ETV Bharat / city

ସରକାରଙ୍କ ବିରୋଧରେ ଜୋରଦାର ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ - ସରକାରଙ୍କ ବିରୋଧରେ ଆନ୍ଦୋଳନ

ଆଜି ଛାତ୍ର କଂଗ୍ରେସର ବୈଠକ ବସିଛି । ଆଗକୁ ରାଜ୍ୟରେ ଚାଲିଥିବା ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ ଛାତ୍ର କଂଗ୍ରେସ ପ୍ରତିବାଦ କରିବ ବୋଲି ଏହି ବୈଠକରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

ସରକାରଙ୍କ ବିରୋଧରେ ଜୋରଦାର ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ

author img

By

Published : Jul 15, 2021, 8:37 PM IST

ଭୁବନେଶ୍ବର: ଆଜି(ଗୁରୁବାର) ଛାତ୍ର କଂଗ୍ରେସର ବୈଠକ ବସିଛି । ଏହି ବୈଠକରେ ରାଜ୍ୟରେ ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି । ତେବେ ଏହି ଅବ୍ୟବସ୍ଥା ସମ୍ପର୍କରେ ଛାତ୍ର କଂଗ୍ରେସ ଆଗକୁ ଦୃଢ ବିରୋଧ କରିବ ବୋଲି ବୈଠକରେ ଆଲୋଚନା ହୋଇଛି ।

ସରକାରଙ୍କ ବିରୋଧରେ ଜୋରଦାର ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ

ରାଜ୍ୟରେ ଦରଦାମ ବୃଦ୍ଧି, ଟୀକାକରଣରେ ବ୍ୟାପକ ଅବ୍ୟବସ୍ଥା, ଅନଲାଇନ ଶିକ୍ଷାରେ ତ୍ରୁଟି ବିଚ୍ୟୁତକୁ ବିରୋଧ କରି ଆଗାମୀ ଦିନରେ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯିବ । ସେଥିପାଇଁ ଆଜି(ଗୁରୁବାର) ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଡକାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ଛାତ୍ର କଂଗ୍ରେସ ଏହାକୁ ଦୃଢ଼ ବିରୋଧ କରିବ। ଛାତ୍ର କଂଗ୍ରେସର ସ୍ବର ଉତ୍ତୋଳନ କରୁଛି । ଆଗକୁ ଅଧିକ ଲଢେଇ କରିବ ବୋଲି ଛାତ୍ର କଂଗ୍ରେସ ସଭାପତି ୟସିର ନବଜ କହିଛନ୍ତି ।

ତୈଳ, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଦିନକୁ ଦିନ ଅସହ୍ୟ ହୋଇପଡିଛି । ତେଣୁ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ଦାୟୀ ବୋଲି ସେ କହିଛନ୍ତି । ରାଜ୍ୟରେ ବଢି ବଢି ଚାଲିଥିବା ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଛାତ୍ର କଂଗ୍ରେସ ଆଗକୁ ଜୋରଦାର ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.