ETV Bharat / city

ରାଜ୍ୟର ଚେକ ପଏଣ୍ଟରେ କେହି ଚାଲିଚାଲି ଯିବେ ନାହିଁ, ମିଳିବ ବସ୍‌ ସୁବିଧା - odisha police latest news

ମୁଖ୍ୟମନ୍ତ୍ରୀଙ୍କ ଏକ ସ୍ବପ୍ନ ଅଛି ଓଡିଶା ମାଟିରେ କିଏ ଚାଲିକି ଯିବେ ନାହିଁ । ରାଜ୍ୟ ସରକାର ଏନେଇ ସହାୟତାର ହାତ ବଢାଇଛନ୍ତି । ଓଡିଶା ପୋଲିସ ମାଧ୍ୟମରେ ବର୍ଡର ଅଞ୍ଚଳରେ ଚାଲିଚାଲି ଯାଉଥିବା ଲୋକଙ୍କୁ ଖାଇବା ଓ ବସ୍‌ ଯୋଗେ ଛାଡିବାକୁ ନେଇ ରହିଛି ନିର୍ଦ୍ଦେଶ । ଯାହାର ରାଜ୍ୟ ସରକାରଙ୍କର ରିଲିଫ ପାଣ୍ଠିରୁ ଖର୍ଚ୍ଚ କରାଯାଉଛି ।

ରାଜ୍ୟର ଚେକ ପଏଣ୍ଟରେ କେହି ଚାଲିକରି ଯିବେ ନାହିଁ, ମିଳିବ ବସ୍‌  ସୁବିଧା

author img

By

Published : May 15, 2020, 7:26 PM IST

ଭୁବନେଶ୍ବର: ରାଜ୍ୟର ଚେକ ପଏଣ୍ଟରେ କେହି ଚାଲିକରି ଯିବେ ନାହିଁ, କରାଯାଇଛି ବସ୍‌ର ବ୍ୟବସ୍ଥା । ଦେଶରେ ଦିନକୁ ଦିନ କୋରୋନା କାୟା ବିସ୍ତାର କରୁଛି । ଯେତିକି ରୋଗକୁ ନେଇ ଭୟ ରହୁଛି, ସେତିକି ମଧ୍ୟ ଭୋକ ଉପାସରେ ରହୁଛନ୍ତି । ତେବେ ରାଜ୍ୟ ସରକାର ଏନେଇ ସହାୟତାର ହାତ ବଢାଇଛନ୍ତି । ଓଡିଶା ପୋଲିସ ମାଧ୍ୟମରେ ବର୍ଡର ଅଞ୍ଚଳରେ ଚାଲିଚାଲି ଯାଉଥିବା ଲୋକଙ୍କୁ ଖାଇବା ଓ ବସ୍‌ ଯୋଗେ ଛାଡିବାକୁ ନେଇ ରହିଛି ନିର୍ଦ୍ଦେଶ । ଯାହାର ରାଜ୍ୟ ସରକାରଙ୍କର ରିଲିଫ ପାଣ୍ଠିରୁ ଖର୍ଚ୍ଚ କରାଯାଉଛି ।

ରାଜ୍ୟର ଚେକ ପଏଣ୍ଟରେ କେହି ଚାଲିକରି ଯିବେ ନାହିଁ, ମିଳିବ ବସ୍‌ ସୁବିଧା

ରାଜ୍ୟରେ ମୋଟ 12ଟି ରୁଟ୍‌ ମଧ୍ୟରେ ଲକ୍ଷ ଲକ୍ଷ ଲୋକ ଚାଲିକରି ଯାଉଛନ୍ତି । ଏନେକ ଲୋକ ମଧ୍ୟ ଗାଡି ମାଧ୍ୟମରେ ରାଜ୍ୟର ବର୍ଡର ପାର ହେଉଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ରାଜ୍ୟର 12 ଟି ସ୍ଥାନରେ ଚେକ ପଏଣ୍ଟ କରିଛନ୍ତି । ଏହି 12 ଟି ଚେକ ପଏଣ୍ଟ ମଧ୍ୟରୁ 2ଟି ଚେକ ପଏଣ୍ଟରେ 1349 ଟି ବସ୍‌ ପାସ କରିଛି । ସହିଲା ଚେକ ପଏଣ୍ଟ ଓ ଗିରିସଵାଲା ଚେକ ପଏଣ୍ଟରେ ଅଧିକ ବସ‌୍‌ ପାସ୍‌ କରିଛି । ସେହିପରି 4300ଟି 4ଚାକିଆ ଗାଡି ମଧ୍ୟ ପାସ କରିଛି । ସବୁଠୁ ଅଧିକ 4ଚାକିଆ ଗାଡି ପାସ କରିଛି ଲଖାନ । ଗେଟ୍‌ରୁ 1060ଟି ଗାଡି ପାସ କରୁଛନ୍ତି ବିଭିନ୍ନ ଚେକ ଗେଟରୁ ।

