ETV Bharat / city

ନୋଟା ଟାଣିନେଲା ଭୋଟ - ଭୋଟ

ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ସତେଯେମିତି ନୋଟା ଭାରି ପଡିଛି। ଚଳିତ ଥର ଏହି ସଂସଦୀୟ କ୍ଷେତ୍ରରେ ନୋଟାରେ ପଡିଛି 44 ହଜାର 580 ଖଣ୍ଡ ଭୋଟ ।

ଫାଇଲ ଫଟୋ
author img

By

Published : May 24, 2019, 9:14 PM IST

ଭୁବନେଶ୍ବର: ଚଳିତ ଥର ନିର୍ବାଚନରେ ଦେଖିବାକୁ ମିଳିଛି ନୋଟାର ପ୍ରଭାବ । ଲୋକସଭା ହେଉ କି ବିଧାନସଭା ସବୁଠି ନୋଟାର ପ୍ରଭାବ ପଡିଛି । ବିଶେଷକରି ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ନୋଟାର ପ୍ରଭାବ ଭାରି ପଡିଛି । ଚଳିତ ଥର ଏହି ସଂସଦୀୟ କ୍ଷେତ୍ରରେ ନୋଟାରେ ପଡିଛି 44 ହଜାର 580 ଖଣ୍ଡ ଭୋଟ। ଯାହାକି ଓଡ଼ିଶାରେ ସର୍ବାଧିକ।

ତେବେ ଚଳିତ ଥର ପ୍ରଥମଥର ନୁହେଁ ଗତ 2014 ମଧ୍ୟ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ନୋଟାକୁ ଯାଇଥିଲା 44,408 ଖଣ୍ଡ ଭୋଟ । ତେବେ ଗତଥର ଅପେକ୍ଷା ଏଥର 170 ଖଣ୍ଡ ଅଧିକ ନୋଟାକୁ ଯାଇଛି। କେବଳ ନବରଙ୍ଗପୁର ନୁହେଁ କୋରାପୁଟରେ ମଧ୍ୟ ନୋଟାର ଦବଦବା ଦେଖିବାକୁ ମିଳିଛି । ଏହି ସଂସଦୀୟ କ୍ଷେତ୍ରରେ ନୋଟାରେ ପଡିଛି 36,525 ଖଣ୍ଡ ଭୋଟ।

ସେହିପରି ମୟୁରଭଞ୍ଜରେ 21336, କଳାହାଣ୍ଡିରେ 21172, ଆସ୍କାରେ 17, 344, ବଲାଙ୍ଗୀରରେ 16001, ଢେଙ୍କାନାଳରେ 11,253, କନ୍ଧମାଳରେ 13,253, ସମ୍ବଲପୁରରେ 13, 456 ଓ ସୁନ୍ଦରଗଡରେ 13, 675 ଖଣ୍ଡ ଭୋଟ ନୋଟାରେ ପଡିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

fghf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.