ETV Bharat / city

ଭୁବନେଶ୍ୱରରେ ନାହିଁ ସେକ୍ସ ରାକେଟ, ୨୦୨୦ରେ ନୋ FIR ନୋ ଆରେଷ୍ଟ୍

ଭୁବନେଶ୍ୱରରେ ଆଉ ନାହିଁ ସେକ୍ସ ରାକେଟ । ୨୦୨୦ରେ ନୋ ଏଫଆଇଆର ନୋ ଆରେଷ୍ଟ୍ । 2020ର କ୍ରାଇମ ରେକର୍ଡ ଉପସ୍ଥାପନା କଲା କମିଶନରେଟ ପୋଲିସ। ଅଧିକ ପଢନ୍ତୁ...

author img

By

Published : Dec 26, 2020, 8:44 PM IST

no sex racket in Bhubaneswar. No FIR No Arrest in 2020.
ଭୁବନେଶ୍ୱରରେ ଆଉ ନାହିଁ ସେକ୍ସ ରାକେଟ , ୨୦୨୦ରେ ନୋ ଏଫଆଇଆର ନୋ ଆରେଷ୍ଟ୍

ଭୁବନେଶ୍ବର: ବାର୍ଷିକ ଅପରାଧ ରେକର୍ଡ଼ରେ ନୂଆ ତଥ୍ୟ । ଭୁବନେଶ୍ବରେ ନାହାଁନ୍ତି ଦେହଜୀବୀ । ହେଉନାହିଁ ଦେହ ବ୍ୟବସାୟ ବା ଚାଲୁନି ସେକ୍ସ ରାକେଟ । ଏପରି ତଥ୍ୟ ଉପସ୍ଥାପନ କରିଛି କମିସନରେଟ ପୋଲିସ । କାରଣ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ଇମୁରାଲ ଟ୍ରାଫିକିଂ ଆକ୍ଟରେ ଗୋଟିଏ ବି ହୋଇନାହିଁ ଏଫଆଇଆର । ଏହାସହ କେହି ଜଣେ ବି ହୋଇନାହାନ୍ତି ଗିରଫ । ଅର୍ଥାତ କୌଣସି ବି ଦେହଜୀବୀ କି ଦେହ ବ୍ୟସାୟରେ ନିୟୋଜିତ ଥିବା କୌଣସି ଯୁବତୀ କି ମହିଳାଙ୍କୁ ଉଦ୍ଧାର କରଯାଇନାହିଁ । କିନ୍ତୁ ବାର୍ଷିକ କ୍ରାଇମ ରେକର୍ଡ଼ ତଥ୍ୟ ତୁଳନା ଅନୁସାରେ ୨୦୧୯ରେ ୫ଟି କେସ ହୋଇଥିବା ବେଳେ ୧୦ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ୧୨ ଜଣଙ୍କୁ ଉଦ୍ଧାର ମଧ୍ୟ କରାଯାଇଛି । ସେହିପରି ୨୦୧୮ରେ ୯ଟି କେସ ହୋଇଛି । ୩୯ଜଣ ଗିରଫ ହୋଇଥିବା ବେଳେ ୩୩ଜଣ ଉଦ୍ଧାର ହୋଇଛନ୍ତି। ସେହିପରି ୨୦୧୭ରେ ୧୧ଟି କେସରେ ୩୨ଜଣ ଗିରଫ ହୋଇଥିବା ବେଳେ ୩୬ଜଣଙ୍କୁ ଉଦ୍ଧାର କରାଯାଇଥିଲା ।

କିନ୍ତୁ ୨୦୨୦ରେ ଏଭଳି ତଥ୍ୟ ଏବେ ସହରବାସୀଙ୍କୁ ଚକିତ କରିଛି । କାରଣ ଦେହ ବ୍ୟବସାୟ ସମ୍ପର୍କରେ ପୋଲିସ ପାଖରେ କୌଣସି ସୂଚନା ନାହିଁ । ଦେହଜୀବୀମାନେ ନିଜର ନେଟୱର୍କ ଚଲାଇବାକୁ ହାଇ ଟେକନିକ ଆପଣାଇଛନ୍ତି । ଯାହାର ଟେର ପାଉନାହାନ୍ତି ପୋଲିସ କର୍ମଚାରୀ । କାରଣ ୨୧ ଜାନୁଆରୀ ୨୦୨୦ରେ ଭୁବନେଶ୍ବରର ଲିଙ୍ଗରାଜ ଥାନା ଅଞ୍ଚଳରେ ହାଇପ୍ରୋଫାଇଲ ସେକ୍ସ ରାକେଟ ଠାବ କରିଥିଲା ଏସଟିଏଫ ଟିମ । ଏକ ଭଡା ଘରୁ ୬ ବାଙ୍ଗଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଥିଲେ ଏସଟିଏଫ ଅଧିକାରୀ । ପରେ ଏହି ଲିଙ୍କରେ ୧୫ରୁ ଅଧିକ ଯୁବତି ଉଦ୍ଧାର ହେବା ସହ ୧୦ଜଣଙ୍କୁ ଗିରଫ କରିଥିଲା ଏସଟିଏଫ ଟିମ । ହେଲେ ଯାହାର ଟେର ପାଇନଥିଲା କମିସନରେଟ ପୋଲିସ ।

ତେବେ ଜନବସତିଠୁ ୨୦୦ ମିଟର ଭିତରେ ଏପରି କାରବାର ଚାଲିଲେ ସେସବୁକୁ ସ୍ଥାନକୁ ବେଶ୍ୟାଳୟ ଘୋଷଣା କରାଯାଏ । ଶେଷଥର ପାଇଁ ୨୧ ମେ ୨୦୧୭ରେ ରାଜଧାନୀର ୫ଟି ସ୍ଥାନକୁ ବେଶ୍ୟାଳୟ ଘୋଷଣା କରିଥିଲେ ତତ୍କାଳୀନ ପୋଲିସ କମିସନର ଓ୍ବାଇବି ଖୁରାନିଆ । ହେଲେ ତା ପରଠୁ ଥିବା କମିସନରଙ୍କ ଏଦିଗ ପ୍ରତି ସତେ ଯେମିତି ନଜର ନାହିଁ, କି ସବୁ ଦେଖି ଆଖି ବୁଜି ଦେଇଛନ୍ତି ?

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.