ଭୁବନେଶ୍ୱର: ବେଆଇନ ଗୃହ ନିର୍ମାଣରେ ରୋକ ଲଗାଇଲା ଓଡିଏ କୋର୍ଟ। ବେଆଇନ ତଥା ଅନାଧିକାର ନିର୍ମାଣକୁ ପ୍ରଶୟ ଦିଆଯିବ ନାହିଁ। ଓଡିଏ ,ଓଡ଼ିଶା ଉନ୍ନୟନ କତ୍ତୃପକ୍ଷ ଆକ୍ଟ ନିଷ୍ପତ୍ତି କ୍ରମେ ବେଆଇନ ଅନଅଧିକାର ନିର୍ମାଣରେ ରୋକ ଲଗାଇଛନ୍ତି କର୍ତ୍ତୃପକ୍ଷ । ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ କ୍ବାଟର ନଂ ଏଲସି -୧୨୦/୧,୧୨୦/୧୩ର ଘର ମାଲିକ ନିଜକୁ ମିଳିଥିବା ପ୍ରକୃତ ସ୍ଥାନ ଠାରୁ ଅଧିକ ସରକାରୀ ଭୂମିକୁ ମାଡିବସି ବେଆଇନ ଘର ନିର୍ମାଣ କରୁଥିବା ବିଏମସି ଦୃଷ୍ଟିକୁ ଆସିଥିଲା ।
ଏନେଇ ସମ୍ପୃକ୍ତ ଘର ମାଲିକଙ୍କୁ ଜୁନ ୧୧ ତାରିଖରୁ ଚେତାବନୀ ଦିଆ ଯାଇଥିଲେ ମଧ୍ୟ ଏହାକୁ ଭ୍ରୃକ୍ଷେପ ନକରି ବେଆଇନ ଗୃହନିର୍ମାଣ ବନ୍ଦ କରିନଥିଲେ। ତେଣୁ ବିଏମସି ପକ୍ଷରୁ ଏହାକୁ ଓଡିଏ ବା ଓଡ଼ିଶା ଉନ୍ନୟନ କତ୍ତୃପକ୍ଷଙ୍କ କୋର୍ଟରେ ଉପସ୍ଥାପନ କରାଯାଇଥିଲା। ଏହାପରେ ଓଡିଏ ପକ୍ଷରୁ ଘଟଣାର ସରଜମିନ ତଦନ୍ତ କରାଯିବା ସହ ଜମିର ମାପ କରାଯାଇଥିଲା । ଗୁରୁବାର ବିଏମସି କର୍ତ୍ତୃପକ୍ଷଙ୍କ ଉପସ୍ଥିତରେ ଘରକୁ ସିଲ କରାଯାଇଛି ।
ଭୁବନେଶ୍ୱରରେ ବେଆଇନ ଗୃହନିର୍ମାଣକୁ ବନ୍ଦ କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି । ଚନ୍ଦ୍ରଶେଖରପୁରରେ ବେଆଇନ ନିର୍ମାଣକୁ ରୋକ ଲଗାଯାଇଛି। ତଦନ୍ତର ତଥ୍ୟ ଅନୁଯାୟୀ ସମ୍ପୃକ୍ତ ଜମି ମାଲିକଙ୍କ ବେଆଇନ ନିର୍ମାଣକୁ ବନ୍ଦ କରିବା ସହ ଏହାକୁ ବିଏମସି କର୍ତ୍ତୃପକ୍ଷ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଏହାକୁ ସିଲ କରାଯାଇଛି। ଓଡିଏ ଆକ୍ଟ ୧୯୮୨ ଭାଗ ୯୨ର ଉପଭାଗ ୧ ଅନୁସାରେ ଏହାକୁ ସିଲ କରାଯାଇଛି ବୋଲି ବିଏମସି ଅତିରିକ୍ତ କମିଶନର ରାଜେନ୍ଦ୍ର ପଟ୍ଟନାୟକ କହିଛନ୍ତି ।
ଭୁବନେଶ୍ୱରରୁ ସଞ୍ଜୀବ ରାଏ, ଇଟିଭି ଭାରତ