ଭୁବନେଶ୍ବର: ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3723ରେ ପହଞ୍ଚିଛି । ଅନ୍ୟପକ୍ଷରେ 1116ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ 2594 ଜଣ ସୁସ୍ଥ ହେଲେଣି । ସେହିପରି 10 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଶନିବାର ମୋଟ 225 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ 196 ଓ ସ୍ଥାନୀୟ ଅଞ୍ଚଳରୁ 29 ଜଣ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ସର୍ବାଧିକ 92 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଜଗତସିଂହପୁରରେ 13, ଖୋର୍ଦ୍ଧାରେ 19, ନୟାଗଡରେ 7, ଢେଙ୍କାନାଳରେ 7, ବାଲେଶ୍ବରରେ 2, ଅନୁଗୁଳରେ 1, ଭଦ୍ରକରେ 5 , କଳାହାଣ୍ଡିରେ 3, କନ୍ଧମାଳରେ 15, ଗଞ୍ଜାମରେ 20, ସୁନ୍ଦରଗଡରେ 1, ପୁରୀରେ 15, ବଲାଙ୍ଗୀରରେ 12, କେନ୍ଦ୍ରାପଡାରେ 4, ଓ ମୟୂରଭଞ୍ଜରେ 9 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।