ETV Bharat / city

ନିହାରୀକା ହତ୍ୟା ମାମଲା, ତଦନ୍ତ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ

author img

By

Published : Oct 22, 2019, 6:27 PM IST

Updated : Oct 22, 2019, 7:30 PM IST

ନର୍ସ ନିହାରୀକା ହତ୍ୟା ମାମଲା । 4 ସପ୍ତାହ ମଧ୍ୟରେ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ । ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବାକୁ ଜଗତସିଂହପୁର ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ । ଅଧିକ ଖବର ପଢନ୍ତୁ...

ନିହାରୀକା ହତ୍ୟା ମାମଲା, ତଦନ୍ତ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାମଲା । ଆସନ୍ତା ୪ ସପ୍ତାହରେ ରିପୋର୍ଟ ଦେବାକୁ ଜଗତସିଂହପୁର ଜିଲ୍ଲାର ଏସପିଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ । ସୂଚନା ଅନୁସାରେ, ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାମଲାରେ ଏବେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି । ନିହାରିକା ହତ୍ୟା ମାମଲାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଜଗତସିଂହପୁର ଜିଲ୍ଲାର ଏସପିଙ୍କୁ ସମ୍ପୂର୍ଣ୍ଣ ରୂପେ ୪ ସପ୍ତାହର ସମୟ ଦିଆଯାଇଛି ।

pic

ପ୍ରକାଶ ଥାଉକି, ଗତ ସେପ୍ଟେମ୍ବର 20 ତାରିଖରେ ମୃତ ନିହାରିକାର ପରିବାର ଲୋକ ନିହାରିକା ବୟଫ୍ରେଣ୍ଡ ରାଜା ବିରୋଧରେ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ । ପରେ ପ୍ରେମିକ ରାଜା ନିହାରିକଙ୍କୁ ହତ୍ୟାକରି ଏକ ବାଇକ ସାହାଯ୍ୟରେ ନଦୀ ପଠାରେ ପକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ବୋଲି ପୋଲିସ ପର୍ଦ୍ଦାଫାସ କରିଥିଲା ।

ତେବେ ଏକ ମାତ୍ର ରୋଜଗାରିଆ ଝିଅକୁ ହରାଇବା ପରେ ନିହାରିକର ପରିବାର ଏକ ପ୍ରକାରର ଆର୍ଥିକ ସ୍ଥିତି ଭଲନଥିଲା । ଝିଅର ହତ୍ୟାରେ ପ୍ରେମିକ ରାଜା ସହ ଅନ୍ୟ ସହଯୋଗୀଙ୍କ ସମ୍ପୃକ୍ତିଥିବା କହି ଗିରଫ ଦାବି କରିଥିଲେ ପରିବାର ଲୋକ।

କେବଳ ସେତିକି ନୁହେଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ନିହାରିକର ବାପା ଓ ମାଆ। ଏହି ଘଟଣାକୁ ନେଇ କମିଶନ ତାଙ୍କ ପରିବାରଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଏନଏଚଆରସି ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିଛି । ଏହି ମାମଲାର କେସ ନମ୍ବର ୩୨୬୨/୧୮/୨୩/୨୦୧୯ ରେ ଜଗତସିଂହପୁର ଏସପିଙ୍କୁ ନୋଟିସ କରିଛନ୍ତି ଜାତୀୟ ମାନବ ଅଧିକାର କମିଶନ । ଏବେ ମାତ୍ର ୪ ସପ୍ତାହ ମଧ୍ୟରେ ସମ୍ପୂର୍ଣ ତଥ୍ୟ ପ୍ରଦାନ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ନିହାରୀକା ହତ୍ୟା ଘଟଣା, 4 ସପ୍ତାହ ମଧ୍ୟରେ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନBody:ନିହାରୀକା ହତ୍ୟା ଘଟଣା, 4 ସପ୍ତାହ ମଧ୍ୟରେ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନConclusion:
Last Updated : Oct 22, 2019, 7:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.