ETV Bharat / city

ଲକ୍‌ଡାଉନ୍‌ ପରେ ବଢିପାରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ! ତତ୍ପର ପ୍ରଶାସନ - number of child labours may increase after the lockdown

ଲକ୍‌ଡାଉନ୍‌ ପରେ ବଢିପାରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ! ତା ସହ ତାଳ ଦେଇ ବଢିପାରେ ନିର୍ଯାତନା ! ଏହାକୁ ଦୃଷ୍ଟିରେ ରଖି ଶିଶୁ ସୁରକ୍ଷା ଆୟୋଗ ତତ୍ପରତା ପ୍ରକାଶ କରିଛି । ଅଧିକ ପଢନ୍ତୁ...

ଲକ୍‌ଡାଉନ୍‌ ପରେ ବଢିପାରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ! ତତ୍ପର ପ୍ରଶାସନ

author img

By

Published : Jun 11, 2020, 11:26 AM IST

ଭୁବନେଶ୍ବର: ଲକ୍‌ଡାଉନ୍‌ ପରେ ବଢିପାରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ! ତାସହ ତାଳ ଦେଇ ବଢିପାରେ ନିର୍ଯାତନା ! ଲକ୍‌ଡାଉନ୍‌ ଲାଗି ଅଧିକାଂଶ ଲୋକ ନିଜର ଜୀବିକା ହରାଇଥିବାବେଳେ ସେଥିରେ କିଛି ସଂଖ୍ୟାରେ ଶିଶୁ ଶ୍ରମିକ ମଧ୍ୟ ରହିଛନ୍ତି ।

ଲକ୍‌ଡାଉନ୍‌ ପରେ ବଢିପାରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ! ତତ୍ପର ପ୍ରଶାସନ

ହୋଟେଲ, ଇଟାଭାଟି, ଅନ୍ୟ ଘରେ ତଥା ବାହାର ରାଜ୍ୟରେ କାମ କରୁଥିବା ଶିଶୁ ଶ୍ରମିକମାନେ ନିଜର ଜୀବିକା ହରାଇ ଘରେ ରହିଛନ୍ତି । ତେବେ ଏହି ପରିସ୍ଥିତିରେ ଅନେକ ଲୋକଙ୍କ ଜୀବିକା ଯାଇଥିବାରୁ ସେମାନଙ୍କ ଶିଶୁମାନେ ମଧ୍ୟ ପରିବାରର ଆର୍ଥିକ ଅନଟନକୁ ଦୂରେଇବା ପାଇଁ ଶ୍ରମିକ ସାଜିପାରନ୍ତି ଏବଂ ସେମାନଙ୍କୁ ନିର୍ଯାତନାର ଶିକାର ହେବାକୁ ମଧ୍ୟ ପଡିପାରେ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।

ବର୍ତ୍ତମାନ ସମୟର ଆର୍ଥିକ ସଙ୍କଟ ଶିଶୁ ମାନଙ୍କର ନିର୍ଯାତନାର କାରଣ ପାଲିଟିଛି । କିଛି ରୋଜଗାର କରୁଥିବା ଶିଶୁଶ୍ରମିକ ମାନେ ଜୀବିକା ହରାଇଥିବାରୁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥାଇପାରେ ବୋଲି ଶିଶୁ ସୁରକ୍ଷା ବିଶେଷଜ୍ଞ କହିଛନ୍ତି । ସେପଟେ ଲକ୍‌ଡାଉନ୍‌ ପରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢିବା ତଥା ସେମାନଙ୍କ ଉପରେ ପଡିବାକୁ ଥିବା ଚାପର ମୁକାବିଲା ପାଇଁ ଶିଶୁ ସୁରକ୍ଷା ଆୟୋଗ ଅଣ୍ଟା ଭିଡିଛି । ଏଦିଗରେ ପଦକ୍ଷେପ ନିଆଯିବ ବୋଲି ଆୟୋଗ ଅଧ୍ୟକ୍ଷା କହିଛନ୍ତି ।

