ETV Bharat / city

ଖୁବଶୀଘ୍ର ପିପିଲି ଦେଖିବ ଉପନିର୍ବାଚନ; ବଢିବ ବୁଥ୍‌ ସଂଖ୍ୟା

author img

By

Published : Jan 25, 2021, 2:10 PM IST

Updated : Jan 25, 2021, 3:41 PM IST

ପିପିଲି ଉପନିର୍ବାଚନ ପାଇଁ ବଢିବ ବୁଥ ସଂଖ୍ୟା । ପିପିଲି ଉପନିର୍ବାଚନ ପାଇଁ କୌଣସି ସୂଚନା ନିର୍ବାଚନ କମିଶନଙ୍କ ପାଖରୁ ଆସିନାହିଁ । କିନ୍ତୁ ଖୁବଶୀଘ୍ର ନିର୍ବାଚନ ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଅଧିକ ପଢନ୍ତୁ...

ଖୁବଶୀଘ୍ର ହେବ ପିପିଲି ଉପନିର୍ବାଚନ; ବଢିବ ବୁଥ ସଂଖ୍ୟା

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ବଢିବ ବୁଥ ସଂଖ୍ୟା । ପିପିଲି ଉପନିର୍ବାଚନ ପାଇଁ କୌଣସି ସୂଚନା ନିର୍ବାଚନ କମିଶନଙ୍କ ପାଖରୁ ଆସିନାହିଁ। ତଥାପି ଖୁବଶୀଘ୍ର ନିର୍ବାଚନ ହେବ ବୋଲି ସୂଚନା ମିଳିଛି । ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଆଜି ଜାତୀୟ ମତଦାନ ଦିବସ ଉପଲକ୍ଷେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।

ଖୁବଶୀଘ୍ର ପିପିଲି ଦେଖିବ ଉପନିର୍ବାଚନ; ବଢିବ ବୁଥ୍‌ ସଂଖ୍ୟା

କୋଭିଡ ପାଇଁ ବୁଥ ସଂଖ୍ୟା ବଢିବ । ଏହାସହ ଜିଲ୍ଲା ପ୍ରଶାସନ ସହ କଥା ହୋଇ ବୁଥ ସଂଖ୍ୟା ବଢିବା ନେଇ କମିଶନଙ୍କୁ ଜଣାଯାଇଛି । ଏଥିପାଇଁ ଖୁବଶୀଘ୍ର ଟ୍ରେନିଂ ଦିଆଯିବ । ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଭଳି ଗାଇଡଲାଇନ ଅନୁସାରେ ନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ଏହାସହ ମିଳିଥିବା ସୂଚନା ଅନୁସାରେ, ପିପିଲି ବିଧାନସଭା ଆସନ(110 ନଂ) ପାଇଁ ମୋଟ 273 ଟି ବୁଥ ରହିବା ସହ 75ଟି ସହାୟକ ବୁଥ ମଧ୍ୟ ରହିବ । ଏହି ପ୍ରତି ବୁଥରେ ହଜାରେ ଭୋଟର ଭୋଟ ଦେଇପାରିବେ । କୋଭିଡକୁ ଦେଖି ଏଭଳି ବ୍ୟବସ୍ଥା କରାଯାଇଛି ।

ତେବେ ପିପିଲି ନିର୍ବାଚନ ମଣ୍ଡଳିରେ ମୋଟ ଭୋଟର ସଂଖ୍ୟା 2 ଲକ୍ଷ 29 ହଜାର 903 ରହିଥିବାବେଳେ ପୁରୁଷ ଭୋଟର 1 ଲକ୍ଷ19 ହଜାର 20 ରହିଛନ୍ତି । ସେହିଭଳି ମହିଳା ଭୋଟର ରହିଛନ୍ତି 1 ଲକ୍ଷ 10 ହଜାର 561 ସହ ସରକାରୀ ଚାକିରିଆ ଭୋଟର ରହିଛନ୍ତି 320 ରହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jan 25, 2021, 3:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.