ETV Bharat / city

ଓଡ଼ିଶା ଷ୍ଟାଫ ସିଲେକ୍ସନ ନେଇ NSUIର ବିରୋଧ, ଲାଞ୍ଚ ଦେଇ ପିଲା ପାଉଥିଲେ ଚାକିରୀ - ଜୁଡିସିଆଲ ଏନକ୍ବାରି

ତଳରୁ ଉପର ପର୍ଯ୍ୟନ୍ତ ଲମ୍ବିଛି ଦୁର୍ନୀତିର ଚେର । ମେଧାବୀ ପିଲା ଚାକିରୀ ପଛରେ ଗୋଡାଉ ଥିବାବେଳେ ଏଠାରେ ଲାଞ୍ଚ ଦେଇ ଚାକିରୀ ପାଉଛନ୍ତି ଅନ୍ୟ ଛାତ୍ରଛାତ୍ରୀ । ଓଡିଶା ଷ୍ଟାଫ ସିଲେକ୍ସନ ମେମ୍ବରଙ୍କ PS ଗିରଫ ପରେ ଘନେଇବାରେ ଲାଗିଛି ବିବାଦ । ଅଧିକ ପଢନ୍ତୁ...

ଓଡ଼ିଶା ଷ୍ଟାଫ ସିଲେକ୍ସନ ନେଇ NSUIର ବିରୋଧ, ଲାଞ୍ଚ ଦେଇ ପିଲା ପାଉଥିଲେ ଚାକିରି

author img

By

Published : Aug 2, 2021, 3:15 PM IST

ଭୁବନେଶ୍ବର: ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ମେମ୍ବରଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁଙ୍କ ଗିରଫ ପରେ ତେଜିବାରେ ଲାଗିଛି ବିବାଦ । ଜୁଡିସିଆଲ ଏନକ୍ବାରି ପାଇଁ ଦାବି କରି OSSC କାର୍ଯ୍ୟାଳୟ ଘେରାଉ କରିଛି ଛାତ୍ର କଂଗ୍ରେସ । ପ୍ରତି ନିର୍ବାଚନରୁ ପିଲାମାନେ ଲାଞ୍ଚ ଦେଇ ଚାକିରୀ ପାଉଥିଲେ । ଏ ନେଇ ଅଭିଯୋଗ କରିଛି କଂଗ୍ରେସ ।

ଓଡ଼ିଶା ଷ୍ଟାଫ ସିଲେକ୍ସନ ନେଇ NSUIର ବିରୋଧ, ଲାଞ୍ଚ ଦେଇ ପିଲା ପାଉଥିଲେ ଚାକିରି

ତଳରୁ ଉପର ପର୍ଯ୍ୟନ୍ତ ଲମ୍ବିଛି ଦୁର୍ନୀତିର ଚେର । ଭଲ ଓ ପାଠୁଆ ପିଲା ସିଲେକ୍ସନରୁ ବଞ୍ଚିତ ରହୁଛନ୍ତି ହେଲେ ଟଙ୍କା ଦେଇ ଏଠି ପିଲା ଚାକିରୀ ପାଉଛନ୍ତି । ଟଙ୍କା ନେଉଥିବା କର୍ମଚାରୀଙ୍କ ଲିଙ୍କ ଉପରକୁ ଲମ୍ବିଥିବା ଅଭିଯୋଗ କରିଛି ଦଳ । ଏନେଇ ହାଇକୋର୍ଟ ଜଜଙ୍କ ତତ୍ତ୍ବାବଧାନରେ ଜୁଡିସିଆଲ ଏନକ୍ବାରି ହେଲେ ଘଟଣାର ସତ ସାମ୍ନାକୁ ଆସିବ ବୋଲି କହିଛି ଛାତ୍ର କଂଗ୍ରେସ । ଏପରିକି ପ୍ରତି ନିର୍ବାଚନରୁ ବିଧାୟକଙ୍କ ରେଫରେନ୍ସରେ ୪ରୁ ୫ଜଣ ଚାକିରୀ ପାଉଛନ୍ତି ଅର୍ଥାତ୍ ଏଠି ଦୁର୍ନୀତିର ଚେର ଚାରିଆଡ଼େ ଖେଳେଇଛି ବୋଲି ସୁର ରାଉତରାୟ ଅଭିଯୋଗ ଆଣି OSSC ଅଫିସ ଘେରିଛନ୍ତି NSUI ।

ଘେରାଉ ସମୟରେ ସୁର କହିଛନ୍ତି ଯେ ମେଧାବୀ ଛାତ୍ରଛାତ୍ରୀ ପାଠ ପଢି ଘରେ ବୁଲୁଥିବା ବେଳେ ଏଠାରେ ଅନ୍ୟ ପିଲାମାନେ ଟଙ୍କା ଦେଇ ଚାକିରୀ ପାଉଛନ୍ତି । ଓଡିଶା ଷ୍ଟାଫ ସିଲେକ୍ସନରେ ଅନ୍ୟ ଉପରିସ୍ଥ ଅଧିକାରୀମାନେ ସମ୍ପୃକ୍ତି ଥାଇପାରେ ବୋଲି ବିରଞ୍ଚିଙ୍କ ପର୍ଦ୍ଦାଫାଶ ପରେ ଜଣାପଡୁଛି । ଏଥିଲାଗି ଜୁଡିସିଆଲ ଏନକ୍ବାରି ପାଇଁ ସେମାନେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.