ETV Bharat / city

ଅନ୍ତେବାସୀଙ୍କ ପରିଚାଳନା ଦାୟିତ୍ବ ନେବେନି ଶିକ୍ଷକ ଶିକ୍ଷୟିତ୍ରୀ - ଛାତ୍ରାଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ଗଢିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବେ ଶିକ୍ଷକ

ଏଣିକି ସ୍କୁଲ ଅନ୍ତେବାସୀଙ୍କ ପରିଚାଳନା ଦାୟିତ୍ବ ନେବେ ନାହିଁ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ । କେବଳ ପାଠ ପଢାଇବା ସହ ଛାତ୍ରାଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ଗଢିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 6, 2019, 10:37 AM IST

ଭୁବନେଶ୍ବର: ଏଣିକି ସ୍କୁଲ ଅନ୍ତେବାସୀଙ୍କ ପରିଚାଳନା ଦାୟିତ୍ବ ନେବେ ନାହିଁ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ । ଏନେଇ ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ନିଷ୍ପତ୍ତି ନେଇଛି । ଏଥର ଶିକ୍ଷକ ଶିକ୍ଷୟିତ୍ରୀ କେବଳ ପାଠ ପଢାଇବା ସହ ଛାତ୍ରାଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ଗଢିବେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସୂଚନାନୁସାରେ, ଗତ କିଛି ଦିନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ହାତୀବାରୀ ସରକାରୀ ଉଚ୍ଚ ବିଦ୍ୟାଳୟ କଲ୍ୟାଣ ବିଭାଗରେ ଏକ ଅମାନବୀୟ ଘଟଣା ଘଟିଥିଲା । ଜଣେ ଛାତ୍ରୀଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁରେ ଗ୍ରାମବାସୀ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଏଥିପାଇଁ ଦୋଷ ଦେଇ ନିର୍ଧୂମ ମାଡ ମାରିଥିଲେ । କେବଳ ସେତିକି ନୁହେଁ ଜବରଦସ୍ତି ସ୍କୁଲ ଭିତକୁ ଗାଁର କିଛି ଲୋକ ପଶି ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦୁର୍ବ୍ୟବହାର କରିଥିଲେ । ଏପରିକି ଲୁହା ରଡ଼ ଠାରୁ ଆରମ୍ଭ କରି ବ୍ୟାଟରେ ମୁଣ୍ଡ ଚୁଟି ଘୋଷାରି ମାଡ଼ ମାରିଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ।

ସେପଟେ ଉକ୍ତ ଘଟଣାରେ ପୋଲିସ ପ୍ରଶାସନ ନୀରବଦ୍ରଷ୍ଟା ଥିବା ଅଭିଯୋଗ ଆଣିଛନ୍ତି ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ । ଏମିତି ସ୍ଥିତିରେ ସ୍କୁଲ ଅନ୍ତେବାସୀଙ୍କ ମେସ ଦାୟିତ୍ବ ଆଉ ଶିକ୍ଷକ ଶିକ୍ଷୟତ୍ରୀ ଦିଆନଯାଇ ସେମାନଙ୍କୁ କେବଳ ପାଠ ପଢ଼ାଇବା ସହ ଛାତ୍ରଛାତ୍ରୀ ଉଜ୍ଜ୍ବଳ ଭବିଷ୍ୟତ ଗଢିବାର ଦାୟିତ୍ବ ଦିଆଯାଉ ବୋଲି ସଂଘ ଶନିବାର ଦାବି କରିଛି । ଯଦି ଆଗାମୀ ଦିନରେ ସରକାର ଏହି ଦାବି ପ୍ରତି ଧ୍ୟାନ ନଦିଅନ୍ତି ତେବେ ସଂଘ ରାଜରାସ୍ତାକୁ ଓହ୍ଲାଇ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଶିକ୍ଷକ କେବଳ ପାଠ ପଢ଼ାଇବ , ଅନୁସୂଚିତ ଜାତି ଓ ଜନ ଜାତି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ନେବେ ନାହିଁ ସ୍କୁଲ ଅନ୍ତେବାସୀ ଙ୍କ ପରିଚାଳନା ଦାଇତ୍ୱ- ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ।