ରାଜ୍ୟରେ 2013 ମସିହାର ଏକ ରିପୋର୍ଟ ଅନୁସାରେ 2.15 ଲକ୍ଷ ଶିଶୁ ଶ୍ରମିକ ଥିଲେ । ଏହାବାଦ୍‌ ପାଖାପାଖି 10 ଲକ୍ଷ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ 20 ପ୍ରତିଶତ ଶିଶୁ ଶ୍ରମିକ ରହିଥିବାର ବେସରକାରୀ ସଂସ୍ଥା ଗୁଡିକର ରିପୋର୍ଟରୁ ଜଣାପଡେ । ଯେଉଁମାନେ କି ଏବେ ଜୀବିକା ହରାଇଛନ୍ତି । ତେବେ ଏହି ସଂଖ୍ୟା ଲକ୍‌ଡାଉନ୍‌ ପରେ ବଢିବା ନେଇ ଆକଳନ କରାଯାଉଥିବାବେଳେ ଶିଶୁ ସୁରକ୍ଷା ଆୟୋଗ ଏହାକୁ କେତେ କମାଉଛି ତାହା ଦେଖିବାର କଥା ।

କାହିଁକି ବଢିବ ଶିଶୁ ଶ୍ରମିକଙ୍କ ସଂଖ୍ୟା ?

କୋରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ହୋଇଥିବାବେଳେ ଏଥିଯୋଗୁଁ ଅନେକ ଲୋକଙ୍କ ଚାକିରି ଯାଇଛି । ଅନେକ ଶ୍ରମିକ ନିଜ ଜୀବିକା ହରାଇ ଘରେ ବସିଛନ୍ତି । ସେହିପରି ଅନେକ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଚାଲି ଆସି ରୋଜଗାର ହରାଇଛନ୍ତି । ତେବେ ଏଥିରେ ଅନେକ ଶିଶୁ ଶ୍ରମିକ ରହିଛନ୍ତି । ଯେଉଁମାନେ ବିଭିନ୍ନ ହୋଟେଲ, ଇଟାଭାଟି ତଥା ଅନ୍ୟର ଘରେ କାମ କରୁଥିଲେ । ସେମାନେ ଜୀବିକା ହରାଇଛନ୍ତି । ଏମାନେ ମଧ୍ୟ ଲକ୍‌ଡାଉନ୍‌ ପରେ କାମ କରିବେ । ଏହାସହ ଅନେକଙ୍କ ଅଭିଭାବକ ରୋଜଗାର ହରାଇଥିବାରୁ ପରିବାରର ଆର୍ଥିକ ଅନଟନକୁ ଦୃଷ୍ଟିରେ ରଖି ଅନେକ ଶିଶୁ ଶ୍ରମିକ ହେବାକୁ ପସନ୍ଦ କରିବେ । ଫଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

କଣ ପଦେକ୍ଷପ ନେବ ଶିଶୁ ସୁରକ୍ଷା ଆୟୋଗ ?

ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢିବା ତଥା ଶିଶୁଙ୍କ ଉପରେ ନିର୍ଯାତନା ବଢିବାକୁ ଦୃଷ୍ଟିରେ ରଖି ଶିଶୁ ସୁରକ୍ଷା ଆୟୋଗ ତତ୍ପର ହୋଇଛି । ଏହାକୁ ରୋକିବା ଲାଗି ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରାଯିବ ବୋଲି ଜଣାପଡିଛି । ସେହିପରି ଶିଶୁ ଅଧିକାର ପାଇଁ କାମ କରୁଥିବା ଅନେକ ଏନଜିଓ ତଥା ବେସରକାରୀ ସଂସ୍ଥାମାନଙ୍କ ସହିତ ଆଲୋଚନା କରି ଏହା ଉପରେ କି ପଦକ୍ଷେପ ନିଆଯାଇପାରିବ ସେନେଇ ଆଲୋଚନା କରାଯିବ ବୋଲି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.