ପୋଲିସର ନିର୍ଦ୍ଦେଶ କ୍ରମେ ରାଜ୍ୟ ଦେଇ ଚାଲି ଚାଲି ଆସୁଥିବା ଶ୍ରମିକମାନଙ୍କ ପାଇଁ ଉଚିତ ପଦକ୍ଷେପ ନିଆଯାଇଛି । କୌଣସି ଲୋକ ରାଜ୍ୟର ଚେକ ପଏଣ୍ଟରେ ପହଁଚିଗଲା ପରେ ଚାଲିକରି ଯିବେ ନାହିଁ । ପୋଲିସ ସେଠାରେ ସେମାନଙ୍କୁ ଖାଇବାକୁ ଦେବା ସହ ଏକ ସ୍ବତନ୍ତ୍ର ବସ ମାଧ୍ୟମରେ ରାଜ୍ୟର ସୀମା ପାର କରାଇବ । ଏନେଇ ରାଜ୍ୟ ସରକାରଙ୍କର ରିଲିଫ ଟଙ୍କା ଖର୍ଚ୍ଚ କରାଯିବ ।

ଜଣାପଡୁଛି ଯେ, ଅଧିକାଂଶ ଲୋକ ସାଉଥ ରୁ ନର୍ଥ ଆଡକୁ ଯାଉଛନ୍ତି । ରାଜ୍ୟ ଦେଇ ଯାଉଥିବା ଅଧିକାଂଶ ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ବୋଲି ଜଣାପଡିଛି । ଓଡିଶା ପୋଲିସ ଚେକ ପଏଣ୍ଟରେ ରହୁଛନ୍ତି । ଯେଉଁ ମାନଙ୍କର ବାଟରେ ଅସୁବିଧା ହେଉଛି ସେମାନେ ନିକଟରେ ଥିବା ପୋଲିସ ଷ୍ଟେସନ ଯାଆନ୍ତୁ । ସେଠାରେ ସୁରକ୍ଷିତ ଭାବରେ ରୁହନ୍ତୁ । କିମ୍ବା ନିଜ ଅଞ୍ଚଳର ପୋଲିସ ଷ୍ଟେସନ ସହ ଯୋଗାଯୋଗ କରନ୍ତୁ । ଏଥିସହ ଲୋକାମାନେ ବିଚଳିତ ନହେବାପାଇଁ ମଧ୍ୟ ଅନୁରୋଧ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ ।

ଏନେଇ ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ପୋଲିସ ଫୋନ ନମ୍ବର ଓ 104 ହେଲ୍ପ ଲାଇନରେ ଯୋଗାଯୋଗ କରନ୍ତୁ । ଅନ୍ୟପଟେ ରାଜ୍ୟର ମଧ୍ୟରେ ଯାଉଥିବା ହଜାର ହଜାର ସଂଖ୍ୟାର ଲୋକମାନଙ୍କ ପାଇଁ ପୋଲିସ ମଧ୍ୟ ଏକ ସୁବିଧା ଯୋଗାଉଛି । ଯାହା କଟକ ଭୁବନେଶ୍ବର ଖୋର୍ଦ୍ଧାରେ ବାସ ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଚାଲି କରି ଆସୁଛନ୍ତି ସେହିମାନେ ବସ୍‌ର ଆପଣାଇ ପାରିବେ । ଏନେଇ ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କର ଏକ ସ୍ବପ୍ନ ଅଛି ଓଡିଶା ଧରିତ୍ରୀରେ କିଏ ଚାଲିକି ଯିବେ ନାହିଁ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.