କିଛି ଦିନ ପୂର୍ବ ରୁ ମୟୁରଭଞ୍ଜ ଜିଲ୍ଲାର ହାତୀବାରୀ ସରକାରୀ ଉଚ୍ଚ ବିଦ୍ୟାଳୟ କଲ୍ୟାଣ ବିଭାଗ ରେ ଏକ ଆମାନବୀୟ ଘଟଣା ଘଟିଥିଲା। ଏକ ଛାତ୍ରୀ ର ଦୁର୍ଭାଗ୍ୟ ଜନକ ମୃତ୍ୟୁ ରେ ଗ୍ରାମ ବାସୀ ସ୍କୁଲ ର ଶିକ୍ଷକ ,ଶିକୟତ୍ରୀ ମାନକୁ ଦୋଷ ଦେଇ ମନ ଇଚ୍ଛା ବାଡ଼େଥିଲେ। ସ୍କୁଲ ଭିତକୁ ଜୋର ଜବରଦସ୍ତ ଗାଁ ର କିଛି ଲୋକ ପଶି ଆସି ଶିକ୍ଷକ ,ଶିକୟତ୍ରୀ ମାନଙ୍କୁ ନୃଶଂସ ଭାବରେ ମାଡ଼ ମାରିଥିଲେ। ଏମିତିକି ଲୁହା ରଡ଼ ଠାରୁ ବ୍ୟାଟ ରେ ମୁଣ୍ଡ ଛୁଟି ଘୋଷାରି ମାଡ଼ ମାରିବା ର ଭିଡ଼ିଓ ସାମ୍ନା କୁ ଆସିଥିଲା। ଅନ୍ୟ ପଟେ ଏ ପର୍ଯ୍ୟନ୍ତ ପୋଲିସ ପ୍ରଶାସନ ମଧ୍ୟ ଚୁପ ରହିଥିବା ଅଭିଯୋଗ ଆଣିଛନ୍ତି ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ। ଏହା ସହ ସଙ୍ଘ କହିବା ଅନୁଯାୟୀ ସ୍କୁଲ ଅନ୍ତେବାସୀ ମାନଙ୍କ ମେସ ଦାଇତ୍ୱ ଆଉ ଶିକ୍ଷକ ଶିକ୍ଷୟତ୍ରୀ ନ ଦିଆ ଯାଉ , ଶିକ୍ଷକ ଶିକ୍ଷୟତ୍ରୀ କେବଳ ପାଠ ପଢ଼ାଇବା ସହ ଛାତ୍ରଛାତ୍ରୀ ଉଜ୍ଜ୍ୱଳ ଭବିଷ୍ୟତ ଗଢିବେ ବୋଲି ସଙ୍ଘ ଆଜି ଦାବି ରଖିଛି। ଆଗାମୀ ଦିନ ରେ ଯଦି ସରକାର ଏଥି ପ୍ରତି ଧ୍ୟାନ ନ ଦେବେ ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ ଆସି ରାଜରାସ୍ତା ରେ ଧାରଣା ଦେବ ବୋଲି ମତ ପ୍ରକାଶ କରିଛି।

ବାଇଟ- ବିଜୟ ମିଶ୍ର, ସଭାପତି
ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ ,ସ

Body:ଶିକ୍ଷକ କେବଳ ପାଠ ପଢ଼ାଇବ , ଅନୁସୂଚିତ ଜାତି ଓ ଜନ ଜାତି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ନେବେ ନାହିଁ ସ୍କୁଲ ଅନ୍ତେବାସୀ ଙ୍କ ପରିଚାଳନା ଦାଇତ୍ୱ- ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ।

କିଛି ଦିନ ପୂର୍ବ ରୁ ମୟୁରଭଞ୍ଜ ଜିଲ୍ଲାର ହାତୀବାରୀ ସରକାରୀ ଉଚ୍ଚ ବିଦ୍ୟାଳୟ କଲ୍ୟାଣ ବିଭାଗ ରେ ଏକ ଆମାନବୀୟ ଘଟଣା ଘଟିଥିଲା। ଏକ ଛାତ୍ରୀ ର ଦୁର୍ଭାଗ୍ୟ ଜନକ ମୃତ୍ୟୁ ରେ ଗ୍ରାମ ବାସୀ ସ୍କୁଲ ର ଶିକ୍ଷକ ,ଶିକୟତ୍ରୀ ମାନକୁ ଦୋଷ ଦେଇ ମନ ଇଚ୍ଛା ବାଡ଼େଥିଲେ। ସ୍କୁଲ ଭିତକୁ ଜୋର ଜବରଦସ୍ତ ଗାଁ ର କିଛି ଲୋକ ପଶି ଆସି ଶିକ୍ଷକ ,ଶିକୟତ୍ରୀ ମାନଙ୍କୁ ନୃଶଂସ ଭାବରେ ମାଡ଼ ମାରିଥିଲେ। ଏମିତିକି ଲୁହା ରଡ଼ ଠାରୁ ବ୍ୟାଟ ରେ ମୁଣ୍ଡ ଛୁଟି ଘୋଷାରି ମାଡ଼ ମାରିବା ର ଭିଡ଼ିଓ ସାମ୍ନା କୁ ଆସିଥିଲା। ଅନ୍ୟ ପଟେ ଏ ପର୍ଯ୍ୟନ୍ତ ପୋଲିସ ପ୍ରଶାସନ ମଧ୍ୟ ଚୁପ ରହିଥିବା ଅଭିଯୋଗ ଆଣିଛନ୍ତି ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ। ଏହା ସହ ସଙ୍ଘ କହିବା ଅନୁଯାୟୀ ସ୍କୁଲ ଅନ୍ତେବାସୀ ମାନଙ୍କ ମେସ ଦାଇତ୍ୱ ଆଉ ଶିକ୍ଷକ ଶିକ୍ଷୟତ୍ରୀ ନ ଦିଆ ଯାଉ , ଶିକ୍ଷକ ଶିକ୍ଷୟତ୍ରୀ କେବଳ ପାଠ ପଢ଼ାଇବା ସହ ଛାତ୍ରଛାତ୍ରୀ ଉଜ୍ଜ୍ୱଳ ଭବିଷ୍ୟତ ଗଢିବେ ବୋଲି ସଙ୍ଘ ଆଜି ଦାବି ରଖିଛି। ଆଗାମୀ ଦିନ ରେ ଯଦି ସରକାର ଏଥି ପ୍ରତି ଧ୍ୟାନ ନ ଦେବେ ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ ଆସି ରାଜରାସ୍ତା ରେ ଧାରଣା ଦେବ ବୋଲି ମତ ପ୍ରକାଶ କରିଛି।

ବାଇଟ- ବିଜୟ ମିଶ୍ର, ସଭାପତି
ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ ,ସ

Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.