ETV Bharat / city

କୋରୋନା ଆତଙ୍କ: ବିଦେଶରେ ପୁଅ, ଆତଙ୍କିତ ପରିବାର

author img

By

Published : Apr 16, 2020, 10:17 AM IST

ରାଜ୍ୟରେ ସ୍ଥିତି ସାମାନ୍ୟ ନିୟନ୍ତ୍ରଣରେ ଅଛି । ହେଲେ ବିଦେଶରେ ଅବସ୍ଥା ସଙ୍ଗୀନ । ଯାହାକୁ ନେଇ ଆତଙ୍କିତ ହୋଇଛନ୍ତି ପ୍ରବାସୀ ଓଡିଆଙ୍କ ଘରଲୋକେ । ଅଧିକ ପଢନ୍ତୁ...

କୋରୋନା ଆତଙ୍କ: ସମ୍ପର୍କୀୟଙ୍କୁ ନେଇ ଚିନ୍ତାରେ ପ୍ରବାସୀ ଓଡିଆ

ଭୁବନେଶ୍ବର: ଚାରିଆଡେ କୋରୋନାର ଡର । ସମସ୍ତଙ୍କୁ ନିଜ ଘର ପରିବାରର ଚିନ୍ତା । ନିଜ ଲୋକଙ୍କ ଶାନ୍ତି ଓ ସୁରକ୍ଷା ସମସ୍ତଙ୍କ କାମନା । ବାହାରେ ଥିବା ନିଜ ପ୍ରିୟ ପରିଜନଙ୍କ ଚିନ୍ତା ସମସ୍ତଙ୍କୁ ଘାରିଛି । କିଏ କିପରି ଅବସ୍ଥାରେ ଅଛନ୍ତି । ସୁରକ୍ଷିତ ଅଛନ୍ତି ନା ନାହିଁ । ସବୁଦିନ ଏହି ଚିନ୍ତା ଓ ଭୟ ମନରେ ବସା ବାନ୍ଧୁଛି ।

ଆଉ ଏଥିରେ ଛଟପଟ ହେଉଛନ୍ତି ବିଦେଶରେ ଥିବା ପ୍ରବାସୀ ଓଡିଆ । ରାଜ୍ୟରେ ସ୍ଥିତି ସାମାନ୍ୟ ନିୟନ୍ତ୍ରଣରେ ଅଛି । ହେଲେ ବିଦେଶରେ ଅବସ୍ଥା ସଙ୍ଗୀନ । ଯାହାକୁ ନେଇ ଆତଙ୍କିତ ହୋଇଛନ୍ତି ପ୍ରବାସୀ ଓଡିଆଙ୍କ ଘରଲୋକେ । ଏବେ ବି ବିଦେଶରେ ଅଛନ୍ତି ଅନେକ ଓଡିଆ । ଜାରି ରଖିଛନ୍ତି ସଂଗ୍ରାମ । ସାମନା କରୁଛନ୍ତି କୋରୋନାର ପ୍ରକୋପ । ହେଲେ ଭୟଭୀତ ନହୋଇ କରୁଛନ୍ତି ମୁକାବିଲା । କିଏ ଘରେ ରହି ଅଫିସ କାମ ଜାରି ରଖିଥିବା କିଏ ମନେପକାଉଛନ୍ତି ଓଡିଶା । କାରଣ ଦୁରରେ ଥାଇ ବି ଭୁଲିନାହାନ୍ତି ନିଜ ଲୋକଙ୍କୁ ।

ବିଦେଶରେ ମଧ୍ୟ ଲୋକ ଓଡିଶା ଖବର ରଖୁଛନ୍ତି । ନ୍ୟୁଜ ଓ ଫୋନ ଦ୍ବାରା ଜାଣୁଛନ୍ତି ସ୍ଥିତି । ଭୁବନେଶ୍ବରରେ ପରିବାର ଓ ସାଙ୍ଗସାଥୀଙ୍କ କଥା ଭାବୁଛନ୍ତି ଜର୍ମାନୀର ହାମବର୍ଗ ସହରରେ ଥିବା ଇଞ୍ଜିନିୟର ଲଲାଟେନ୍ଦୁ । ଲକଡାଉନ ପାଇଁ ଘରେ ରହି ଅଫିସ କାର୍ଯ୍ୟ କରୁଛନ୍ତି । ଆଉ ଘର ଲୋକଙ୍କ ସହ କଥା ହୋଇ ମନକୁ ସାନ୍ତନ୍ବା ଦେଉଛନ୍ତି । ତେବେ ପରିବାରରେ ବି ସମାନ ସ୍ଥିତି । ନିଜ ପୁଅର ହାଲଚାଲ ବୁଝିବା ସହ ଟିକେ ଦେହ ଖରାପ ଶୁଣିଲେ ବିଚଳିତ ହୋଇପଡୁଛନ୍ତି ।

ସେହିପରି ଆମେରିକାର ଇଞ୍ଜିନିୟର ସୁବାଶିଷଙ୍କୁ ଶୈଳଶ୍ରୀବିହାରରେ ଥିବା ବୃଦ୍ଧା ମାଆଙ୍କ ଚିନ୍ତା ଘାରିଛି । ଭାଇମାନଙ୍କ ଦ୍ବାରା ନେଉଛନ୍ତି ମାଆଙ୍କ ଖବର । ଭାଇମାନେ ମଧ୍ୟ ବିଦେଶରେ ଥିବା ଭାଇର ଅବସ୍ଥାକୁ ନେଇ ଚିନ୍ତିତ । ସେହିପରି ରାଜ୍ୟର ପଦକ୍ଷେପକୁ କିଛି ପ୍ରବାସୀ ତାରିଫ କରୁଛନ୍ତି । ସମ୍ବଲପୁରର ସବ୍ୟସାଚୀ ପାଣିଗ୍ରାହୀ ଓଡିଶା ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ନିଜ ଅଞ୍ଚଳର ପରିସ୍ଥିତି ଜଣାଉଛନ୍ତି । ମହାମାରୀର କରାଳ ଭିତରେ ଭିଡିଓ କଲ ସାଜିଛି ଆତ୍ମସନ୍ତୋଷର ମାଧ୍ୟମ । ଆତ୍ମୀୟସ୍ବଜନଙ୍କ ଚେହେରା ଦେଖି ଆଖିରୁ ଝରି ଆସୁଛି ଦୁଇ ଠୋପା ଲୁହ ।

ଆମେ ଓଡିଆ । ସମ୍ପର୍କ ଆମ ପାଇଁ ସର୍ବାଗ୍ରେ । ଆଉ ଆଜି ଏହି ବିପଦରେ ସମ୍ପର୍କୀୟଙ୍କ ସୁରକ୍ଷା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା । ଆଶା ରଖୁଛୁ ଟଳିଯିବ ଏ ବିପତ୍ତି । ଆଉ ସାତ ଦରିଆ ପାରି କରି ପୁଣି ଫେରିବେ ପରିବାରଲୋକେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.