ETV Bharat / city

Panchayat Polls: ପ୍ରଥମ ଦିନରେ 2 ବିଜେପି ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ - Nomination Filing For Panchayat Polls in Odisha

ତ୍ରିସ୍ତରୀୟ ପଞ୍ଚାୟତ ନିର୍ଵାଚନ ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ । ଏହା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଅଧିକ ପଢନ୍ତୁ

Panchayat Polls
Panchayat Polls
author img

By

Published : Jan 17, 2022, 8:36 PM IST

କେନ୍ଦୁଝର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ଵାଚନ ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ । ଏହା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଜିଲ୍ଲା ପରିଷଦ ପାଇଁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସମିତି ସଭ୍ୟ, ସରପଞ୍ଚ ଓ ୱାର୍ଡ ମେମ୍ବର ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଫର୍ମ ବିକ୍ରି ଓ ଦାଖଲ ହେଉଛି ।

Panchayat Polls: ପ୍ରଥମ ଦିନରେ 2 ବିଜେପି ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ

ତେବେ ଆଜି ପ୍ରଥମ ଦିନରେ ଜିଲ୍ଲା ପରିଷଦ ପାଇଁ 2ଟି ଜୋନରୁ ବିଜେପି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ବିଜେପି ଟିକେଟରେ ସାହାରପଡା ବ୍ଲକର 30 ନମ୍ବର ଜୋନରୁ ଡା. ମୋନାଲିସା ଦାସ ନାମାଙ୍କନ ଦାଖଲ କରିଥିବା ବେଳେ, ତେଲକୋଇ ବ୍ଲକର 20 ନମ୍ବର ଜୋନରୁ ହରିହର ପ୍ରଧାନ ନାମାଙ୍କନ ଦାଖଲ କରିଛନ୍ତି । ଅନ୍ୟ ସମସ୍ତ ଆସନ ପାଇଁ ଟିକେଟ ଖୁବଶୀଘ୍ର ଘୋଷଣା ହେବ । ଦଳ ସବୁ ଆସନରେ ଲଢିବ । ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପରାମର୍ଶରେ ପ୍ରାର୍ଥୀ ଚୟନ ହେଉଥିବା କହିଛନ୍ତି ଜିଲ୍ଲା ବିଜେପି ସଭାପତି ଅଶୁଂମାନ ମହାନ୍ତ ।

ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ସରକାର ଯେଉଁ ଅନ୍ୟାୟ ଅନୀତି, ଦୂର୍ନୀତି କରିଛନ୍ତି, ତାହାକୁ ପ୍ରସଙ୍ଗ କରି ଦଳ ଲଢିବ ବୋଲି ଜିଲ୍ଲା ସଭାପତି କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.