡିଓ ରିଲିଜ ହୋଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥାଗତ ଶତପଥୀ ଯୋଗଦେଇ ଚଳଚ୍ଚିତ୍ରର ଅଡିଓ ରିଲିଜ କରିଥିଲେ । ରୋମାଣ୍ଟିକ ଲଭଷ୍ଟୋରୀ ଓ କମେଡି ସହ ବନ୍ଧୁତାର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ । ଯେଉଁଥିରେ ଦୁଇ ହିରୋଇନ ଲିପ୍ସା ମିଶ୍ର ଓ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ସହ ହିରା ଭୂମିକାରେ ନଜର ଆସିବେ ଦେବରାଜ ।
ଅଭିନେତା ପୁପିନ୍ଦର ଚଳଚ୍ଚିତ୍ରରେ ଅତିଥି ଭାବେ ଏଣ୍ଟ୍ରି କରିଥିବାବେଳେ ଆଲବମ ଦୁନିଆର ସଂଘର୍ଷର ଝଲକ ଦେଖିବାକୁ ମିଳିବ। ଚିନ୍ମୟୀ ପ୍ରିୟଦର୍ଶିନୀ ଏହାର ପ୍ରଯୋଜକ ରହିଥିବାବେଳେ ଗୀତକୁ ସଜାଇଛନ୍ତି ଵିଭୂତି ଗଡନାୟକ । ଦେଵକୀ ଫିଲ୍ମ ବ୍ୟାନରର ଚଳଚ୍ଚିତ୍ରଟି ଦ୍ବିତୀୟ ଅବଦାନ ହୋଇଥିବାବେଳେ ୨୨ ଅକ୍ଟାେବରରେ ବୃନ୍ଦାବନ ହଲରେ ରିଲିଜ ହେବ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