ETV Bharat / city

ଟୀକା କେନ୍ଦ୍ରରେ ବଢୁଛି ବୟସ୍କଙ୍କ ଭିଡ଼

author img

By

Published : Mar 2, 2021, 3:38 PM IST

ପ୍ରଥମ ଦିନରେ 60 ବର୍ଷରୁ ଅଧିକ ବୟସ୍କ 11,289 ଲୋକଙ୍କୁ ଟୀକାକରଣ କରାଯାଇଛି । 45 ରୁ 59 ବର୍ଷ ଯାଏଁ ଅନ୍ୟାନ୍ୟ ରୋଗ ଥିବା 300 ଜଣ ସମେତ, ଉଭୟ ବର୍ଗରେ ସର୍ବମୋଟ 11589 ଜଣଙ୍କୁ ଟିକା ଦିଆଯାଇଛି । ଅଧିକ ପଢନ୍ତୁ...

ODISHA: Number of senior citizen grows at vaccination center
ଟୀକା କେନ୍ଦ୍ରରେ ବଢୁଛି ବୟସ୍କଙ୍କ ଭିଡ଼

ଭୁବନେଶ୍ବର: ଆରମ୍ଭ ହୋଇଛି ବରିଷ୍ଠ ନାଗରିକଙ୍କୁ ଟୀକାକରଣ ପ୍ରକ୍ରିୟା । ତେବେ ପ୍ରଥମ ଦିନରେ 60 ବର୍ଷରୁ ଅଧିକ ବୟସ୍କ 11,289 ଲୋକଙ୍କୁ ଟୀକାକରଣ କରାଯାଇଛି । 45 ରୁ 59 ବର୍ଷ ଯାଏଁ ଅନ୍ୟାନ୍ୟ ରୋଗ ଥିବା 300 ଜଣଙ୍କୁ ଟିକା ଦିଆହୋଇଛି । ଉଭୟ ବର୍ଗରେ ସର୍ବମୋଟ 11589 ଜଣଙ୍କୁ ଟିକା ଦିଆଯାଇଛି । ସେହିପରି ବଳକା ଥିବା 1 ହଜାର 41 ଜଣ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ ଟିକା ନେଇଛନ୍ତି । 6860 ସ୍ବାସ୍ଥ୍ୟକର୍ମୀ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି । ଅନ୍ୟପଟେ 2424 ଜଣ ସମ୍ମୁଖଯୋଦ୍ଧା ପ୍ରଥମ ଡୋଜ ଟିକା ନେଇଛନ୍ତି । ଏହି ବର୍ଗରେ ସମୁଦାୟ 10,325 ଜଣଙ୍କୁ ଟୀକାକରଣ କରାଯାଇଛି । ବୟସ୍କ, ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା 21,914 ଜଣଙ୍କର ଟୀକାକରଣ ସଫଳ ଭାବେ ହୋଇଛି । ତେବେ କେଉଁଠି ବି କିଛି ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇନି ।

ଅନ୍ୟପକ୍ଷେ ମଙ୍ଗଳବାର ଟୀକାକରଣ ଭଲ ଭାବେ ଚାଲିଛି । ଧାର୍ଯ୍ୟ ଲକ୍ଷ୍ୟରୁ ଅଧିକ ଟୀକାକରଣ ହୋଇଛି । cowin ସଫ୍ଟୱେୟାରର ପ୍ରଥମ ଦିନର ପ୍ରାଥମିକ ପର୍ଯ୍ୟାୟରେ connectivity ସମସ୍ୟା ଥିଲା । ସର୍ଭର ଡାଉନ୍ ନେଇ ଥିବା ସମସ୍ୟା ଏବେ ଠିକ୍ କରାଯାଇଛି । ଆଜି ବି sesan scheduling ରେ ସାମାନ୍ୟ ସମସ୍ୟା ପରିଲକ୍ଷିତ ହୋଇଥିଲା । ଏବେ ଠିକଠାକ ଭାବେ ଟୀକାକରଣ କରାଯାଉଛି । ଯେଉଁମାନେ ଅନଲାଇନ୍ ପଞ୍ଜିକରଣ କରିନାହାନ୍ତି, ସେମାନେ ଟୀକାକରଣ କେନ୍ଦ୍ର ଯାଇ ପଞ୍ଜିକରଣ କରି ଟୀକାକରଣ କରିବେ । ଯାହା ଅନସାଇଟ୍ ରେଜିଷ୍ଟ୍ରେସନ ଓ ଭ୍ୟାକ୍ସିନେସନ୍ ଦସ୍ତାବିଜ ବିନା ହୋଇ ପାରିବ ନାହିଁ ।

ବର୍ତ୍ତମାନ ସୁଦ୍ଧା 264 ସେସନ୍ ହୋଇଛି । ଅଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢ଼ିବ । ସବୁ ଘରୋଇ କେନ୍ଦ୍ରରେ ଟୀକାକରଣ ହୋଇନି । ଧୀରେ ଧୀରେ ସେଠାରେ ମଧ୍ୟ ଟୀକାକରଣ ହେବ । କେନ୍ଦ୍ର ସରକାର କହିଛନ୍ତି ଟୀକାକରଣ ଦ୍ଵିତୀୟ ପର୍ଯ୍ୟାୟରେ ସବୁ ବୟସ୍କ ଲୋକଙ୍କୁ ସୁବିଧାର ସହ ଟୀକାକରଣ କରିବେ । ସହର ଗୁଡ଼ିକରେ ସପ୍ତାହରେ 5 ଦିନ ଟୀକାକରଣ ହେବ । ହେଲେ CHC ଗୁଡିକରେ 3 ଦିନ କରାଯିବ । ଯେମିତି କି ସେଠାରେ ଅନ୍ୟ କାମ ବାଧାପ୍ରାପ୍ତ ନ ହୁଏ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.