ETV Bharat / city

ମାଡ ଖାଇଲା ଛାଡଖାଇ: ଆମିଷ ବଜାରରେ ନାହିଁ ଭିଡ, କାଲିକୁ ଆଶା

author img

By

Published : Nov 20, 2021, 4:14 PM IST

ଛାଡଖାଇରେ ଆମିଷ ବଜାର ଖାଁ ଖାଁ ହୋଇ ରହିଛି । ଆସନ୍ତାକାଲି (ରବିବାର) ରହିଥିବାରୁ ଆମିଷ ବଜାରରେ ବିକ୍ରି ଅଧିକ ହେବ ବୋଲି ଆଶା । ଅଧିକ ପଢନ୍ତୁ

ମାଡ ଖାଇଲା ଛାଡଖାଇ : ଆମିଷ ବଜାରରେ ନାହିଁ ଭିଡ ,ଆସନ୍ତାକାଲିକୁ ଆଶା

ଭୁବନେଶ୍ବର: ଶେଷ ହୋଇଛି ଧର୍ମ ମାସ କାର୍ତ୍ତିକ । ଆଜି ହେଉଛି ଛାଡଖାଇ । କିନ୍ତୁ ଆମିଷ ବଜାର (Non-veg market) ଖାଁ ଖାଁ ହୋଇ ରହିଛି । କାହିଁକିନା ଆଜି (ଶନିବାର) ଥିବାରୁ ଅଧିକାଂଶ ଲୋକେ ଆମିଷ ଗ୍ରହଣ କରନ୍ତି ନାହିଁ। ଏଥିପାଇଁ ଛାଡଖାଇ ହୋଇଥିଲେ ବି ଆମିଷ ବଜାରରେ ଭିଡ଼ ଦେଖିବାକୁ ମିଳିନଥିଲା।

ଆସନ୍ତାକାଲି (ରବିବାର) ରହିଥିବାରୁ ଆମିଷ ବଜାରରେ ବିକ୍ରି ଅଧିକ ହେବ ବୋଲି ଆଶା କରାଯାଉଛି । ଏହାକୁ ନେଇ ବେପାରୀ କୁହନ୍ତି ଯେ ଆଜି ଛାଡଖାଇ ଥିବାରୁ ଗୋଦାମରୁ ମାଛ ଚିଙ୍ଗୁଡ଼ି ଅଣାଯାଇଥିଲା।

କିନ୍ତୁ ଶନିବାର ପଡିଯିବାରୁ ଗ୍ରାହକ ଆସୁନାହାନ୍ତି । ଆସନ୍ତାକାଲି(ରବିବାର) ଭିଡ଼ ରହିବ। ଏହାସହ କୋରୋନା ପାଇଁ ମାଛ ଅଧିକ ଆସୁନଥିବା ବେଳେ ଚଳିତ ବର୍ଷ ଛାଡଖାଇରେ ମାଛ ଚଢା ଦର ରହିବ ବୋଲି କୁହନ୍ତି ବେପାରୀ। ଛାଡଖାଇ ପାଇଁ ରାଜଧାନୀ ବଜାରରେ 20 ପ୍ରକାରର ମାଛ, 10 ପ୍ରକାରର ଚିଙ୍ଗୁଡ଼ି ବାହାର ରାଜ୍ୟରୁ ଅଣାଯାଇଛି । ଏହାସହ ଖାସି ମାଂସ ସହ ଚିକେନ ଦୋକାନରେ ଗହଳି ରବିବାର ହେବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.