ଭୁବନେଶ୍ବର: ପହଞ୍ଚିଲା ଏନଏସଜି ଟିମ । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କରିବେ ସୁରକ୍ଷା ଯାଞ୍ଚ । ଆଜି ଏନଏସଜିର ସ୍ବତନ୍ତ୍ର ଟିମ ଭୁବନେଶ୍ବରରେ ପହଞ୍ଚିଛି ।
ମାର୍ଚ୍ଚ ୨୧ରେ ଓଡିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଯାହାକୁ ନେଇ ପ୍ରୋଟୋକଲ ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଏନଏସଜି ଟିମ । ୨ ଅଫିସରଙ୍କ ସହ ୪ ଜଣିଆ ଟିମ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି। ଏନଏସଜି ଟିମ ମଙ୍ଗଳବାର ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ । ଏହା ପରେ ଲିଙ୍ଗରାଜ ମନ୍ଦିରର ସୁରକ୍ଷା ଯାଞ୍ଚ କରିପାରନ୍ତି । ଏନେଇ ଟିମ ପହଞ୍ଚି ସୁରକ୍ଷା ତଦାରଖ କରିବେ । ଯଦି ରାଷ୍ଟ୍ରପତି ଗସ୍ତ ବେଳେ ପୁରୀ କିମ୍ବା ଲିଙ୍ଗରାଜ ଦର୍ଶନ ପାଇଁ ଇଛୁକ ହୁଅନ୍ତି, ତେଣୁ ସୁରକ୍ଷା ଦୃଷ୍ଟିରୁ ଆଗୁଆ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥାନ୍ତି ଏନଏସଜି ଟିମ ।
ସୂଚନାଥାଉକି ଆସନ୍ତା ମାର୍ଚ୍ଚ 21 ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଉରକେଲା ଗସ୍ତ କରି ସୁପରସ୍ପେସିଆଲିଟି ହସପିଟାଲ ଉଦଘାଟନ କରିବା ସହ ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